Below header

ମଙ୍ଗଳବାର ମହାକାଶରେ ହେବ ଅଦ୍ଭୁତ ଘଟଣା, ବିଶ୍ୱରେ ୯୦ ପ୍ରତିଶତ ଅଞ୍ଚଳ ଗୋଟିଏ ରାତି ହେବ ଅନ୍ଧାର

ବର୍ଷରେ ଗୋଟିଏ ରାତି ଏମିତି ବି ହୋଇଥାଏ, ଯେଉଁଠି ବିଶ୍ୱର ଅଧିକାଂଶ ଅଂଚଳ କିଛି ସମୟ ପାଇଁ ଅନ୍ଧାର ହୋଇଥାଏ । ଏଥର ଏହି ରାତି ୬ ଡିସେମ୍ବର ମଙ୍ଗଳବାର ହେବାକୁ ଯାଉଛି । ଏଥିପାଇଁ ସାରା ବିଶ୍ୱର ୯୦ ପ୍ରତିଶତ ଅଂଚଳ ରାତି ଭଳି ଅନ୍ଧାର ହୋଇଯିବ ।

ବୈଜ୍ଞାନିକମାନେ ଏହି ସମୟକୁ ବିଶ୍ୱୀୟ ଅନ୍ଧକାର କ୍ଷଣ କହିଥାନ୍ତି

ଭାରତୀୟ ମହାକାଶ ସଂସ୍ଥାନ ବାଂଗାଲୁରର ଅବସରପ୍ରାପ୍ତ ପ୍ରଫେସର ଆରସି କପୁର କହିଛନ୍ତି, ଏସିଆ,ଆଫ୍ରିକା ଓ ୟୁରୋପର ଅଧିକାଂଶ ଭାଗରେ ରାତି ହେଉଥିବ । ଯେଉଁ ସମୟରେ ଏହି ନିର୍ଦ୍ଦିଷ୍ଟ କ୍ଷଣ ଆସିବ,ସେତେବେଳେ ଭାରତରେ ରାତି ୧ଟା ୨୬ ମିନିଟ ବାଜିଥିବ । ବୈଜ୍ଞାନିକମାନେ ଏହି ସମୟକୁ ବିଶ୍ୱୀୟ ଅନ୍ଧକାର କ୍ଷଣ କହିଥାନ୍ତି ।

ଦୁନିଆର କିଛି ଭାଗରେ ସୂର୍ଯ୍ୟ ନଜର ଆସିବେ

ଏହି ସମୟରେ ଦୁନିଆର କିଛି ଭାଗରେ ସୂର୍ଯ୍ୟଙ୍କ କିରଣ ଦେଖାଯିବ । ଏହି କ୍ଷେତ୍ର ମଧ୍ୟରେ ରହିଛି ଆମେରିକା, ନ୍ୟୁଜଲାଣ୍ଡ ଓ ଅଷ୍ଟ୍ରେଲିଆର ଅଧିକାଂଶ ଭାଗ ସାମିଲ ହେବ । ଅନ୍ତରାଷ୍ଟ୍ରୀୟ ପୃଥ୍ଵୀ ବିଜ୍ଞାନ ସୂଚନା ନେଟଓ୍ଵର୍କ କେନ୍ଦ୍ର ପକ୍ଷରୁ ଏହି ଡାଟା ନିଆଯାଇଛି । ସେହିପରି ୮ ଜୁଲାଇରେ ବିଶ୍ୱର ଅଧିକାଂଶ ଭାଗରେ ସୂଯ୍ୟଙ୍କ ଆଲୋକ ପଡିଥାଏ । ଯେଉଁଥିରୁ ବିଶ୍ୱର ଅଧିକାଂଶ କ୍ଷେତ୍ର ଅନ୍ଧାର ସମ୍ପର୍କରେ ପତା ଲଗାଯାଇଛି । ତେବେ ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ବରିଷ୍ଠ ବୈଜ୍ଞାନିକ ଡା. ଶଶିଭୁଷଣ ପାଣ୍ଡେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.