ଭୁବନେଶ୍ୱର : ସାହସ ନଦେଖାଇ ମରଣକୁ ଆବୋରି ନେଲେ ପ୍ରେମିକ ଓ ପ୍ରେମିକା

ଭୁବନେଶ୍ୱର (କେନ୍ୟୁଜ୍) : ପ୍ରେମ ପାଇଁ ରସି ଲଗାଇ ଓହଳି ପଡିଲେ ପ୍ରେମୀ ଯୁଗଳ । ଏମିତି ଏକ ସ୍ପର୍ଶ କାତର ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହି ବସ୍ତିରେ । ଘଟଣାଟି ଗତକାଲି ରାତିରେ ଘଟିଥିବା ଅନୁମାନ କରାଯାଉଛି । ନୟାପଲ୍ଲୀ ପୋଲିସ୍ ଘଟଣାର ତଦନ୍ତ କରୁଛି । ତେବେ ପ୍ରାଥମିକ ସୂଚନା ଅନୁସାରେ ଏହା ପ୍ରେମ ଜନିତ ହୋଇଥାଇ ପାରେ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଦୁଇ ମୃତକଙ୍କ ପରିବାର ଲୋକଙ୍କୁ ପଚାରି ବୁଝିଲା ପରେ କିଛି ତଥ୍ୟ ସାମ୍ନାକୁ ଆସିଛି ।
ଉଭୟଙ୍କ ପରିବାର ଲୋକଙ୍କ କହିବା କଥା କି ଦୁଇ ପୁଅ ଓ ଝିଅ ପରସ୍ପରକୁ ଭଲ ପାଉଥିଲେ । ତେବେ ଘର ଲୋକ ଏକଥା ଜାଣିନଥିଲେ । ଝିଅ ନାଁ ବର୍ଷା ରେଡି ଏବଂ ପୁଅର ନାଁ ଚିତ୍ର ସେନ ଗୌଡ଼ । ଘର ଗଞ୍ଜାମ ଜିଲ୍ଲା ନାରାୟଣପୁରରେ । ଚିତ୍ରସେନ ଦିନ ମଜୁରିଆ ଭାବରେ ଚେନ୍ନାଇରେ କାମ କରନ୍ତି । ବର୍ଷା ଓ ଚିତ୍ରସେନ ଭିତରେ ଅନେକ ଦିନରୁ ପ୍ରେମ ସମ୍ପର୍କ ଥିଲା । ତେବେ ଏକଥା ପରିବାର ଲୋକେ ଜାଣି ନଥିଲେ ଏବଂ ଝିଅର ବିବାହ ପାଇଁ ପ୍ରସ୍ତାବ ଖୋଜା ଆରମ୍ଭ କରିଥିଲେ । ପରେ ବର୍ଷା ନିଜ ପ୍ରେମିକ ଚିତ୍ରସେନକୁ ଏ ବିଷୟରେ ଜଣାଇ ଦେଇଥିଲେ । ଫଳରେ ଚିତ୍ରସେନ କାମଛାଡି ଚେନ୍ନାଇରୁ ଭୁବନେଶ୍ୱର ଚାଲି ଆସିଥିଲେ । ସେ ସାଲିଆ ସାହିରେ ଆସି ପହଁଚି ବର୍ଷା ସହ କଥା ହୋଇଥିଲେ । ହେଲେ ଉଭୟଙ୍କ ପରିବାର ସେମାନଙ୍କୁ ବାହା ହେବା ପାଇଁ ଅନୁମତି ଦେବେ ନାହିଁ ବୋଲି ଭାବି ଜୀବନ ହାରିଥିବା କୁହାଯାଉଛି ।
ଯାହା ଦେଖିବାକୁ ମିଳିଥିଲା, ପ୍ରେମିକା ବର୍ଷା ଦଉଡି ଦେଇ ଏବଂ ପ୍ରେମିକ ଚିତ୍ରସେନ ଓଢଣୀ ଲାଗାଇ ଫ୍ୟାନ୍ରୁ ତଳକୁ ଝୁଲି ଜୀବନ ହରି ଦେଇଥିଲେ । ଗତ କାଲି ରାତି ପ୍ରାୟ ସାତଟା ସମୟରେ ଏ ଘଟଣା ଘାଟିଥିବା କଥା ପରିବାର ଲୋକେ କହିଛନ୍ତି । ଘଟଣା ଦିନ ବର୍ଷାର ବାପା ମାଆ କାମକୁ ଯାଇଥିଲା ବେଳେ ଚିତ୍ରସେନ ତାଙ୍କ ଘରକୁ ଆସିଥିଲା ।
ଦୁଇ ମୃତଦେହକୁ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ କରାଇଥିଲା । ପରେ ଉଭୟ ପାରିବରକୁ ହସ୍ତାନ୍ତର କରିଛି । ତେବେ ଦୁଇ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ କରାଯାଇ ନାହିଁ । ତେବେ ଯୁବତୀଙ୍କ ପରିବାର ଯୁବତୀଙ୍କ ଆଖି ଦାନ କରିଛନ୍ତି।