ଜେଜେଙ୍କ ଇଚ୍ଛା ପୂରଣ କରିବା ପାଇଁ କନିଆଁଙ୍କୁ ହେଲିକେପ୍ଟରରେ ଆଣିଲେ ବର

ରୁଡକୀ : ଜଣେ ବର ତାଙ୍କ ଜେଜେଙ୍କ ଇଚ୍ଛା ପୂରଣ କରିବା ପାଇଁ କନିଆଁକୁ ହେଲିକେପ୍ଟର ବସାଇ ଆଣିଲେ । ଏହି ଘଟଣା ହେଉଛି ଉତ୍ତରାଖଣ୍ଡ ହରିଦ୍ୱାରା ରୁଡକୀର । କନ୍ୟାଙ୍କୁ ହେଲିକେପ୍ଟରରେ ବସାଇ ପହଞ୍ଚିବା ପରେ ସହରବାସୀ ତାଳି ବଜାଇ ବର-କନ୍ୟାଙ୍କୁ ସ୍ୱାଗତ କରିଥିଲେ ।

ସୂଚନା ଅନୁଯାୟୀ, ରୁଡକୀର ଚାବମଣ୍ଡୀ ନିବାସୀ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ମନ୍ତ୍ରୀ ସଂଜୟ କୁମାର ଘୀମାନ ପୁତ୍ର ତୁଷାରଙ୍କ ବାହାଘର ୨ ଡିସେମ୍ବରରେ ଉତ୍ତର ପ୍ରଦେଶ ବିଜନୋର ଯାଇଥିଲେ । ବୈବାହିକ କାର୍ଯ୍ୟକ୍ରମ ବିଜନୋରର ଚାନ୍ଦପୁର ସ୍ଥିତ ଏକ ବାଂକ୍ୟୁଟ ହଲ୍‌ରେ ସମ୍ପନ୍ନ ହୋଇଥିଲା । ଏହାପରେ ବର ନିଜର କନିଆଁକୁ ଘିମାନରୁ ହେଲିକପ୍ଟରରେ ବସାଇ ରୁଡକୀ ଆରିଥିଲେ ।
ରୁଡକୀର କେଏଲ ଡିଭଭି ପଡିଆରେ ସକାଳେ ଲ୍ୟାଣ୍ଡିଂ କରିଥିଲେ ।

ବର-କନ୍ୟାଙ୍କୁ ଦେଖିବା ପାଇଁ ସେଠାରେ ଭିଡ ଲାଗିଥିଲା । ଲୋକେ ତାଳିମାରି ବର-କନ୍ୟାଙ୍କୁ ସ୍ୱାଗତ କରିଥିଲେ । ବରଙ୍କ କନ୍ୟା ସଂଜୟ କୁମାର ଘିମାନୀ କହିଥିଲେ ଯେ ତାଙ୍କ ପିତା ପିଏସ ଘିମାନୀ ଆଇଆଇଟିରୁ ଅବସର ନେଇଥିଲେ । ସେ ତୁଷାରଙ୍କୁ ପିଲାଦିନରୁ କହୁଥିଲେ ଯେ ତାଙ୍କ କନ୍ୟା ହେଲିକପ୍ଟରରେ ଆସିବ । ତେଣୁ ତାଙ୍କର ଏହି ଇଚ୍ଛା ପୁରଣ ପାଇଁ ଏକ ହେଲିକପ୍ଟର ବୁକ୍‌ କରାଯାଇଥିଲା । ବରଙ୍କ ପିତା ସଂଜୟ କୁମାର ଏବେ ପ୍ରଫେସର ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.