Below header

ଦୋଷୀଙ୍କୁ କେବେ ମିଳିବ ଫାଶୀ ? ପଟିଆଲା ହାଉସ କୋର୍ଟକୁ ପ୍ରଶ୍ନ କଲା ତିହାର ଜେଲ

ତିହାର ଜେଲ ଅଧିକାରୀ ଦିଲ୍ଲୀ ଗ୍ୟାଙ୍ଗରେପ ମାମଲାରେ ସମସ୍ତ ଦୋଷୀଙ୍କ ଫାଶୀ ଦେବା ତାରିଖ ଧାର୍ଯ୍ୟ କରିବା ପାଇଁ ଶନିବାର ପଟିଆଲା ହାଉସ କୋର୍ଟକୁ ଯାଉଛନ୍ତି । ଜେଲର ମହାନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ “ରାଷ୍ଟ୍ରପତିଙ୍କ ଦ୍ୱାରା ବିନୟ କୁମାର ଶର୍ମାଙ୍କ ରାଜକ୍ଷମା ଖାରଜ ହେବାପରେ ତିହାର ଜେଲ ପ୍ରଶାସନ ସମସ୍ତ ଦୋଷୀଙ୍କୁ ଫାଶୀ ଦେବା ତାରିଖ ଧାର୍ଯ୍ୟ କରିବା ପାଇଁ ପଟିଆଲା ହାଉସ କୋର୍ଟ ଯାଉଛନ୍ତି” ।

ତିହାର ଜେଲରେ ବନ୍ଦ ନିର୍ଭୟା ମାମଲାର ଦୋଷୀ ମୁକେଶ, ପବନ, ବିନୟ ଏବଂ ଅକ୍ଷୟଙ୍କୁ ଫେବୃୟାରୀ ୧ ତାରିଖ ସକାଳ ୬ଟା ସମୟରେ ଫାଶୀ ଦିଆଯିବାର ଥିଲା କିନ୍ତୁ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ଫାଶୀଦଣ୍ଡକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ରଦ୍ଦ କରି ଦେଇଥିଲେ । ତେବେ ପବନ, ବିନୟ ଓ ଅକ୍ଷୟଙ୍କ ଓକିଲ ଏପି ସିଂଙ୍କ କହିବା ଅନୁଯାୟୀ ଆଇନର ରାସ୍ତା ଏବେବି ବାକି ଅଛି ସେଥିପାଇଁ ଫାଶୀର ତାରିଖ ଏବେ ବି ଅନିଶ୍ଚିତ ।

Image result for gang-rape-case-tihar-jail-administration-sought-patiala-house-court-new-date-to-hang-the-culprits"

ବର୍ତ୍ତମାନ ପର୍ଯ୍ୟନ୍ତ ଦୋଷୀ ମୁକେଶ ଆଇନର ସମସ୍ତ ରାସ୍ତା ଆପଣାଇ ସାରିଛି । ତାର ରାଜକ୍ଷମାକୁ ଜାନୁଆରୀ ୧୭ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଥିଲେ ଏବଂ ରାଷ୍ଟ୍ରପତିଙ୍କ ଏହି ନିଷ୍ପତ୍ତି ବିରୋଧରେ ତାର ଅପିଲକୁ ସୁପ୍ରିମ କୋର୍ଟ ଗତ ୨୯ ତାରିଖରେ ରିଜେକ୍ଟ କରିଥିଲେ । ତେବେ ବିନୟ ଓ ଅକ୍ଷୟଙ୍କ କ୍ୟୁରେଟିଭ ପିଟିସନକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିସାରିଛନ୍ତି ।

Image result for gang-rape-case-tihar-jail-administration-sought-patiala-house-court-new-date-to-hang-the-culprits"

ତିହାର ଜେଲ ଅଧିକାରୀଙ୍କ କହିବା ଅନୁଯାୟୀ ଆଜି ରାଷ୍ଟ୍ରପତି ବିନୟଙ୍କ ରାଜକ୍ଷମା ଖାରଜ କଲାପରେ ଅକ୍ଷୟ ରାଜକ୍ଷମା ଅପିଲ କରିଛନ୍ତି । ତେବେ ଦୋଷୀ ମାନଙ୍କୁ ଫାଶୀ ଦେବାପାଇଁ ତିହାର ଜେଲ ପ୍ରଶାସନ ପଟିଆଲା ହାଉସ କୋର୍ଟରେ ନୂଆ ତାରିଖ ଆବେଦନ କରିବ । ଜେଲ ଅଫିସରଙ୍କ କହିବା ଅନୁଯାୟୀ ଫାଶୀ ଦେବାପାଇଁ ଜେଲ ପ୍ରଶାସନର ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । କୋର୍ଟରୁ ଅନୁମତି ମିଳିବା ମାତ୍ରେ ହିଁ ସେମାନଙ୍କୁ ଫାଶୀ ଦିଆଯିବ । ତେବେ ଏହି ମାମଲାରେ ଦୋଷୀ ମାନଙ୍କ ଆଇନଗତ ଆବେଦନ କାରଣରୁ ତାରିଖ ଘୁଂଚିବାରେ ଲାଗିଛି । ଏହା ପୂର୍ବରୁ ଫେବୃୟାରୀ ୧ ତାରିଖରେ ଫାଶୀ ଦେବା ନିମନ୍ତେ ମିରଠରୁ ଜହ୍ଲାଦ ମଧ୍ୟ ତିହାର ଜେଲରେ ପହଂଚି ସାରିଛି ଏବଂ ଫାଶୀ ଦଉଡିକୁ ମଧ୍ୟ ଯାଞ୍ଚ କରି ସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.