ଧନତେରସ ଦିନ କରନ୍ତୁ ଏହି ଉପାୟ: ଦୂର ହେବ ଆର୍ଥିକ ସଙ୍କଟ, ଘରେ ବାସ କରିବେ ମା’ ଲକ୍ଷ୍ମୀ

ହିନ୍ଦୁ ପାଞ୍ଜି ଅନୁଯାୟୀ, କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପର୍ବ ପାଳନ କରାଯାଏ। ଏଥର ଧନତେରସ ନଭେମ୍ବର ୨ ତାରିଖରେ ପଡୁଛି। ଏହା ଦୀପାବଳିର ପ୍ରଥମ ଦିନ। ଧନତେରସ ଦିନ ଭଗବାନ କୁବେର ଏବଂ ଧନୱନ୍ତରୀଙ୍କୁ ବିଧି ଅନୁଯାୟୀ କରାଯାଇଥାଏ। ଏହି ପୂଜା ଦ୍ୱାରା ଜୀବନ ବର୍ଷସାରା ଆନନ୍ଦ ଏବଂ ସୁଖରେ ପରିପୂର୍ଣ୍ଣ ହୁଏ। ଏହା ଏକ ଧାର୍ମିକ ବିଶ୍ୱାସ ଯେ ଧନତେରସ ଦିନ ଏହି ଉପାୟ କଲେ ଘରେ କୌଣସି ପ୍ରକାରର ଆର୍ଥିକ ସମସ୍ୟା ଦେଖାଦିଏ ନାହିଁ। ଘରର ସମସ୍ତ ଅସୁବିଧା ଦୂର ହୋଇଥାଏ। ଘରେ ସୁଖ, ସମୃଦ୍ଧି ଓ ଐଶ୍ୱର୍ଯ୍ୟ ରହିଥାଏ।

ଧନତେରସରେ କରନ୍ତୁ ଏହି ଉପାୟ :

୧. ପଞ୍ଚଦେବଙ୍କ ପୂଜା – ଧନତେରସ ଦିନ ପଞ୍ଚଦେବ-ଭଗବାନ ଧନୱନ୍ତରୀ, ମାତା ଲକ୍ଷ୍ମୀ, କୁବେର, ଯମରାଜା ଓ ଭଗବାନ ଗଣେଶଙ୍କୁ ପୂଜା କରିବା ଉତ୍ତମ। ଏହାଦ୍ୱାରା ଘର ପରିବାରରେ ଲକ୍ଷ୍ମୀ ବାସ କରିଥାନ୍ତି।

୨. ପଶୁଙ୍କୁ ପୂଜା – ଧନତେରସ ଦିନ ଗ୍ରାମୀଣ ଅଞ୍ଚଳରେ ପଶୁଙ୍କୁ ପୂଜା କରିବା ପ୍ରଥା ରହିଛି। ଏହିଦିନ ଲୋକେ ନିଜ ଗୃହପାଳିତ ପଶୁ, ବିଶେଷ କରି ଗାଈଙ୍କୁ ପୂଜା କରିଥାନ୍ତି। ଦକ୍ଷିଣ ଭାରତରେ ଗାଈକୁ ମା’ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ।

୩. ଦୀପଦାନ – ଧନତେରସ ଦିନ ଦୀପଦାନର ବିଶେଷ ମହତ୍ତ୍ୱ ରହିଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ ଯେଉଁ ଘରେ ଯମରାଜଙ୍କ ନିମିତ୍ତ ଦୀପଦାନ କରାଯାଏ ସେ ଘରେ ଅକାଳ ବିୟୋଗ ହୋଇନଥାଏ।ହିନ୍ଦୁ ପାଞ୍ଜି ଅନୁଯାୟୀ, କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପର୍ବ ପାଳନ କରାଯାଏ। ଏଥର ଧନତେରସ ନଭେମ୍ବର ୨ ତାରିଖରେ ପଡୁଛି। ଏହା ଦୀପାବଳିର ପ୍ରଥମ ଦିନ। ଧନତେରସ ଦିନ ଭଗବାନ କୁବେର ଏବଂ ଧନୱନ୍ତରୀଙ୍କୁ ବିଧି ଅନୁଯାୟୀ କରାଯାଇଥାଏ। ଏହି ପୂଜା ଦ୍ୱାରା ଜୀବନ ବର୍ଷସାରା ଆନନ୍ଦ ଏବଂ ସୁଖରେ ପରିପୂର୍ଣ୍ଣ ହୁଏ। ଏହା ଏକ ଧାର୍ମିକ ବିଶ୍ୱାସ ଯେ ଧନତେରସ ଦିନ ଏହି ଉପାୟ କଲେ ଘରେ କୌଣସି ପ୍ରକାରର ଆର୍ଥିକ ସମସ୍ୟା ଦେଖାଦିଏ ନାହିଁ। ଘରର ସମସ୍ତ ଅସୁବିଧା ଦୂର ହୋଇଥାଏ। ଘରେ ସୁଖ, ସମୃଦ୍ଧି ଓ ଐଶ୍ୱର୍ଯ୍ୟ ରହିଥାଏ।

୪. ଧନିଆ – ଧନତେରସ ଦିନ ସୁନା ଓ ପିତ୍ତଳ କିଣିବା ପ୍ରଥା ରହିଛି। କିନ୍ତୁ ଯଦି ଆପଣ ସୁନା ବା ପିତ୍ତଳ କିଣି ନ ପାରୁଛନ୍ତି ତାହେଲେ ହଳଦିଆ କଉଡି ଓ ଧନିଆ ନିଶ୍ଚୟ କିଣିବା ଉଚିତ। ଧନତେରସ ଦିନ ଧନିଆ କିଣିବା ଅତ୍ୟଂର ଶୁଭ ହୋଇଥାଏ। ଏହାଦ୍ୱାରା ଘରେ ଲକ୍ଷ୍ମୀ ବାସ କରନ୍ତି।

୫. ହଳଦୀ – ଧନତେରସ ଦିନ ଶୁଭ ମୁହୂର୍ତ୍ତରେ ଗଣ୍ଠି ହଳଦୀ କିମ୍ବା କଳା ହଳଦୀ କିଣିବା ଉଚିତ। ଏହି ହଳଦୀକୁ କପଡାରେ ରଖି ସ୍ଥାପିତ କରିବେ। ଷୋଡଶ ଉପଚାରରେ ଏହି ହଳଦୀକୁ ପୂଜା କରିବେ। ତାପରେ ଏହାକୁ ଦାନ କରିଦେବେ। ଏହାଦ୍ୱାରା ଘରେ ଧନ ସମ୍ପତ୍ତି ଅଭାବ ହୁଏ ନାହିଁ ଏବଂ କାର୍ଯ୍ୟରେ ଆସୁଥିବା ବାଧା ମଧ୍ୟ ଦୂର ହୋଇଥାଏ ବୋଲି କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.