ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର ଖଣ୍ଡେ, ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି ଦିବ୍ୟାଙ୍ଗ ଶୁକ୍ରୁ ସୁନ୍ଦରଙ୍କ ପରିବାର

ନୂଆପଡା: ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏସବୁ ଯୋଜନା ଭିତରେ ମୁଣ୍ଡ ଗୁଂଜିବାକୁ ପକ୍କା ଘର ଯୋଗେଇ ଦେବାକୁ ଘୋଷଣା କରିଛନ୍ତି। ଏଥିପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଉଦାସୀନତା ଯୋଗୁଁ ପ୍ରକୃତ ଗରିବ ହିତାଧିକାରୀମାନେ ଏହି ଯୋଜନା ପାଇବାରୁ ବଂଚିତ ହୋଇ ରହୁଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାର ଖଡିଆଳ ବକ୍ଲରେ। ବକ୍ଲ କାର୍ଯ୍ୟାଳୟରୁ ମାତ୍ର ୧୦ କିମି ଦୂରତାରେ ରହିଛି ବରଗାଁ ଗ୍ରାମପଂଚାୟତର ବେନ୍ଦ୍ରାବାହାଲ ଗାଁ। ବେନ୍ଦ୍ରାବାହାଲ ଗାଁରେ ଦିବ୍ୟାଙ୍ଗ ଶୁକ୍ରୁ ସୁନ୍ଦର ଶବରଙ୍କ ପରିବାର। ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି । ଦିବ୍ୟାଙ୍ଗଙ୍କ ପରିବାର କହିଲେ ତାଙ୍କ ପତ୍ନି ପଦ୍ମିନୀ ଶବର ଓ ୪ବର୍ଷର ଶିଶୁପୁତ୍ର।

sukruଶୁକ୍ରୁ ସୁନ୍ଦର ଶବରଙ୍କ ଡାହାଣ ଆଖି ସଂପୂର୍ଣ ନଷ୍ଟ ହୋଇଯାଇଥିବା ବେଳେ ବାମ ଆଖିରେ ଅଳ୍ପ ଦେଖିପାରନ୍ତି । ସେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ହୋଇଥିଲେ ମଧ୍ଯ ତାଙ୍କ ନାଁରେ ଖଣ୍ଡିଏ ଜମିବାଡି କିମ୍ବା ଘରଟିଏ ମଧ୍ୟ ନାହିଁ । ଶୁକ୍ରୁ ସୁନ୍ଦର ଓ ତାଙ୍କ ପତ୍ନି ପଦ୍ମିନୀ ଗାଁର ଅନ୍ୟ ଲୋକଙ୍କ ଘରେ ମୂଲ ଲାଗି ଯାହା ରୋଜଗାର କରି ଆଣନ୍ତି ସେଥିରେ ବହୁ କଷ୍ଟରେ ପରିବାର ଚଳିଥାଏ । ଏଭଳି ସ୍ଥିତିରେ ଘର ଖଣ୍ଡେ କରିବାକୁ ହାତରେ ସମ୍ବଳ ନାହିଁ । ଦୀର୍ଘବର୍ଷ ହେଳା ଭଂଗା ଦଦରା ମାଟି କୁଡିଆ ଘରେ ଖରା ବର୍ଷା ସହି ମୁଣ୍ଡ ଗୁଞ୍ଜି ଆସୁଛନ୍ତି । ଦିବ୍ୟାଙ୍ଗ ଶୁକ୍ରୁ ସୁନ୍ଦର ଶବରଙ୍କୁ ଆବାସ ଯୋଜନା ସାମିଲ ହୋଇ ଘରଟିଏ ଯୋଗେଇ ଦେବାକୁ ପରିବାର ଲୋକେ ବହୁବାର ସ୍ଥାନୀୟ ସରପଂଚଙ୍କଠାରୁ ନେଇ ଖଡିଆଳ ବଡିିଓଙ୍କ ନିକଟରେ ଲଖିିତ ଅଭିଯାଗ କରିଥିଲେ ମଧ୍ୟ କେହି ଶୁଣି ନାହାନ୍ତି । ଯାଫଳରେ ଦୀର୍ଘବର୍ଷ ହେଳା ଦିବ୍ୟାଙ୍ଗ ଶୁକ୍ରୁଙ୍କ ପରିବାର ଭଂଗାଦରରା ମାଟିଘରେ ଆଶ୍ରୟନେଇ ବହୁ କଷ୍ଟରେ ଦିନ କାଟିଥିବା ପ୍ରକାଶ କରିଛନ୍ତି ।

1ସରକାର ଦିବ୍ୟାଙ୍ଗମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ଦିବ୍ୟାଙ୍ଗ ଶୁକ୍ରୁ ସୁନ୍ଦରଙ୍କୁ ସରକାରୀ ସୁବିଧା କହିଲେ ମାସକୁ ୫ଶହ ଟଙ୍କା ଭିନ୍ନକ୍ଷମ ଭତ୍ତା ଓ ୧୦କିଗ୍ରା ଚାଉଳ ମିଳିଥାଏ । ଏଥିରେ ଗୋଟିଏ ମାସ ଚଳିବା ଦିବ୍ୟାଙ୍ଗ ଶୁକ୍ରୁ ସୁନ୍ଦରଙ୍କ ପରିବାରକୁ ବହୁ କଷ୍ଟକର ହୋଇପଡୁଛି । ଏହି ଅସହାୟ ପରିବାରକୁ ଖାଦ୍ୟପେୟ ସହ ଆବାସ ଯୋଜନାରେ ସାମିଲ କରି ଏକ ପକ୍କାଗୃହ ଯୋଗେଇ ଦେବାକୁ ବେନ୍ଦ୍ରାବାହାଲ ଗ୍ରାମବାସୀ ବାରମ୍ବାର ଗ୍ରାମ ପଂଚାୟତର ସରପଂଚ ତଥା ବ୍ଲକ ପ୍ରଶାସନ ନିକଟରେ ଦାବି କରିଛନ୍ତି । ହେଲେ ପ୍ରଶାସନ ତରଫରୁ ଏଯାଏଁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ସ୍ଥାନୀୟ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏନେଇ ସେ ନୂଆପଡା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ଦିବ୍ୟାଙ୍ଗ ଶୁକ୍ରୁ ସୁନ୍ଦର ଶବରଙ୍କୁ ଏକ ଆବାସ ଗୃହ ଯୋଗେଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ତେବେ ଦେଖିବାକୁ ବାକି କେବେ ଏହି କରିବାକୁ ମିଳୁଛି ସହାୟତାର ହାତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.