ଏହି ଅଭିନେତ୍ରୀଙ୍କୁ ବିବାହ କରିଥାନ୍ତେ ସଲମାନ୍‌ ଖାନ୍‌, କାର୍ଡ ବି ଛପିସାରିଥିଲା, କିନ୍ତୁ ଏହି କାରଣରୁ ଭାଙ୍ଗିଗଲା ବାହାଘର

ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ଙ୍କ ବୟସ ୫୦ ଟପିଥିଲେ ମଧ୍ୟ ଆଜି ବି ୨୦ ବର୍ଷର ଯୁବତୀ ତାଙ୍କୁ ବିବାହ କରିବାକୁ ଇଚ୍ଛା କରୁଛନ୍ତି। ବଲିଉଡ୍‌ରେ ସଲମାନଙ୍କ କ୍ରେଜ୍‌ ଏବେ ବି ଫିକା ପଡ଼ିନାହିଁ। ଏଣୁ ଏବେ ବି ତାଙ୍କ ଫିଲ୍ମ ସୁପରଡୁପର ହିଟ୍‌ ହେଉଛି। ତେବେ ଫ୍ୟାନ୍‌ଙ୍କୁ ଏତେ ଫିଲ୍ମ ଭେଟି ଦେଇଥିବା ସଲମାନ୍‌ ଆଜି ବି ନିଜ ପାଇଁ ପରଫେକ୍ଟ ମ୍ୟାଚ୍‌ ଖୋଜିପାରିନାହାନ୍ତି। ତେଣୁ ଏଯାଏଁ ବିବାହ କରିନାହାନ୍ତି।

Salman Khan continues with his charitable efforts during the month ...

କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ଦିନେ ସଲମାନଙ୍କ ବିବାହର ସମସ୍ତ ପ୍ରସ୍ତୁତି ହୋଇଥିଲା। ଏମିତି କି ତାଙ୍କ ବିବାହର କାର୍ଡ ମଧ୍ୟ ଛପା ସରିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ବିବାହ ଭାଙ୍ଗିଯାଇଥିଲା। ସଲମାନଙ୍କ ବିବାହ ଅଭିନେତ୍ରୀ ତଥା ମଡେଲ ସଙ୍ଗୀତା ବିଜଲାନୀଙ୍କ ସହ ଫିକ୍ସ ହୋଇଥିଲା। ରିପୋର୍ଟ ମୁତାବକ ଉଭୟେ ୨୭ ମେ ୧୯୯୪ରେ ବିବାହ କରିଥାନ୍ତେ। କିନ୍ତୁ ସଙ୍ଗୀତା ନିଜେ ଏହି ବିବାହ ଭାଙ୍ଗି ଦେଇଥିଲେ। କାରଣ ଶେଷ ମୁହୂର୍ତ୍ତରେ ସଙ୍ଗୀତା ଜାଣିବାକୁ ପାଇଥିଲେ ଯେ ସଲମାନଙ୍କ ସୋମୀ ଅଲ୍ଲୀଙ୍କ ସହ ଅଫେୟାର ଚାଲିଛି। ଏଣୁ ସେ ବିବାହ ପାଇଁ ମନା କରିଦେଇଥିଲେ। ଏହା ପରେ ସଙ୍ଗୀତା କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ୍‌ଙ୍କୁ ୧୯୯୬ ରେ ବିବାହ କରିଥିଲେ। ଧର୍ମ ପରିବର୍ତ୍ତନ କରି ସେ ଆଝାରୁଦ୍ଦିନଙ୍କୁ ବିବାହ କରିଥିଲେ ମଧ୍ୟ ୨୦୧୦ରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା।

Revealed! Why Sangeeta Bijlani called off marriage with Salman ...

ସଲମାନଙ୍କ ସହ ସଙ୍ଗୀତାଙ୍କ ସାକ୍ଷାତ ୧୯୮୬ ମସିହାରେ ହୋଇଥିଲା। ସେମାନେ ଏହା ପରେ ଏକ କମର୍ସିଆଲରେ କାମ କରିଥିଲେ। ୧୯୯୩ରେ ଏକ ଇଣ୍ଟରଭ୍ୟୁରେ ସଲମାନ କହିଥିଲେ ସେ ବିବାହ କରିବାକୁ ଚାହୁଁଛନ୍ତି। କିନ୍ତୁ ସେ ସଙ୍ଗୀତା ବିଜଲାନୀ ହୋଇପାରନ୍ତି କିମ୍ବା ଆଉ କେହି ବି ହୋଇପାରନ୍ତି। କରନ୍‌ଙ୍କ ଶୋ’ରେ ମଧ୍ୟ ସଲମାନ୍‌ ଏହା ସ୍ୱୀକାର କରିଥିଲେ ଯେ ସଙ୍ଗୀତା ଓ ତାଙ୍କ ବିବାହର କାର୍ଡ ଛପା ସରିଥିଲା। ମାତ୍ର ସଙ୍ଗୀତା ନିଜ ଆଡ଼ୁ ବିବାହ ଭାଙ୍ଗି ଦେଇଥିଲେ। ଆଜି ହେଉଛି ସଙ୍ଗୀତାଙ୍କ ଜନ୍ମଦିନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.