ଡାଇନୋସର ଅଣ୍ଡାକୁ ଇଷ୍ଟ ଦେବତା ଭାବେ କରୁଥିଲେ ପୂଜା, ୧୭ ବର୍ଷ ପରେ ଗାଁ ଲୋକଙ୍କ ଆଖି ଖୋଲିଲେ ବିଶେଷଜ୍ଞ

ପାଡଲ୍ୟା ଗାଁରେ ଭିଲ୍ଲଡ଼ ବାବାଙ୍କର ଏକ ମନ୍ଦିର ନିର୍ମାଣ କରାଯାଇଥିଲା ଏବଂ ଏହି ପଥର ପରି ବସ୍ତୁଗୁଡ଼ିକ ସେଠାରେ ରଖାଯାଇ ପୂଜା ଆରମ୍ଭ କରାଯାଇଥିଲା । କିନ୍ତୁ ଲୋକମାନେ ଜାଣି ନଥିଲେ ଯାହାକୁ ସେମାନେ ଏତେ ବିଶ୍ୱାସରେ ପୂଜା କରୁଛନ୍ତି ସେ କୌଣସି ଦେବତା ନୁହଁନ୍ତି ସେ ହେଉଛି ଡାଇନୋସରର ଅଣ୍ଡା ।

ମଧ୍ୟପ୍ରଦେଶର ଧର ଜିଲ୍ଲା ରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଧର ଜିଲ୍ଲାର ପାଡଲ୍ୟା ଗାଁର କିଛି ଲୋକଙ୍କୁ ଅନେକ ଦିନ ତଳେ ଗୋଲାକାର ପଥର ପରି ବସ୍ତୁ ମିଳିଥିଲା । ପରେ ଗ୍ରାମବାସୀମାନେ ଏହି ପଥର ପରି ବସ୍ତୁକୁ ନେଇ ବିଭିନ୍ନ ସ୍ଥାନରେ ରଖି ପୂଜା କରିବା ଆରମ୍ଭ କରିଥିଲେ । କେବଳ ଏତିକି ନୁହେଁ ପାଡଲ୍ୟା ଗାଁରେ ଭିଲ୍ଲଡ଼ ବାବାଙ୍କର ଏକ ମନ୍ଦିର ନିର୍ମାଣ କରାଯାଇଥିଲା ଏବଂ ଏହି ପଥର ପରି ବସ୍ତୁଗୁଡ଼ିକ ସେଠାରେ ରଖାଯାଇ ପୂଜା ଆରମ୍ଭ କରାଯାଇଥିଲା । କିନ୍ତୁ ଲୋକମାନେ ଜାଣି ନଥିଲେ ଯାହାକୁ ସେମାନେ ଏତେ ବିଶ୍ୱାସରେ ପୂଜା କରୁଛନ୍ତି ସେ କୌଣସି ଦେବତା ନୁହଁନ୍ତି ସେ ହେଉଛି ଡାଇନୋସରର ଅଣ୍ଡା । ଲୋକମାନେ ଡାଇନୋସରର ଅଣ୍ଡା ଉପରେ ହାର, ଫୁଲ, ନଡ଼ିଆ ଏବଂ ତିଲକ ଲଗାଇ ବହୁତ ଭକ୍ତିର ସହିତ ପୂଜା କରୁଥିଲେ । କିନ୍ତୁ ବିଶେଷଜ୍ଞମାନଙ୍କୁ ଏ ଘଟଣା ବିଷୟରେ ଜଣା ପଡ଼ିବା ପରେ ସେମାନେ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଥିଲେ ।

କେବଳ ଏତିକି ନୁହେଁ, ଲୋକମାନେ ଭିଲ୍ଲଡ଼ ବାବାଙ୍କ ନାଁରେ କୁକୁଡ଼ା ଓ ଛେଳି ବଳି ଦେବା ଆରମ୍ଭ କରିଥିଲେ । ପାଡଲ୍ୟା ବ୍ୟତୀତ ଏହାର ନିକଟସ୍ଥ ଗାଁ ଗୋଡା, ଟକାରୀ, ଝାବା, ଆଖଡ଼ା, ଜାମାନ୍ୟାପୁରା ଠାରେ ମଧ୍ୟ ଏହି ଗୋଲ ଗୋଲ ପଥର ଆକୃତିର ବସ୍ତୁକୁ ପୂଜା କରିବା ଆରମ୍ଭ କରିଥିଲେ । କୌଣସି ପ୍ରକାରେ ବିଶେଷଜ୍ଞମାନେ ଏହି ଘଟଣା ସମ୍ପର୍କରେ ସୂଚନା ପାଇଥିଲେ ଏବଂ ସେମାନେ ଜାଣିବାକୁ ପାଇଲେ ଯେ ପ୍ରାୟ ୧୭ ବର୍ଷ ପୂର୍ବେ ଲୋକମାନେ ଡାଇନୋସର ଅଣ୍ଡାର ୨୫୬ ଜୀବାଶ୍ମ ପାଇଥିଲେ । ପାଡଲ୍ୟା ଗାଁରେ ଡାଇନୋସର ଜୀବାଶ୍ମକୁ ନେଇ ଏକ ଜୀବାଶ୍ମ ପାର୍କ ନିର୍ମାଣ କରାଯାଇଛି । ଲୋକମାନେ ଡାଇନୋସରର ଟିଟାନୋ-ସୌରନ୍ ପ୍ରଜାତିର ଜୀବାଶ୍ମକୁ ପୂଜା କରୁଥିବା ପ୍ରକାଶ ପାଇଛି । ଏହା ପରେ ଯେତେବେଳେ ବିଶେଷଜ୍ଞମାନେ ଘଟଣାସ୍ଥଳକୁ ଯାଇ ଏହାର ଯାଞ୍ଚ କରିଥିଲେ, ଏହା ଡାଇନୋସରର ଅଣ୍ଡା ବୋଲି ଜଣା ପଡ଼ିଥିଲା ।

ବୀରବଲ ସାହନି ଇନଷ୍ଟିଚ୍ୟୁଟ ଅଫ ପ୍ୟାଲିଓ ସାଇନ୍ସର ଲକ୍ଷ୍ନୌ ବିଶେଷଜ୍ଞ ତଥା ମଧ୍ୟପ୍ରଦେଶ ଜଙ୍ଗଲ ବିଭାଗର ଅଧିକାରୀମାନେ ଏହାର ଅନୁସନ୍ଧାନ କରିଥିଲେ । ଏହା ପରେ ବିଶେଷଜ୍ଞମାନେ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ ଯେ ସେମାନେ ଯାହାକୁ ଦେବତା ଭାବି ପୂଜା କରୁଛନ୍ତି ତାହା ପ୍ରକୃତରେ ଡାଇନୋସରର ଅଣ୍ଡା । ବର୍ତ୍ତମାନ ୟୁନେସ୍କୋ ଦ୍ୱାରା ଧର ଜିଲ୍ଲାକୁ ଏକ ଗ୍ଲୋବାଲ୍ ଜିଓ ପାର୍କ ଭାବେ ମାନ୍ୟତା ଦେବା ପାଇଁ ବିଶେଷଜ୍ଞ ମାନେ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି । ଯାହାଫଳରେ ଏହି ଜୀବାଶ୍ମ ଏବଂ ଐତିହ୍ୟ ସ୍ଥାନଗୁଡିକ ସଂରକ୍ଷିତ କରାଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.