Below header

ମିଳିବେ ନାହିଁ ଏମିତି ଗୁରୁ, ପାଠ ପଢାଇବା ନିଶାରେ ନଦୀ-ନାଳ ଡେଇଁ ଯାଉଛନ୍ତି ସ୍କୁଲ୍

କଥାରେ ଅଛି ଉପରବାଲା ଯାହା ନିଷ୍ପତି ନେଇଥାଏ ତାହାକୁ କେହି କେବେ ବଦଳେଇ ପାରିନଥାନ୍ତି। ଆଜ୍ଞା ହଁ ଆମେ ଆଜି ଆପଣଙ୍କୁ ସୁକୁମା ଜିଲ୍ଲାର ମାଝିଡୀହ ଶାସକୀୟ ମାଧ୍ଯମିକ ପାଠଶାଳାରେ ପଦସ୍ଥ ଶିକ୍ଷକ ସନ୍ଦୀପ ଭଦୌରିୟାଙ୍କ ବିଷୟରେ କହିବାକୁ ଯାଉଛୁ। ୨୧ ବର୍ଷ ଚାକିରୀ କରିବା ପରେ ଦୁର୍ଭାଗ୍ଯ ବସତଃ ଏକ ସଡ଼କ ଦୁର୍ଘଟଣାରେ ସେ ତାଙ୍କର ଡ଼ାହାଣ ହାତ ହରାଇବା ସହ ଡ଼ାହାଣ ପାଦ ମଧ୍ଯ କାମ କରିବା ବନ୍ଦ ହୋଇଯାଇଛି ଶିକ୍ଷକ ସନ୍ଦୀପଙ୍କର। ଜୀବନ ବଞ୍ଚିଯାଇଥିବାରୁ ସମସ୍ତେ ତାଙ୍କୁ ଚାକିରୀରୁ ଅବସର ନେବା ପାଇଁ କହିଥିଲେ। କିନ୍ତୁ ସନ୍ଦୀପ ଏହି କଥାରେ ଧ୍ଯାନ ନଦେଇ ବାମ ହାତରେ ଲେଖିବା ଅଭ୍ଯାସ କରିବା ପରେ ପୁଣିଥରେ ସ୍କୁଲରେ ଯୋଗ ଦେଇଥିଲେ।

ସ୍କୁଲରେ ପହଞ୍ଚିବା ପାଇଁ ଜଙ୍ଗଲ, ପାହାଡ, ନଦୀ-ନାଳରେ ଭରପୂର ଥିବା ୫ କିଲୋମିଟର ରାସ୍ତା ଚାଲିବାକୁ ମଧ୍ଯ ପଡ଼ୁଥିଲା। ଏହାପରେ ମଧ୍ଯ ସନ୍ଦୀପଙ୍କ ଇଛା ଶକ୍ତି ଭାଙ୍ଗିନଥିଲା। ନକ୍ସଲ ପ୍ରଭାବିତ ଅଞ୍ଚଳ ହେବା ପରେ ମଧ୍ଯ ଶିକ୍ଷା ପ୍ରତି ତାଙ୍କର ସମର୍ପଣ ଭାବ ଦେଖି ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ସମସ୍ତେ ତାଙ୍କୁ ସଲାମ କରିଥାନ୍ତି। ଗୁରୁଙ୍କୁ ଗୋବିନ୍ଦଙ୍କ ଠାରୁ ଉଚା ସ୍ଥାନ ଏହି କାରଣରୁ ଦିଆଯାଇନାହିଁ। କାରଣ ଶିଷ୍ଯଙ୍କ ଭବିଷ୍ଯତ ପାଇଁ ଗୁରୁ ପ୍ରତ୍ଯେକ କାର୍ଯ୍ଯ ପାଇଁ ସର୍ବଦା ପ୍ରସ୍ତୁତ ହୋଇରହିଥାନ୍ତି। ସନ୍ଦୀପ ସମାଜଶାସ୍ତ୍ର ଏବଂ ଅର୍ଥଶାସ୍ତ୍ରରେ ଏମ୍ଏ କରିଛନ୍ତି। ସେ ୧୯୯୫ ମସିହାରେ ପ୍ରଥମେ ଶିକ୍ଷା କର୍ମୀ ରୂପେ ନିଯୁକ୍ତି ପାଇଥିଲେ।

chhattisgarhବାମ ହାତରେ ଶିଖିଥିଲେ ଲେଖିବା:

ଜୁଲାଇ ୨୦୧୬ ମସିହାରେ ଜଗଦଲପୁରରୁ ଫେରିବା ସମୟରେ ନେଗାନାର ନିକଟରେ ବଡ ଦୁର୍ଘଟଣାରେ ସନ୍ଦୀପ ଅଚେତ ହୋଇଯାଇଥିଲେ। ସେହି ଦୁର୍ଘଟଣାରେ ସେ ନିଜର ଡାହାଣ ହାତ ଏବଂ ପାଦ ହରାଇଥିଲେ। ପରିବାର ଲେକମାନେ ବଞ୍ଚିବାର ଆଶା ଛାଡିଦେଇଥିଳେ ମଧ୍ଯ ଡାହାଣ ହାତ କହୁଣୀ ପାଖରୁ କଟା ଯିବା ପରେ ସେ ବଞ୍ଚିପାରିଥିଲେ। ଡାହାଣ ପାଦର ହାଡ ମଧ୍ଯ ତିନି ଯାଗାରେ ଭାଙ୍ଗିଯାଇଥିଲା। ପ୍ଲାଷ୍ଟର କରି ଦୀର୍ଘ ଦିନ ଧରି ରଖି ଖୋଲିବା ପରେ ମଧ୍ଯ ତାଙ୍କର ପାଦ କାମ କରିବା ବନ୍ଦ ହୋଇଯାଇଥିଲା।
ତେଙ୍ଗପାଲ ଠାରୁ ମାଝିଡୀହ ସ୍କୁଲ ୮ କିଲୋମିଟର ଦୂର। ମଝିରେ ନଦୀ-ନାଳ ମଧ୍ଯ ପଡେ। ବର୍ଷାଦିନେ ରାସ୍ତା ଆହୁରୀ କଠିନ ହୋଇଯିବାରୁ ପାଖାପାଖି ୫ କି.ମି ବାଟ ଚାଲି ଯିବାକୁ ପଡେ। କିନ୍ତୁ ସନ୍ଦୀପ ସର୍ବଦା ଗରୀବ ଓ ଅସହାୟ ପିଲାମାନଙ୍କ ଶିକ୍ଷା ବିଷୟରେ ଚିନ୍ତା କରୁଥିଲେ। ଏହିକାରଣରୁ ଦିନେ ନିଶ୍ଚୟ ସ୍କୁଲ ଯାଇ ପାଠ ପଢାଇବେ ବୋଲି ସ୍ଥିର କଲେ। ତାଙ୍କର ଏହି କାମରେ କିନ୍ତୁ ପରିବାର ସଦସ୍ଯ ରାଜି ନଥିଲେ ମଧ୍ଯ ସେ ତାଙ୍କର ଏହି ନିଷ୍ପତିରୁ ହଟି ନଥିଲେ। ଆଜିକୁ ତିନନି ବର୍ଷ ହେବ ସନ୍ଦୀପ ନିୟମିତ ରୂପେ ସ୍କୁଲ ଯାଇ ପିଲାମାନଙ୍କୁ ପାଠ ପଢାଉଛନ୍ତି।

ଏହାସହ ପଢନ୍ତୁ: ଦୁନିଆର ସବୁଠାରୁ ରହସ୍ୟମୟ ମଣିଷ, ଯାହାଙ୍କର ଥିଲା ଦୁଇଟି ଚେହେରା, ଗୋଟିଏ ଶୋଉଥିଲା ତ ଆଉ ଗୋଟିଏ ଜାଗ୍ରତ ରହୁଥିଲା

ପିଲାଙ୍କ ଭବିଷ୍ଯ ଠାରୁ ଆଉ କିଛି ବଡ ନୁହେଁ:

ସାଧାରଣ ଜୀବନରେ ଏତେବଡ଼ ଦୁଘର୍ଟଣା ଘଟିଯାଇଥିଲେ ମଧ୍ଯ ସନ୍ଦୀପ ହାର ମାନିନଥିଲେ। ଡାକ୍ତର ତାଙ୍କୁ ୯୦ ପ୍ରତିଶତ ଦିବ୍ଯାଙ୍ଗ ଘୋଷଣା କରିଥିଲେ। କିନ୍ତୁ ଇଛା ଶକ୍ତି ସବୁକୁ ପଛରେ ପକାଇ ଦେଇଥାଏ। ପିଲାମାନଙ୍କ ଭବିଷ୍ଯତ ଠାରୁ ବଡ ମୋ ପାଇଁ ଆଉ କିଛି ନୁହେଁ ଏବଂ ପିଲାମାନଙ୍କ ପାଖରେ ହିଁ ମତେ ଶାନ୍ତି ମିଳିଥାଏ ବୋଲି କହିଛନ୍ତି ସନ୍ଦୀପ। ଗାଁର ପ୍ରତ୍ଯେକ ବ୍ଯକ୍ତି ସନ୍ଦୀପଙ୍କର ଏହି କର୍ତ୍ତବ୍ଯପରାୟଣତାକୁ ଖୁବ୍ ପ୍ରଶଂସା କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.