ଆଇଏନ୍ଏକ୍ସ ଦୁର୍ନୀତି ମାମଲାରେ ପି. ଚିଦାମ୍ବରମ୍ଙ୍କୁ ବଡ଼ ଝଟ୍କା, ଆଗୁଆ ଜାମିନ୍ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଆଇଏନ୍ଏକ୍ସ ଦୁର୍ନୀତି ମାମଲାରେ ପି. ଚିଦାମ୍ବରମ୍ଙ୍କୁ ବଡ଼ ଝଟ୍କା । ଚିଦାମ୍ବରମ୍ଙ୍କୁ ଆଗୁଆ ଜାମିନ୍ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହା ସହ ଚିଦାମ୍ବରମ୍ଙ୍କ ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ଅର୍ଥାତ୍ ଏବେ ପି. ଚିଦାମ୍ବରମ୍ଙ୍କୁ ଗିରଫ କରିପାରିବ ଇଡି । ଏହି ମାମଲାରେ ଇଡି ଜେଲ୍ ଭିତରେ ପଚରାଉଚରା କରିପାରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏବେ ସିବିଆଇ ରିମାଣ୍ଡରେ ଅଛନ୍ତି ଚିଦାମ୍ବରମ୍ । ଆଜି ତାଙ୍କ ସିବିଆଇ ରିମାଣ୍ଡ ଅବଧି ଶେଷ ହେଉଛି । ଆଗୁଆ ଜାମିନ୍ ଓ ସିବିଆଇ ରିମାଣ୍ଡ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ସିବିଆଇ ପକ୍ଷରୁ କେସ୍ ଡାଏରୀ କୋର୍ଟରେ ଦାଖଲ କରାଯାଇପାରିବ । ସେହିପରି ଇଡି କ’ଣ ଦସ୍ତାବିଜ୍ ଏକାଠି କରିଛି, ତାହା ଚିଦାମ୍ବରମ୍ଙ୍କୁ ଦେଖାଇବାର ଆବଶ୍ୟକତା ନାହିଁ । କୋର୍ଟ କହିଛନ୍ତି ଚିଦାମ୍ବରମ୍ଙ୍କୁ ଆଗୁଆ ଜାମିନ୍ ଦେଲେ ଯାଞ୍ଚ ପ୍ରକ୍ରିୟା ପ୍ରଭାବିତ ହୋଇପାରେ । ଏହା ସହ ଆଗୁଆ ଜାମିନ୍ ପାଇଁ ନିମ୍ନ ଅଦାଲତକୁ ଯିବା ପାଇଁ କହିଛନ୍ତି କୋର୍ଟ ।