ଏ କେମିତକା ସରପ୍ରାଇଜ୍ ! ପତ୍ନୀକୁ କାଉଣ୍ଟ ଡାଉନ୍ କରିବାକୁ କହି ବନ୍ଦ କରାଇଲେ ଆଖି, ଏହାପରେ ଗଳା କାଟିଦେଲେ ସ୍ୱାମୀ
ସରପ୍ରାଇଜ୍ କାହାକୁ ବା ଭଲ ଲାଗିନଥନାଏ। ଆମେ ସମସ୍ତେ ସରପ୍ରାଇଜକୁ ବହୁତ ଭଲ ପାଇଥାଉ। ଆଉ ସେହି ସରପ୍ରାଇଜ୍ ନିଜର ପ୍ରିୟ ମଣିଷ ଦିଅନ୍ତି ତେବେ ଏହି ଖୁସି ଦ୍ୱିଗୁଣା ହୋଇଯାଇଥାଏ। ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ସରପ୍ରାଇଜ୍ ଦେବା ପାଇଁ ଆଖି ବନ୍ଦ କରିବାକୁ କହି କାଉଣ୍ଟ ଡାଉନ୍ କରିବାକୁ କହିଲେ ଏହାର ଠିକ୍ ପରେ ସେ ତାଙ୍କ ସ୍ତ୍ରୀଙ୍କ ଗଳାକୁ କାଟି ଦେଲେ। ଏହି ମାମଲା ବ୍ରିଟେନର କେଣ୍ଟର ଅଟେ। ସ୍ୱାମୀଙ୍କ ଆକ୍ରମଣରେ ମହିଳା ଜଣଙ୍କ ଗମ୍ଭୀର ଭାବରେ ଆହତ ହୋଇଛନ୍ତି। ସୌଭାଗ୍ୟବସତଃ ତାଙ୍କ ଜୀବନ ବଞ୍ଚି ଯାଇଛି।
ସୂଚନା ଅନୁଯାୟୀ ଘଟଣାର ଠିକ୍ ପୂର୍ବରୁ ଦମ୍ପତି ଶାରୀରିକ ସମ୍ପର୍କ ରଖିଥିଲେ। ୩୪ ବର୍ଷିୟ ସୌନ ମେ ନିଜର ପତ୍ନୀ ଲୋରା ମେଙ୍କୁ ଆକ୍ରମଣ କରିବାର ଠିକ ପରେ କହିଥିଲେ ଯେ ସେ ନିଜ ଜୀବନକୁ ମଧ୍ୟ ହାରିଦେବେ।
କୋର୍ଟରେ ଶୁଣାଣୀବେଳେ ସେ ଜଣାଇଥିଲେ ଯେ ଆର୍ଥିକ ଅନିୟମିତତା କାରଣରୁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା। ସେଥିପାଇଁ ତାଙ୍କୁ ଜଣାନଥିଲା ଯେ କେମିତି ନିଜର ଋଣ ସୁଝିବେ।
ଏହାସହ ପଢନ୍ତୁ : ରାତ୍ରୀର ଅନ୍ଧକାରରେ ରାସ୍ତା ଉପରେ କଣ କରୁଥିଲେ ‘ମହାକାଶ ଯାତ୍ରୀ’ ! ଦୃଶ୍ୟ ଦେଖି ଲୋକେ ହୋଇଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ…
ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଆକ୍ରମଣ କରିଥିବା କଥା କୋର୍ଟରେ ସ୍ୱିକାର କରିଛନ୍ତି। ତାଙ୍କ ଉପରେ ହତ୍ୟା ଉଦ୍ୟମର ଅଭିଯୋଗ ରୁଜୁ କରାଯାଇଛି। ଏହି ଆକ୍ରମଣରେ ପତ୍ନୀଙ୍କର ଜୀବନ ରକ୍ଷା ପାଇଯାଇଛି।
ସ୍ତ୍ରୀଙ୍କ କହିବାକୁଯାୟୀ ତାଙ୍କ ସମ୍ପର୍କ ବହୁତ ଭଲ ଥିଲା। ତାଙ୍କୁ ମନେ ନାହିଁ ଯେ ଶେଷ ଥର ତାଙ୍କ ଦୁହିଁଙ୍କ ଭିତରେ କେବେ ଝଗଡା ହୋଇଥିଲା। ଏହି ମାମଲାର ଶୁଣାଣୀ ଏବେ ପଯ୍ୟର୍ନ୍ତ ଜାରୀ ରହିଛି।