ମଦ ନିଶାରେ ଯୁବକ ମାନଙ୍କ ଔଦ୍ଧତ୍ୟ, ଭିଡିଓ ହେଉଛି ଭାଇରାଲ୍
ଦିଲ୍ଲୀ : ଦିଲ୍ଲୀର ମୁଖାର୍ଜୀ ଏରିଆର ଦୁଇଟି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ପାଖାପାଖି ୫ରୁ ୬ ଯୁବକ ନିଶାଶକ୍ତ ଅବସ୍ଥାରେ ବିନା କପଡା ପିନ୍ଧି ଉତ୍ପାତ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି । ଭିଡିଓଟି ବିଳମ୍ବିତ ରାତିର ବୋଲି କୁହାଯାଉଛି । ଏହି ମାମଲାକୁ ଦିଲ୍ଲୀ ପୋଲିସ୍ ଗୁରୁତର ସହିତ ନେବା ସହିତ ଏକ ମାମଲା ରୁଜୁ କରିଛି ।
ଭିଡିଓରେ ଦେଖିବାକୁ ମିଳିଛି କି କେମିତି ନିଶାରେ ଚୁର୍ ଥିବା ଯୁବକମାନେ ଉତ୍ପାତ ମଚାଉଛନ୍ତି ଓ ବାରମ୍ବାର ତଳେ ପଡି ଯାଉଛନ୍ତି । ଉକ୍ତ ଯୁବକମାନେ ସେହି ଅଞ୍ଚଳରେ ଭଡାରେ ରହୁଥିବାବେଳେ ଘରର ମାଲିକଙ୍କ ବିରୋଧରେ ଆଇପିସି ଧାରା ୧୮୮ ଏବଂ ଯୁବକ ମାନଙ୍କ ବିରୋଧରେ ଆଇପିସି ଧାରା ୨୮୩ ଏବଂ ୨୬୮ ରୁଜୁ କରାଯାଇଛି । ଦିଲ୍ଲୀର ମୁଖାର୍ଜୀ ନଗର ଥାନାରେ ଏହି ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।
ଏହାସହ ପଢନ୍ତୁ:
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସର୍ବସମ୍ମୁଖରେ ନିଜ ସହଯୋଗୀଙ୍କୁ ମାରିଲେ ଚାପୁଡା, ଦେଖନ୍ତୁ ଏହି…
ସୂଚନା ମୁତାବକ ମନୀଷ ନାମକ ଏକ ଯୁବକର ଜନ୍ମଦିନ ପାର୍ଟି ଥିଲା । ଯେଉଁଥିରେ ତାର ସମସ୍ତ ସାଙ୍ଗ ସାମିଲ ହୋଇଥିଲେ । ପୋଲିସ୍ କହିଛି କି, ଏହି ଯୁବକମାନେ ସର୍ବସାଧାରଣ ସ୍ଥଳରେ ଏପରି ଉତ୍ପାତ କରିଥିବା ହେତୁ ଏହା ଏକ ଅପରାଧ ଶ୍ରେଣୀରେ ଯାଉଛି । ଭିଡିଓ ଭାଇରାଲ ହେବାପରେ ପୋଲିସ୍ ଏନେଇ ମାମଲା ରୁଜୁ କରିଥିଲା ।