ମାଘ ସପ୍ତମୀ ଦିନ ଭୁଲରେ ବି କରନ୍ତୁନି ଏସବୁ କାମ, ରୁଷ୍ଟ ହେବେ ସୂର୍ଯ୍ୟ ଦେବ

ଆସନ୍ତାକାଲି ଅର୍ଥାତ୍‌ ଫେବ୍ରୁଆରୀ ୭ରେ ପଡ଼ୁଛି ମାଘ ସପ୍ତମୀ। ଏହି ଦିନ ସୁଖ ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ପାଇଁ ସୂର୍ଯ୍ୟ ଦେବଙ୍କ ପୂଜା କରାଯାଏ। ମାନ୍ୟତା ରହିଛି ଯେ ଏହି ଦିନ ସୂର୍ଯ୍ୟ ଦେବ ନିଜ ଘୋଡ଼ାକୁ ଉତ୍ତର ପୂର୍ବ ଦିଗରେ ଉତ୍ତର ଗୋଲାର୍ଦ୍ଧ ଆଡ଼କୁ ବୁଲାଇଥାନ୍ତି। ଏହି କାରଣରୁ ଏହାକୁ ସୂର୍ଯ୍ୟଙ୍କ ଜନ୍ମଦିନ ବୋଲି ମଧ୍ୟ କୁହାଯାଏ। ଏହି ଶୁଭ ଦିନରେ କିଛି କାମ କରିବାକୁ ମନା କରାଯାଇଛି। ତେବେ ଆସନ୍ତୁ ଜାଣିବା ଏହି ଦିନ କି କି କାମ କରିବା ମନା…

କରନ୍ତୁନି ଏସବୁ କାମ:

  • ରଥ ସପ୍ତମୀ ଦିନ କଳି ଝଗଡ଼ାରୁ ଦୂରେଇ ରୁହନ୍ତୁ ଓ ନିଜକୁ ଶାନ୍ତ ରଖନ୍ତୁ।
  • ମଦ୍ୟପାନ କରନ୍ତୁ ନାହିଁ କିମ୍ବା ତାମସିକ ଭୋଜନ ସେବନ କରନ୍ତୁ ନାହିଁ।
  • ଘରେ ଶାନ୍ତିର ବାତାବରଣ ବଜାୟ ରଖନ୍ତୁ।
  • ଏହି ଦିନ ବ୍ରହ୍ମ ଚର୍ଯ୍ୟ ବ୍ରତ ପାଳନ କରନ୍ତୁ।
  • ମାଘ ସପ୍ତମୀରେ ଲୁଣ ଭକ୍ଷଣ କରନ୍ତୁ ନାହିଁ।

ମାଘ ସପ୍ତମୀରେ କରନ୍ତୁ ଏସବୁ କାମ:

  • ଏହି ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ବ୍ରହ୍ମ ମୁହୂର୍ତ୍ତରେ ଗଙ୍ଗାରେ ସ୍ନାନ କରନ୍ତୁ। ଯଦି ସମ୍ଭବ ହେଉ ନାହିଁ ତେବେ ପାଣିରେ ଅଳ୍ପ ଗଙ୍ଗାଜଳ ପକାଇ ସ୍ନାନ କରନ୍ତୁ।
  • ଏହି ଦିନ ସୂର୍ଯ୍ୟ ଦେବଙ୍କ ପୂଜା କରନ୍ତୁ ଓ ରଥ ସପ୍ତମୀ ବ୍ରତ କଥା ଶୁଣନ୍ତୁ।
  • ସୂର୍ଯ୍ୟ ଦେବଙ୍କ ସାମ୍ନାରେ ଦୀପ ଜାଳନ୍ତୁ। ଏଭଳି କରିବା ଦ୍ୱାରା ଭାଗ୍ୟ ଉଦୟ ହେବ।
  • ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଅର୍ଘ୍ୟ ଦିଅନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ଜାତକରେ ସୂର୍ଯ୍ୟ ମଜଭୁତ ହେବେ।
  • ଏହି ଦିନ ବ୍ରତ ପୂଜା ସାମଗ୍ରୀ, ବସ୍ତ୍ର, ଭୋଜନ ଆଦି ବସ୍ତୁ ଦାନ କରିବା ଫଳରେ ଶୁଭ ଫଳ ମିଳେ।
  • ମାଘ ସପ୍ତମୀରେ ଘରର ମୁଖ୍ୟ ଦ୍ୱାରରେ ଆମ୍ବ ପତ୍ର ବାନ୍ଧନ୍ତୁ। ଶୁଭ ଫଳ ମିଳିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.