ପଞ୍ଜାବରେ ଚରଣଜିତ୍ ସିଂ ଚନ୍ନି ହେବେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ; ରାହୁଲ ଗାନ୍ଧୀ କଲେ ଘୋଷଣା

ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନରେ ଚରଣଜିତ୍ ସିଂ ଚନ୍ନି ହେବେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଲୁଧିଆନାରେ ରବିବାର ଆୟୋଜିତ ଏକ ଭର୍ଚୁଆଲ୍ ରାଲିକୁ ସମ୍ବୋଧିତ କରି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଚରଣଜିତ୍ ସିଂ ଚନ୍ନିଙ୍କ ନାମ ଘୋଷଣା ହେବା ପରେ ସେ ମଞ୍ଚରୁ କହିଥିଲେ, ‘ଆପଣଙ୍କ କୃପାରୁ ମୋର ସବୁ କାମ ହେଉଛି, ତୁମେ କରୁଛି କହ୍ନେୟା, ମୋର ନାମ ହେଉଛି’।
ଚରଣଜିତ୍ ସିଂ ଚନ୍ନି ଆହୁରି କହିଥିଲେ ଯେ ‘ଏହା ବହୁତ ବଡ଼ ଲଢ଼େଇ, ଯାହା ମୁଁ ଏକୁଟିଆ ଲଢ଼ି ପାରିବି ନାହିଁ। ନା ମୋ ପାଖରେ ଟଙ୍କା ଅଛି, ନା ସାହସ। ସାହସ ବି ପଞ୍ଜାବର ଲୋକମାନେ ଦେବେ, ସବୁକିଛି ପଞ୍ଜାବର ଲୋକମାନେ କରିବେ’। ଏହା ପୂର୍ବରୁ ରାହୁଲ ଗାନ୍ଧୀ ଚନ୍ନିଙ୍କୁ ଜନତାଙ୍କ ସିଏମ୍ ବୋଲି କହିଥିଲେ। ସେ ଆହୁରି କହିଥିଲେ ଯେ ‘ତାଙ୍କଠାରେ କୌଣସି ଗର୍ବ, ଅହଂକାର ନାହିଁ। ସେ ଲୋକଙ୍କ ପାଖକୁ ଯାଇ ଥାଆନ୍ତି’। ପଞ୍ଜାବର ସମସ୍ତ ୧୧୭ ବିଧାନସଭା ଆସନ ପାଇଁ ୨୦ ଫେବୃଆରୀରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ହେବ। ମାର୍ଚ୍ଚ ୧୦ରୁ ଭୋଟ୍ ଗଣତି କରାଯିବ।