ବ୍ୟକ୍ତିକୁ ବରବାଦ କରିଦେଇଥାଏ ଘର ଆଗରେ ଲଗାଯାଇଥିବା ଏହି ୫ ଗଛ, ତୁରନ୍ତ ହଟାନ୍ତୁ

ଗଛ-ବୃକ୍ଷ କେବଳ ସୌନ୍ଦର୍ଯ୍ୟ ବଢ଼ାଇ ନଥାଏ, ଏହାଦ୍ୱାରା ଘରର ଆର୍ଥିକ ସ୍ଥିତି ମଧ୍ୟ ଖୋଲିଥାଏ । ହେଲେ ବେଳେ ବେଳେ ଲୋକେ ଗଛ ଲଗାଇବାରେ ଭୁଲ କରିଥାନ୍ତି । ଯାହା ଘର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଏହି ଗଛ ଘରର ଆର୍ଥିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଆଜି ଆମେ ଆପଣଙ୍କୁ ଏହି ୫ ଗଛ ସମ୍ପର୍କରେ କହିବୁ, ଯାହା ଘରେ ଲଗାଇଲେ ଆପଣଙ୍କ ଜୀବନ ଉପରେ ନକରାତ୍ମକ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା କ’ଣ ସେହି ଗଛ ।

ଓସ୍ତ ଗଛ – ବହୁ ପୂଜା ପାର୍ବଣରେ ଓସ୍ତ ଗଛକୁ ପୂଜା କରାଯିବାର ବିଧି ରହିଛି । ହେଲେ ବାସ୍ତୁ ଅନୁସାରେ ଯଦି ଏହି ଗଛକୁ ଘର ଅଗଣାରେ ଲଗାଇବେ,ତେବେ ଏହା ଘର ଉପରେ ଖରାପ ପ୍ରଭାବ ପକାଇଥାଏ ।

ତେନ୍ତୁଳି ଗଛ – ଘର ନିକଟରେ ତେନ୍ତୁଳି ଗଛକୁ ଲଗାଇବା ଉଚିତ୍‌ ନୁହେଁ । କାରଣ ଏହି ଗଛ ନକରାତ୍ମକ ଶକ୍ତି ସୃଷ୍ଟି କରିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଯାହା ଘର ଅଗଣାରେ ତେନ୍ତୁଳି ଗଛ ରହିଥାଏ,ତାଙ୍କର ଆର୍ଥିକ ସ୍ଥିତି ଖରାପ ଥାଏ ।

ଖଜୁରୀ ଗଛ – ବାସ୍ତୁ ଶାସ୍ତ୍ର ଅନୁସାରେ ଖଜୁରୀ ଗଛ ଘର ଅଗଣାରେ ବା ବାଡିରେ ଲଗାଇବା ଉଚିତ୍‌ ନୁହେଁ । ଏହି ଗଛରୁ ନକରାତ୍ମକ ଶକ୍ତି ଆସିଥାଏ । ଏହି ଗଛ ଘରେ ଥିଲେ ଦରିଦ୍ରତା ଆସିଥାଏ । ସଜଡା କାମକୁ ଏହି ଗଛ ବିଗାଡି ଦେଇଥାଏ । ଉନ୍ନତିର ମାର୍ଗ ରୋକିଥାଏ ଏହି ଗଛ ।

କୋଳି ଗଛ – ଘର ଆଗରେ କୋଳି ଗଛ ରହିବା ଅଶୁଭ ମନାଯାଇଥାଏ । ଏହି ଗଛରେ ଲମ୍ବା କଣ୍ଟା ଥିବାରୁ ଏହାକୁ ଘର ଅଗଣାରେ ଲଗାଇବାକୁ ମନାଥାଏ । ଯେଉଁ ଘରେ ଏହି ଗଛ ଥାଏ ସେହି ଘରୁ ସୁଖ ଶାନ୍ତି ନଷ୍ଟ ହୋଇଯାଇଥାଏ । ଘରର ସଦସ୍ୟଙ୍କ ମଧ୍ୟରେ କଳହ ସୃଷ୍ଟି କରିଥାଏ ଏହି ଗଛ ।ଘରେ ସର୍ବଦା ଧନର ଅଭାବ ଦେଖାଯାଏ ।

କ୍ଷୀର ବାହାରୁଥିବା ଗଛ – ଯେଉଁ ଗଛରୁ କ୍ଷୀର ବ ଧଳା ପଦାର୍ଥ ବାହାରିଥାଏ ତାକୁ ଘରେ ଲଗାଇବାକୁ ମନାଥାଏ । ଏହାକୁ ଘରେ ଲଗାଇବା ଦ୍ୱାରା ଘରକୁ ଅଶୁଭ ଶକ୍ତି ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.