କିମ୍ବଦନ୍ତୀ ଫୁଟ୍‌ବଲ ଖେଳାଳି ପେଲେଙ୍କୁ କ୍ୟାନ୍ସର, ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି

କେନ୍ୟୁଜ୍‌ ବ୍ୟୁରୋ: କତାରରେ ଫିଫା ବିଶ୍ୱକପ ୨୦୨୨ ଚାଲିଛି, ଅନେକ ରୋମାଞ୍ଚ ଭରା ମ୍ୟାଚ୍‌ ମଧ୍ୟ ଦେଖିବାକୁ ମିଳୁଛି । କିନ୍ତୁ, ଏହାରି ଭିତରେ ଫ୍ୟାନ୍ସମାନଙ୍କ ପାଇଁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ବ୍ରାଜିଲର ମହାନ ଫୁଟ୍‌ ବଲ ଖେଳାଳି ଅସୁସ୍ଥ ହୋଇ ହସ୍ପିଟାଲରେ ବର୍ତ୍ତି ହୋଇଛନ୍ତି । ଅନେକ ମିଡିଆ ଏବଂ ସୋସିଆଲ ମିଡିଆ ସୂତ୍ରରୁ ଅନେକ ଖବର ଆସୁଛି । କୁହାଯାଉଛି କି ପେଲେ ଏବେ ହସ୍ପିଟାଲରେ ସଂକଟାପର୍ଣ୍ଣ ପରିସ୍ଥିତି ଦେଇ ଗତି କରୁଛନ୍ତି ।

ଏହି ସବୁ ଖବର ଶୁଣି ଜଣା ପଡ଼ୁଛି ଯେ ନିଶ୍ଚିତ ରୂପେ ପେଲେ ଗମ୍ଭୀର ସମସ୍ୟା ଦେଇ ଗତି କରୁଛନ୍ତି ।ଏହି ପରି ସବୁ ଖବର ଆସିବା ପରେ ପେଲେଙ୍କର ଝିଅ ଏବେ ପେଲେଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଅପଡେଟ୍‌ ଦେଇଛନ୍ତି । ସେ କହିଛନ୍ତି , ପେଲେଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଯେଉଁ ସବୁ ଖବର ଗଣମାଧ୍ୟମରେ ପ୍ରସାରିତ ହେଉଛି ସେମିତି କିଛି ଏମର୍ଜେନ୍ସି ନାହିଁ । ବାପା ତାଙ୍କର କ୍ୟାନ୍ସର ଚିକିତ୍ସା ପାଇଁ ନିୟମିତ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେଣୁ ସୋସିଆଲ ମିଡିଆରେ ହେଉଥିବା ଗୁଜବ ଉପରେ ବିଶ୍ୱାସ ନ କରିବା ପାଇଁ କହିଛନ୍ତି ।

ସୂଚନା ଅନୁସାରେ ପେଲେ ପୂର୍ବରୁ କ୍ୟାନ୍ସରେ ପୀଡ଼ିତ ଥିଲେ , ଏବେ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚେକ୍‌ ଅପ୍‌ କରିବା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ପେଲେଙ୍କ ଝିଅ କେଲି ନେସିମେଣ୍ଟୋ ତାଙ୍କର ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲରେ ସେୟାର କରି କହିଛନ୍ତି । କେଲି ଲେଖିଛନ୍ତି, ‘ ବାପା ଏବେ ମେଡିକାଲରେ ରୁଟିନ ଚେକ୍‌ ଅପ୍‌ ପାଇଁ ଆସିଛନ୍ତି, କିଛି ଏମରର୍ଜେନ୍ସି ନାହିଁ କିମ୍ବା କୌଣସି ଗମ୍ଭୀର ସମସ୍ୟା ନାହିଁ । ମୁଁ ଏଠାରେ ନୂଆ ବର୍ଷ ପାଇଁ ଆସିଛି ଏବଂ କଥା ଦେଉଛି ବାପାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ କିଛି ଫଟୋ ମଧ୍ୟ ସେୟାର କରିବି’ ।

ବ୍ରାଜିଲକୁ ୫ଥର ବିଶ୍ୱକପ ଜିତାଇବାରେ ପେଲେଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ :

ବ୍ରାଜିଲ ହେଉଛି ବିଶ୍ୱର ପ୍ରଥମ ଦେଶ ଯିଏ ସବୁଠାରୁ ଅଧିକ ୫ ଥର ଫିଫା ବିଶ୍ୱକପ ଜିତିଛି । ସେହି ୫ ଥର ଜିତିବା ପଛରେ ପେଲେଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ତାଙ୍କ ସମୟରେ ସେ ବ୍ରାଜିଲଙ୍କୁ ୩ଥର ବିଶ୍ୱବିଜେତା କରାଇଛନ୍ତି । ବିଶ୍ୱ ଫୁଟ୍‌ବଲ ଇତିହାସରେ ପେଲେ ହେଉଛନ୍ତି ଜଣେ ସୁପରିଚିତ ନାମ । ସେ ପ୍ରଥମେ ୧୯୫୮ରେ ସୁଡାନ ବିରୋଧରେ ଫାଇନାଲ ମ୍ୟାଚ୍‌ରେ ପେଲେ ଦୁଇଟି ଗୋଲ ଦେଇ ବ୍ରାଜିଲକୁ ଜିତାଇଥିଲେ । ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ୧୭ । ସେ ବହୁତ କମ୍‌ ବୟସରୁ କ୍ରୀଡ଼ା ଜଗତରେ ପାଦ ଥାପିଥିଲେ । ଯେତେବେଳେ ତାଙ୍କ ବୟସର ଖେଳାଳି ଖେଳ ଜଗତକୁ ପ୍ରବେଶ କରୁଥିଲେ, ସେତେବେଳେ ସେ କ୍ରୀଡ଼ା ଜଗତର ବଡ଼ ବଡ଼ ମାଇଲ ଖୁଣ୍ଟ ପାର କରି ସାରିଥିଲେ । ସେ ୧୯୫୮,୧୯୬୨ ଏବଂ ୧୯୭୦ରେ ବ୍ରାଜିଲକୁ ବିଶ୍ୱକପ ଜିତାଇଥିଲେ । ସେ ବ୍ୟକ୍ତିଗତ ଭାବରେ ୯୨ ମ୍ୟାଚ୍‌ରେ ୭୭ ଗୋଲ ବ୍ରାଜିଲ ପାଇଁ ଦେଇଛନ୍ତି । ଯଦି ତାଙ୍କର ପୁରା କ୍ୟାରିୟର ଦେଖା ଯାଏ ସେ ପୁରା ଖେଳ ଜୀବନରେ ୧୩୬୩ ମ୍ୟାଚ୍‌ ଖେଳି ୧୨୮୧ ଗୋଲ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.