୨୦୨୨ରେ ପଡୁଛି ଏତେ ସବୁ ଛୁଟି ଦିନ, ବୁଲିବା ପାଇଁ ପ୍ଲାନ କରୁଥିଲେ ଜାଣିରଖନ୍ତୁ

କରୋନା ମହାମାରୀ କାରଣରୁ ଯଦି ଆପଣ ୨୦୨୦ ଓ ୨୦୨୧ ମସିହାରେ କୌଣସି ନୂଆ ସ୍ଥାନ ବୁଲିବା ପାଇଁ ଯାଇ ପାରିନାହାନ୍ତି ତେବେ ଆଦୌ ବ୍ୟସ୍ତ ହୁଅନ୍ତୁନି ।  ଆପଣଙ୍କ ପାଇଁ ୨୦୨୨ ଏକ ନୂଆ ସୁଯୋଗ ନେଇ ଆସିଛି ।  କାହିଁକି ଜାଣନ୍ତି ଆଗକୁ ଆସୁଥିବା ନୂଆ ବର୍ଷରେ ଏନେକ ଲମ୍ବା ଛୁଟି ଦିନ ପଡୁଛି ।  ଏହି ଛୁଟି ଦିନ ମାନଙ୍କରେ ଆପଣ କେଉଁଠିକି ଦୂର ସ୍ଥାନକୁ ଯିବା ପାଇଁ ପ୍ଲାନ କରିପାରିବେ ।  ନିଜ ପରିବାର ତଥା ସାଙ୍ଗ ସାଥୀଙ୍କ ସହ କୌଣସି ମିନି ଟ୍ରିପକୁ ଯାଇପାରିବେ ।  ତେବେ ଆସନ୍ତୁ ଜାଣି ରଖିବା କେଉଁ କେଉଁ ଦିନ ମାନଙ୍କରେ ଏହି ଲମ୍ବା ଛୁଟି ଦିନ ଗୁଡିକ ପଡୁଛି ଆଉ ଏହି ସମୟରେ ଋତୁ ଅନୁଯାୟୀ ଆପଣ କେଉଁ ସବୁ ସ୍ଥାନକୁ ଯିବା ପାଇଁ ପ୍ଲାନ କରିପାରିବେ ।  ତେବେ ଆସନ୍ତୁ ଚଳିତ ବର୍ଷ ପଡୁଥିବା ସାପ୍ତାହିକ ଛୁଟି ଦିନ ଗୁଡିକ ଉପରେ ନଜର ପକାଇବା ।

ଜାନୁଆରୀରେ ପଡୁଥିବା ଛୁଟି ଦିନ:

ଚଳିତ ବର୍ଷ ନୂଆ ବର୍ଷ ଅର୍ଥାତ ଜାନୁଆରୀ ୧ ତାରିଖ ଶନିବାର ଦିନ ପଡୁଥିବା ବେଳେ ୨ ତାରିଖ ରବିବାର ପଡୁଛି ।  ତେଣୁ ଆପଣ ବେଧଡକ ଡିସେମ୍ବର ୩୧ ତାରିଖରେ କେଉଁଠିକି ଯିବା ପାଇଁ ପ୍ଲାନ କରିପାରିବେ ।  ଆଉ ଏକ ଭଲ ଜାଗାରେ ନୂଆ ବର୍ଷ ସେଲିବ୍ରେଟ କରିପାରିବେ ।  ଏହା ପରେ ସେହି ବର୍ଷ ମକର ସଂକ୍ରାନ୍ତି ଜାନୁଆରୀ ୧୪ ତାରିଖରେ ପଡୁଥିବା ବେଳେ ଏହା ପରେ ୧୫ ଓ ୧୬ ଶନିବାର ଓ ରବିବାର ପଡୁଛି ।  କିନ୍ତୁ ଯଦି ଆପଣ ଏକ ବଡ ଟ୍ରିପ ପାଇଁ ପ୍ଲାନ କରୁଛନ୍ତି ତେବେ ଆପଣଙ୍କ ପାଇଁ ମାସର ଶେଷ ଆଡକୁ ଅଧିକ ସୁହାଇବ ।  ଜାନୁଆରୀ ୨୬ ତାରିଖରେ ବୁଧବାର ପଡୁଛି ଯଦି ଆପଣ ୨୭
ଓ ୨୮ ତାରିଖ ଛୁଟି ନେବେ ପୁନଶ୍ଚ ୨୯ ଓ ୩୦ ତାରିଖ ଶନିବାର ଓ ରବିବାରରେ ହିଁ ପଡୁଛି ।  ଏହି ଦିନରେ ଆପଣ ଏକ ବଡ ଟ୍ରିପ ପାଇଁ ପ୍ଲାନ କରିପାରିବେ ।  ଏହି ସମୟରେ ଆପଣ ଗୁଜୁରାଟରେ ଅନୁଷ୍ଠିତ ହେଉଥିବା “ଅନ୍ତର୍ଜାତୀୟ କାଇଟ ଫେଷ୍ଟିଭାଲ” ବୁଲି ଦେଖିପାରିବେ ।  ଅଥବା ଵିକନେର, ଜାମ୍ମୁ ଓ କାଶ୍ମୀର ବି ଯାଇପାରିବେ ।

holyday

ଫେବୃଆରୀ ଓ ମାର୍ଚ୍ଚରେ ପଡୁଥିବା ଛୁଟି ଦିନ:

ଠିକ ସେହିପରି ଫେବୃଆରୀ ମାସର ୨୬ ଓ ୨୭ ତାରିଖ ଶନିବାର ରବିବାର ପଡୁଥିବାବେଳେ ମାର୍ଚ୍ଚ ୧ ତାରିଖ ମହାଶିବରାତ୍ରି ପଡୁଛି ।  ଏମିତିରେ ଯଦି ଆପଣ ଏକ ବୁଲିବା ପାଇଁ ଯୋଜନା କରୁଛନ୍ତି ତେବେ ୩
ରୁ ୪ ଦିନ ପାଇଁ ବୁଲିକି ଆସି ପାରିବେ ।  ଆଉ ଅନ୍ୟପକ୍ଷରେ ମାର୍ଚ୍ଚ ୧୮ ତାରିଖରେ ହୋଲି ପଡୁଥିବା ବେଳେ ଏହା ପରର ଦୁଇ ଦିନ ଅର୍ଥାତ ୧୯ ଓ ୨୦ ତାରିଖ ଶନିବାର ଓ ରବିବାର ପଡୁଛି ।  ଏହି ସମୟରେ ଆପଣ ବୃନ୍ଦାବନ, ମଥୁରା ପରି ସ୍ଥାନ ମାନଙ୍କୁ ବୁଲି ଆସିପାରିବେ ।  ଅଥବା ରାଜସ୍ଥାନ ମାଉଣ୍ଟ ଆବୁ ସ୍ଥିତ ରନ୍ଥମ୍ବବୋର ବୁଲି ଆସିପାରିବେ ।

ଏପ୍ରିଲ ଓ ମେ ମାସ:

ଠିକ ସେମିତି ଏପ୍ରିଲ ମାସ ମଧ୍ୟ ଭାଗରେ ଏକ ଲମ୍ବା ଛୁଟି ଦିନ ପଡୁଛି ।  ଏପ୍ରିଲ ୧୪ରୁ ଆରମ୍ଭ କରି ୧୭ ଯାଏଁ ଏକ ଲମ୍ବା ଛୁଟି ପଡୁଛି ।  ଅନ୍ୟପକ୍ଷରେ ମେ ୧୪ ଓ ୧୫ ତାରିଖ ଶନିବାର ଓ ରବିବାର ଛୁଟି ଦିନ ପଡୁଥିବା ବେଳେ ୧୬ ରେ ବୁଦ୍ଧ ପୁର୍ଣିମା ପଡୁଛି ।  ସେହିପରି ଜୁଲାଇ ମାସ ପହିଲାରେ ରଥଯାତ୍ରା ପଡୁଥିବା ବେଳେ ୨ ଓ ୩ରେ ଶନିବାର ଓ ରବିବାର ପଡୁଛି ।  ଏହି ସମୟରେ ନ୍ୟାସନାଲ ପାର୍କ, ସ୍ପିତି ଭ୍ୟାଲି, ହିମାଚଳ ପ୍ରଦେଶ, ଧର୍ମଶାଳା, ଅମରନାଥ ଆଦି ସ୍ଥାନକୁ ଯାଇପାରିବେ ।

ଅଗଷ୍ଟ ମାସ:

ଅଗଷ୍ଟରେ ବି ଅନେକ ଛୁଟି ଦିନ ପଡୁଛି ।  ଏହି ମାସ ୬, ୭, ୮ ତାରିଖ ଶନିବାର, ରବିବାର ଓ ମହରମ ପଡୁଛି ।  ଠିକ ସେମିତି ୧୧ ତାରିଖରେ ରକ୍ଷା ବନ୍ଧନ, ୧୩ ଓ ୧୪ ରେ ଶନିବାର ଓ ରବିବାର, ୧୫
ରେ ସ୍ୱାଧୀନତା ଦିବସ ପଡୁଛି ।  ଯଦି ଆପଣ ୧୨ ରେ ଛୁଟି ନେବ ତେବେ ଆପଣଙ୍କୁ ଏକ ଲମ୍ବା ଛୁଟି ମିଳିଯିବ । ଠିକ ସେମିତି ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ ବି ଲମ୍ବା ଛୁଟି ଦିନ ପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.