Below header

ଶନି ଏବଂ ରାହୁଙ୍କ ବାଧାରୁ ମୁକ୍ତି ପାଇବା ପାଇଁ ଭଗବାନ ଭୈରବଙ୍କୁ କରନ୍ତୁ ପୂଜା, ଆପଣାନ୍ତୁ ଏହି ଉପାୟ

ଆଷାଢ ମାସର କାଳାଷ୍ଟମୀ ବ୍ରତ ଆଜି ପଡୁଛି। ଆଜିର ଦିନ କାଳ ଭୈରବଙ୍କ ପୂଜା କରାଯାଏ। ଭଗବାନ ଭୈରବଙ୍କୁ ଶିବଙ୍କର ରୌଦ୍ର ରୂପ ଭାବେ ଜଣାଯାଏ। ଭଗବାନ ଭୈରବଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ। ମାନ୍ୟତା ଅନୁସାରେ ଶନି ଏବଂ ରାହୁଙ୍କ ବାଧାରୁ ମୁକ୍ତି ପାଇବା ପାଇଁ ଭଗବାନ ଭୈରବଙ୍କ ପୂଜା କରିବା ଜରୁରୀ। କାଳ ଭୈରବଙ୍କ ସ୍ୱରୂପ ଭୟଙ୍କର କିନ୍ତୁ ଶ୍ରଦ୍ଧା ମନରେ ପୂଜା କଲେ ସ୍ୱୟଂ ସେ ନିଜେ ଆପଣଙ୍କର ସୁରକ୍ଷା କରିବେ। ଭକ୍ତର ସମସ୍ତ ମନୋକାମନା ପୂର୍ଣ୍ଣ କରନ୍ତି। କାଳ ଭୈରବଙ୍କୁ ପ୍ରସନ୍ନ କରିବା ପାଇଁ କ’ଣ କରିବେ ଆଉ କ’ଣ କରିବେ ନାହିଁ।

କାଳଭୈରବଙ୍କ କୃପା ପାଇବା ପାଇଁ କ’ଣ କରିବେ :

– ଶିବ ଏବଂ ଶାକ୍ତ ସମ୍ପ୍ରଦାୟରେ ଭଗବାନ ଭୈରବଙ୍କ ପୂଜାର ମହତ୍ତ୍ୱ ରହିଥାଏ। ଏହିଦିନ ବେଲପତ୍ରରେ ନାଲି କିମ୍ବା ଧଳା ଚନ୍ଦନରେ ଓଁ ନମଃ ଶିବାୟ ଲେଖି ଶିବଲିଙ୍ଗରେ ଅର୍ପଣ କରିବା ଉଚିତ। ପୂଜା ସମୟରେ ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରଖିବା ଉଚିତ।

– ଶନି କିମ୍ବା ରାହୁ-କେତୁ ପୀଡିତ ବ୍ୟକ୍ତି ଯଦି ଶନିବାର ଏବଂ ରବିବାର କାଳଭୈରବ ମନ୍ଦିରରେ ଯାଇ ଦର୍ଶନ କରିବା ଉଚିତ। ସେମାନଙ୍କ ସବୁ କାର୍ଯ୍ୟ ସଂପନ୍ନ ହୁଏ।

– ଭଗବାନ କାଳଭୈରବଙ୍କ ବାହାନ କୁକୁର। ତେଣୁ ଭୈରବଙ୍କ ବର ପାଇବା ପାଇଁ କଳା କୁକୁରକୁ ମିଠା ରୁଟି ଖାଇବାକୁ ଦିଅନ୍ତୁ। ଜୀବନରେ ଆସୁଥିବା ସବୁ ସମସ୍ୟାରୁ ମୁକ୍ତି ମିଳିବ।

– ଭୈରବ ଅର୍ଥାତ୍‌ ଭୟରୁ ରକ୍ଷା କରୁଥିବା। ନକାରାତ୍ମକ ଶକ୍ତି ଏବଂ କୁଦୃଷ୍ଟିରୁ ଛୁଟକାରା ପାଇବା ପାଇଁ ଏହିଦିନ କାଳଭୈରବ ନମଃ ଜପ ବା କାଳଭୈରବାଷ୍ଟକ ପାଠ କରନ୍ତୁ।

– କାଳଭୈରବ ପୂଜା କରିବା ଦ୍ୱାରା ଗ୍ରହ ବାଧା ଏବଂ ଶତ୍ରୁ ବାଧା ରୁ ମୁକ୍ତି ମିଳିଥାଏ। କାଳାଷ୍ଟମୀ ଦିନ ଭଗବାନ ଭୈରବ ପ୍ରତିମା ଆଗରେ ସୋରିଷ ତେଲରେ ଦୀପ ଜଳାନ୍ତୁ।

kalashtmi
photo credit: aaj tak

କ’ଣ କରିବେ ନାହିଁ :

– ଭୈରବ ବାବା ଦୁଇଟି ସ୍ୱରୂପରେ ପୂଜା ପାଆନ୍ତି। କାଳ ଭୈରବ ଏବଂ ବଟୁକ ଭୈରବ। ଗୃହସ୍ଥ ବ୍ୟକ୍ତି ଭଗବାନ ଭୈରବଙ୍କର ତାମାସିକ ପୂଜା କରିବା ଉଚିତ ନୁହେଁ। ମାନ୍ୟତା ଅନୁଯାୟୀ ଏମିତିରେ ଲୋକ ଭୈରବ ବାବଙ୍କ ସୋମ୍ୟ ସ୍ୱରୂପ ଅର୍ଥାତ୍‌ ବଟୁକ ଭୈରବଙ୍କ ପୂଜା କରିବା ଉଚିତ।

– ଏହି ଦିନ କୌଣସି ଉଦ୍ଦେଶ୍ୟ ନ ରଖି ପୂଜା କରନ୍ତୁ, ନଚେତ ଅନ୍ୟ କାହାର ଖରାପ କାମନା କରିବା ଚକ୍କରରେ ଆପଣ ନିଜର ଖରାପ କରିବସିବେ।

– ବିଶେଷ ଭାବେ ଏହିଦିନ କୌଣସି କୁକୁର, ଗାଈ କିମ୍ବା ଅନ୍ୟ ଜୀବଜନ୍ତୁଙ୍କ ସହିତ ଖରାପ ବ୍ୟବହାର କିମ୍ବା ହିଂସକ ବ୍ୟବହାର କରନ୍ତୁ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.