ଦେବାଙ୍ଗିନୀ ହେଲେ ଲାଇଫ୍ ଷ୍ଟାଇଲ୍ ମିସ୍ ରଜ ୨୦୨୨

ଭୁବନେଶ୍ୱର : ଦେବାଙ୍ଗିନୀ ବେହେରା ହୋଇଛନ୍ତି ମିସ୍‌ ରଜ-୨୦୨୨ । ଭାରତର ଅଗ୍ରଣୀ ଫେସନ୍ ସଂସ୍ଥା ଲାଇଫ୍ ଷ୍ଟାଇଲ୍ ପକ୍ଷରୁ ମିସ୍ ରଜ ୨୦୨୨ର ସଫଳତା ସହିତ ଭୁବନେଶ୍ୱର ଏସପ୍ଲାନେଡ୍‌ ଠାରେ ଷ୍ଟୋରରେ ତିନି ଦିନିଆ ରଜ ପର୍ବ ପାଳନ କରାଯାଇଛି । ରଜ ପର୍ବ ସହିତ ନାରୀତ୍ୱର ଭାବକୁ ପାଳନ କରି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଓଲିଉଡ୍ ଅଭିନେତ୍ରୀ ଭୂମିକା ଦାଶ ଗ୍ରାଣ୍ଡ୍ ଫିନାଲେ ବିଜେତାଙ୍କୁ ସମ୍ମାନିତ କରିଛନ୍ତି । ଏହି ପ୍ରତିଯୋଗିତାରେ ଭୁବନେଶ୍ୱରର ମହିଳାମାନଙ୍କୁ ସେମାନଙ୍କ ଫେସନ ଦକ୍ଷତାକୁ ଉପସ୍ଥାପିତ କରିବାକୁ କୁହାଯାଇଥିଲା । ସେମାନେ ଇନଷ୍ଟାଗ୍ରାମରେ ନିଜର ସବୁଠୁ ଫେସନେବଲ୍ ଫଟୋ ଅପ୍ଲୋଡ୍ କରି ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ପ୍ରତିଯୋଗିତାରେ ୪୫୦ରୁ ଅଧିକ ଆବେଦନ ଆସିଥିଲା। ସେମାନେ ଦେଇଥିବା ଲୁକ୍ ଓ ପୋଷ୍ଟକୁ ମିଳିଥିବା ଲାଇକ୍ ଅନୁଯାୟୀ ଶ୍ରେଷ୍ଠ ପ୍ରତିଯୋଗୀ ବଛା ଯାଇଥିଲା । ୧୦ ଜଣ ପ୍ରି-ଫାଇନାଲିଷ୍ଟ୍ଙ୍ ନାମ ଜୁନ୍ ୯ରେ ଘୋଷଣା କରାଯାଇଥିଲା । ସେମାନଙ୍କୁ ଲାଇଫ୍ ଷ୍ଟାଇଲ୍ ନୂତନ ଟ୍ରେଣ୍ଡ୍ ପିନ୍ଧିବା ଲାଗି ଆମନ୍ତ୍ରଣ କରାଯାଇଥିଲା । ପ୍ରି ଫାଇନାଲିଷ୍ଟ୍ମାନେ ସେମାନଙ୍କ ସେହି ଫଟୋକୁ ଭୋଟିଂ ପର୍ଯ୍ୟାୟ ପାଇଁ ନିଜ ଇନଷ୍ଟାଗ୍ରାମରେ ଅପ୍ଲୋଡ୍ କରିଥିଲେ । ସର୍ବାଧିକ ଲାଇକ୍ ପାଇଥିବା ଦେବାଙ୍ଗିନୀ ବେହେରାଙ୍କୁ ଦ୍ୱିତୀୟ ସିଜନରେ ଲାଇଫଷ୍ଟାଇଲ ମିସ୍ ରଜ ୨୦୨୨ ଟାଇଟଲ୍ ପ୍ରଦାନ କରାଯାଇଥିଲା ।

ବିଜେତାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଲାଇଫଷ୍ଟାଇଲ୍ ଭାଉଚର ମିଳିଥିଲା । ଲାଇଫଷ୍ଟାଇଲ ସହକାରୀ ଉପସଭାପତି-ମାର୍କେଟିଂ ରୋହିଣି ହଲ୍ଦିଆ କହିଛନ୍ତି ଯେ “ଓଡ଼ିଶାରେ ନାରୀତ୍ୱ ଭାବକୁ ପାଳନ କରିବାର ଏକ ସ୍ୱତନ୍ତ୍ର ଅବସର ହେଉଛି ରଜ ପର୍ବ । ଏଠାରେ ଅନେକ ନୂତନ ପ୍ରତିଭା ରହିଛନ୍ତି । ଯେଉଁମାନେ ଲୋକଲୋଚନକୁ ଆସିବା ଦରକାର ଏବଂ ଆମେ ଲାଇଫ୍ ଷ୍ଟାଇଲରେ ଏଭଳି ଅଭିଯାନ ଜରିଆରେ ଫେସନ୍ ଓ ଉତ୍ସବକୁ ପାଳନ କରିବାରେ ଗର୍ବ ଅନୁଭବ କରୁଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.