ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ନିକଟରେ ଜାଲରେ ପଡ଼ିଛି ବାଘ, ଉଦ୍ଧାର ପାଇଁ ପହଁଚିଛି ବନବିଭାଗ ଟିମ୍

ଅନୁଗୋଳ(କେନ୍ୟୁଜ): ଜାଲରେ କଲରପତରିଆ ବାଘ। ଶିକାରୀଙ୍କ ଜାଲରେ ପଡ଼ି ଛଟପଟ ହେଉଛି କଲରାପତରିଆ। ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ନିକଟରେ ଜାଲରେ ପଡ଼ିଛି ବାଘ। କଲରାପତରିଆ ଜାଲରେ ପଡ଼ିବା ଦେଖିବା ପରେ ସ୍ଥାନୀୟ ବାସିନ୍ଦା ବନବିଭାଗକୁ ଖବର ଦେଇଥିଲେ।
ଆରସିସିଏଫଙ୍କ ନିର୍ଦ୍ଦେଶରେ ଡିଏଫଓ, ଏସିଏଫ ଓ ବନବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସାତକୋଶିଆରୁ ଡାକ୍ତରୀ ଟିମ୍ ପହଞ୍ଚିବା ପରେ କଲରାପତରିଆ ବାଘକୁ ଟ୍ରାଙ୍କୁଲାଇଜ କରି ଉଦ୍ଧାର କରାଯିବ।