ଭଗବାନ ଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ସୋମବାର ଦିନ କ୍ଷୀର କରନ୍ତୁ ଏପରି କାର୍ଯ୍ୟ, ଦୂର ହେବ ସବୁ ସମସ୍ୟା

ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ ହୋଇଥାଏ। ଏହି ଦିନ ଭଗବାନ ଶିବଙ୍କୁ ପୂଜା କରାଯାଏ। ସୋମବାର ଦିନ ସକାଳୁ ଉଠି ଯଦି ଆପଣ ଶିବଙ୍କ ଦର୍ଶନ କରି ଶିବ ଚାଳିସା ଏବଂ ଶିବାଷ୍ଟକ ପାଠ କରନ୍ତି, ତେବେ ଭଗବାନ ଶିବ ଜଲଦି ପ୍ରସନ୍ନ ହୋଇଥାନ୍ତି। ଆପଣଙ୍କ ସମସ୍ୟାର ସମାଧାନ ଜଲଦି ହୋଇଯାଏ। ଏମିତିରେ ସୋମବାର ଦିନ କ୍ଷୀରରେ କିଛି ଉପାୟ କରିବା ଦ୍ୱାରା ଫାଇଦା ମିଳିଥାଏ। ସୋମବାର ଦିନ ଭୋଳାନାଥଙ୍କୁ ପୂଜା କଲେ ସବୁ ଇଚ୍ଛା ପୂରଣ ହୁଏ। ଏହି ଦିନ ଭଗବାନ ଶିବଙ୍କୁ ଆରାଧନା କରାଯାଏ।

କୁହାଯାଏ, ଏହି ଜଗତର ରଚନା ଭଗବାନ ଶିବ ହିଁ କରିଛନ୍ତି। ସୋମବାର ଦିନ ଭଗବାନ ଶିବଙ୍କୁ ଆରାଧନା କରିବା ଦ୍ବାରା ଭକ୍ତର ସମସ୍ତ କଷ୍ଟ ଦୂର ହୋଇଥାଏ। ଲୋକ ସୋମବାର ଦିନ ବ୍ରତ ରଖନ୍ତି। ଏମିତିରେ ଏହିଦିନ ଭଗବାନ ଶିବଙ୍କୁ କିଛି ଜିନିଷ ଅର୍ପିତ କରିବା ପାଇଁ ବିଶେଷ କୃପା ରହିଥାଏ। ସୋମବାର ଦିନ ଭୋଳାନାଥଙ୍କୁ ଚନ୍ଦନ, ଅକ୍ଷତ, ବେଲପତ୍ର, ଧତୁରା ଫୁଲ, କ୍ଷୀର, ଗଙ୍ଗାଜଳ ଅର୍ପଣ କରନ୍ତୁ। ଏହାକୁ ଅର୍ପଣ କରିବା ଦ୍ବାରା ଭୋଳାନାଥ ପ୍ରସନ୍ନ ହୁଅନ୍ତି।

ତେବେ ଜାଣନ୍ତୁ ସୋମବାର ଦିନ କ୍ଷୀରରେ କେଉଁ ଉପାୟ କରିବେ…

କୁଣ୍ଡଳୀରୁ ଗ୍ରହଦୋଷ ଦୂର କରିବା ପାଇଁ: ସୋମବାର ଦିନ ଶିବ ମନ୍ଦିର ଯାଇ ଶିବଲିଙ୍କରେ କଞ୍ଚାକ୍ଷୀର ଅର୍ପଣ କରନ୍ତୁ। ଲଗାତାର ୭ ସୋମବାର ପର୍ଯ୍ୟନ୍ତ ଏହି ଉପାୟ କରନ୍ତୁ। ମାନ୍ୟତା ରହିଛି କି, ଏପରି କଲେ କୁଣ୍ଡଳୀରୁ ଗ୍ରହଦୋଷ ଦୂର ହୋଇଥାଏ। ଏହାସହିତ ମନ ମୁତାବକ ଫଳ ମିଳିଥାଏ।

MILK

ନଜର ଦୋଷ ଦୂର କରିବା ପାଇଁ: ରବିବାର ରାତିରେ ଏକ ଗ୍ଲାସ କ୍ଷୀରକୁ ମୁଣ୍ଡ ପାଖରେ ରଖି ଶୁଅନ୍ତୁ। ତା’ ପର ଦିନ ସକାଳୁ ଗାଧୋଇ ସଫା ପୋଷାକ ପିନ୍ଧି ଏହି କ୍ଷୀରକୁ ବରଗଛ ମୂଳେ ଢାଳିଦିଅନ୍ତୁ।

ବିବାହ ଜୀବନରେ ମଧୁରତା ପାଇଁ: ଦାମ୍ପତ୍ୟ ଜୀବନରେ ଆସୁଥିବା ସମସ୍ୟାର ସମାଧାନ ହେଉ ଅବା ବିବାହରେ ଆସୁଥିବା ବାଧା ପାଇଁ ସୋମବାର ଦିନ ସକାଳୁ ଗୌରୀ ଶଙ୍କର ରୁଦ୍ରାକ୍ଷ ଶିବ ମନ୍ଦିରରେ ଚଢାନ୍ତୁ।

ଆର୍ଥିକ ସ୍ଥିତି ଦୂର କରିବା ପାଇଁ: ସୋମବାର ଦିନ ଶିବଲିଙ୍ଗରେ କ୍ଷୀର ଅର୍ପଣ କରନ୍ତୁ। ଏହାସହିତ ରୁଦ୍ରାକ୍ଷ ମାଳାରେ ଓଁ ସୋମେଶ୍ୱରାୟ ନମଃ ପାଖାପାଖି ୧୦୮ ଥର ଜପ କରନ୍ତୁ। ଏହା ଛଡା ପ୍ରତ୍ୟେକ ପୂର୍ଣ୍ଣିମାକୁ କ୍ଷୀର ଚନ୍ଦ୍ରମାକୁ ଅର୍ଘ୍ୟ ଦିଅନ୍ତୁ ଏବଂ ଚନ୍ଦ୍ର ଦେବଙ୍କୁ ଘରେ ଏବଂ ବ୍ୟବସାୟରେ ଉନ୍ନତି ପାଇଁ ପ୍ରାର୍ଥନା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.