ଚାକିରି ଓ ରୋଜଗାରରେ ବାଧା ସୃଷ୍ଟି କରୁଛନ୍ତି କି ଶନି ଦେବ? ଆପଣାନ୍ତୁ ଏସବୁ ଉପାୟ

ଶନିଦେବଙ୍କୁ ନ୍ୟାୟର ଦେବତା ଓ କର୍ମଫଳ ଦାତା ବୋଲି କୁହାଯାଏ। ସମସ୍ତ ବ୍ୟକ୍ତିଙ୍କ ଭଲ ମନ୍ଦ କର୍ମର ହିସାବ ସେ ରଖନ୍ତି ଓ ସେହି ଅନୁସାରେ ଫଳ ଦେଇଥାନ୍ତି। ମାନ୍ୟତା ରହିଛି ଯେ ଯଦି ଶନି ଦେବ କୌଣସି ବ୍ୟକ୍ତି ଉପରେ କୁ-ଦୃଷ୍ଟି ପକାନ୍ତି, ତେବେ ତାଙ୍କୁ ଦରିଦ୍ର କରି ଦିଅନ୍ତି। ଶନି ଦେବଙ୍କ ମହାଦଶାରୁ ମୁକ୍ତି ପାଇଁ ଶନିବାର ଦିନ ଯଦି କେତେକ ଉପାୟ କରାଯାଏ, ତେବେ ଶନି ମହାଦଶା କଟିଯାଏ। ତେବେ ଆସନ୍ତୁ ଜାଣିବା ଶନିବାର ଦିନ କି କି କାମ କଲେ ଶନି ଦେବ ପ୍ରସନ୍ନ ହୋଇଥାନ୍ତି…

  • ରାଶିରେ ଶନି ମହାଦଶା ଚାଲୁଥିଲେ, ଚାକିରିରେ ବିଭିନ୍ନ ସମସ୍ୟା ଉପୁଜିଥାଏ। ଏଭଳି ସ୍ଥିତି ଦେଇ ଗତି କରୁଥିଲେ, ଶନିବାର ଦିନ ଭିଜାଯାଇଥିବା କଳା ଚଣାକୁ କୌଣସି ମସଲା ଓ ଲୁଣ ନ ପକାଇ ସୋରିଷ ତେଲରେ ଭାଜନ୍ତୁ। ଏହାକୁ ଶନିବାର ଦିନ କଳା ଗାଈ କିମ୍ବା କଳା କୁକୁରକୁ ଖୁଆନ୍ତୁ। ଏମିତି ୩ଟି ଶନିବାର କଲେ ଶନି ଦେବ ପ୍ରସନ୍ନ ହେବେ।
  • ଶନିବାର ଦିନ ପିମ୍ପୁଡ଼ି ଓ ମାଛଙ୍କୁ ଅଟା ଚକୁଟାକୁ ଗୋଲ ଗୋଲ କରି ଦିଅନ୍ତୁ। ଚାକିରିରେ ଉନ୍ନତି ହେବ।
  • ଇଚ୍ଛା ମୁତାବକ ଚାକିରି ପାଇଁ ଶନିବାର ସନ୍ଧ୍ୟାରେ ଘରର ମୁଖ୍ୟ ଦ୍ୱାରରେ ସୋରିଷ ତେଲରେ ଦୀପ ଜାଳନ୍ତୁ। ଏହା ପରେ ଶନି ଚାଳିଶା ଓ ଶନି ସ୍ତ୍ରୋତ୍ର ପାଠ କରନ୍ତୁ। ୩ଟି ଶନିବାର ଏମିତି କରନ୍ତୁ।
  • ଶନିବାର ସନ୍ଧ୍ୟାରେ ଏକ ଗିନାରେ ସୋରିଷ ତେଲ ନିଅନ୍ତୁ। ଏହାକୁ ବାମ ହାତର ମଝି ଆଙ୍ଗୁଠିରେ ନେଇ ଶନି ମନ୍ତ୍ର ଜପ କରନ୍ତୁ। ଏହା ପରେ ଏହି ତେଲରେ ଅଶ୍ୱତଥ ବୃକ୍ଷ ମୂଳରେ ଦୀପ ଜାଳନ୍ତୁ। ୩ ଟି ଶନିବାର ଏହି ଉପାୟ କରନ୍ତୁ। ଶନି ଦେବ ପ୍ରସନ୍ନ ହେବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.