Below header

ଲୋକଙ୍କ କାର ଉପରେ ପେଣ୍ଟ କରୁଛି ପୋଲିସ ହେଲେ କାହିଁକି ଜାଣନ୍ତୁ

ଅପରାଧ ଓ ଅପରାଧିଙ୍କ ପାଇଁ କଡା ନିୟମ ସବୁଠି ରହିଛି । ଏହା ବାଦ ଏମିତିକିଛି ନିୟମ ରହିଛି ଯାହା ନିଜେ ପୋଲିସ ପ୍ରଶାସନ ନେଇପାରେ । ଏହା ମଦ୍ୟ ପ୍ରାବଧାନ ରହିଛି । ଯୋଉଁଥିପାଇଁ ଅପରାଧିଙ୍କୁ ସହଜରେ ଧରାଯାଇପାରିବ । ସେମିତି ଏକ ନିୟମ ପ୍ରଚଳିତ ଜାପାନରେ। ଆପଣ ଜାଣିଥାଇପାରନ୍ତି କି ଜାପାନ ପୋଲିସ ଲୋକଙ୍କ କାର ଉପରେ ପକାଇଦିଏ କଲର । ଏହା ଶୁଣି ଆପଣ ବି ଭାବୁଥିବେ କି ଏମିତି କାହିଁକି କରେ ସେଠାକାର ପୋଲିସ । ଏବଂ ଏହାଦ୍ୱାରା କଣ ଲାଭ ମିଳିଥାଏ ପୋଲିସକୁ ଓ ବ୍ୟବସ୍ଥାକୁ । ପ୍ରକୃତ କଥା ହେଉଛି ପୋଲିସ ଅପରାଧିଙ୍କୁ ଟାର୍ଗେଟ କରି ଏଭଳି କିଛି କରିଥାଏ । ଯାହା ଫଳରେ ସେମାନଙ୍କୁ ସହଜରେ ଚିହ୍ନା ଯାଇପାରିବ । କିନ୍ତୁ ପ୍ରଶ୍ନ ଏହା କି କିଭଳି ଭାବେ ପୋଲିସ ଏହାକୁ ବ୍ୟବହାର କରେ ଆଉ କେଉଁ କ୍ଷେତ୍ରରେ । ଜାପାନ ପୋଲିସର ଏହି କଲର ଷ୍ଟାଇଲ ସମସ୍ତଙ୍କୁ ଜଣା । ଏହି ରଙ୍ଗ ଅପରାଧିଙ୍କ ଧରିବାରେ ମୁଖ୍ୟ ଭୂମିକା ନିଭାଇଥାଏ । ତେବେ ଆଜି ଆପଣ ଜାଣିବେ ଏହି କଲର ସମ୍ବନ୍ଧରେ କିଛି କଥା ଓ ତଥ୍ୟ । ଆଉ କହିବେ ଏହା କେତେଦୂର ଭଲ ଅବା ମନ୍ଦ ଏହି ଯୋଜନା ।

ପୋଲିସ ରଙ୍ଗର ବ୍ୟବହାର ବଲ୍ଵ ଦ୍ୱାରା କରିଥାଏ । କିଛି ବଲ୍ସ ରହିଥାଏ ଯେଉଁଥିରେ ଅରେଞ୍ଜ କଲର ଭରିରହିଥାଏ । ଏହି ବଲ୍ସକୁ କାହା ଉପରେ ପକାଯିବା ପାଇଁ ହୋଇଥାଏ । ଏହା ଠିକ ଏହିପରି ଯେମିତି ହୋଲି ସମୟରେ ରଙ୍ଗ ପଶିଥିବା ବେଲୁନ ପରି । ଏହି ବେଲୁନ ଭଳି ଏହି ବଲ୍ସ ହୋଇଥାଏ । ଯାହାକୁ ପେଣ୍ଟ ବଲ୍ସ କୁହାଯାଏ । ପେଣ୍ଟ ବଲ ସିଧା କାର ଗାଡି ଆଦିରେ ପକାଯାଇଥାଏ । ଏବଂ କାର ଉପରେ ପଡିବା ଫଳରେ କାର ଉପରେ ରଙ୍ଗ ଧବା ଦେଖାଯାଇଥାଏ । ଏହି ବ୍ଲ ଅରେଞ୍ଚ କଲରର ହୋଇଥାଏ । ଏହାକୁ ଜାପାନର ସ୍ଥାନୀୟ ଭାଷାରେ ବାହାନ ୟୋ କାରା ବୋରୁ କୁହାଯାଇଥାଏ ।

ଯେବେ ପୋଲିସ ଅପରାଧୀକୁ ଧରିବା ପାଇଁ .ଚେଷ୍ଠା କରେ ଓ ଅପରାଧୀ ସେଠାରୁ ପଳାଇଯିବାକୁ ଚେଷ୍ଠା କରୁଥାଏ ତ ଏଭଳି ସ୍ଥିତିରେ ପୋଲିସ କାର ଉପରେ ପେଣ୍ଟ ବଲ୍ସ ପକାଇଥାଏ । ଯାହା ଫଲରେ କାର ୁପରେ ରଙ୍ଗ ଦେଖାଯାଇଥାଏ । ଏବଂ ପୋଲିସକୁ ଦୂରରୁ ଅପରାଧୀ ବିଷୟରେ ଶୀଘ୍ର ଜଣାପଡିଯାଏ ଅର୍ଥାତ ଅପରାଧୀକୁ ଚିହ୍ନିବାକୁ ପୋଲିସକୁ କୌଣସି ସମସ୍ୟା ହୋଇନଥାଏ । ଏବଂ ବଡକଥା ହେଉଛି ସାଧାରଣ ଲୋକଙ୍କ ମଧ୍ୟରେ ଅପରାଧୀକୁ ଖୋଜିବାକୁ ସହଜ ହୋଇଥାଏ ପୋଲିସକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.