ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ୩ ସିନିୟର ଚିହ୍ନଟ, ଦୁଇ ଦିନରେ ୧୦୦ରୁ ଅଧିକ ବୟାନ ରେକର୍ଡ କଲାଣି ପୋଲିସ୍

ଭୁବନେଶ୍ୱର(କେନ୍ୟୁଜ୍): ବିଜେବି ସ୍ୱଂୟଶାସିତ ମହାବିଦ୍ୟାଳୟ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ୩ ସିନିୟର ଚିହ୍ନଟ। ସମସ୍ତେ +୩ ଶେଷ ବର୍ଷ ଛାତ୍ରୀ। ରୁଚିକା ଆତ୍ମହତ୍ୟା ମାମଲାରେ ପୋଲିସ୍ ୨ ଦିନରେ ୧୦୦ରୁ ଅଧିକ ବୟାନ ରେକର୍ଡ କଲାଣି । ସିନିୟରମାନେ ରୁଚିକାଙ୍କୁ କେଉଁ ପ୍ରକାର ରାଗିଂ କରିଥିଲେ? ଏମିତି କଣ ହୋଇଥିଲା ଯେ, ରୁଚିକାଙ୍କ ସହିବାର ସୀମା ଟପିଗଲା।

୩ ଦିନ ଧରି ଏଭଳି କିଛି ପ୍ରଶ୍ନ ସାମ୍ନାକୁ ଆସିଛି। କିନ୍ତୁ ପୋଲିସ ଏ ଦିଗରେ କିଛି ସ୍ପଷ୍ଟ ତଥ୍ୟ ଦେଇପାରିନି। ପୋଲିସ ୪ଟି ଟିମ ଗଠନ କରି ତଦନ୍ତ ଚଳାଇଛି । ରୁଚିକା ରାଗିଂ ନେଇ ସୁଇସାଇଡ୍‌ ନୋଟ୍‌ରେ କିଛି ସ୍ପଷ୍ଟ ସୂଚନା ଦେଇନାହାଁନ୍ତି। କିନ୍ତୁ ମୃତ୍ୟୁ ପୂର୍ବରୁ ରୁମମେଟଙ୍କୁ ସିକ୍ରେଟ ଶୁଣାଇବେ ବୋଲି କହିଥିଲେ।

କିନ୍ତୁ ରୁମମେଟ୍‌ କଲେଜକୁ କ୍ଲାସ କରିବାକୁ ଯିବାରୁ ସିକ୍ରେଟର ରହସ୍ୟ ଫିଟିପାରିଲାନି। ସେପଟେ ରୁଚିକାଙ୍କ ପରିବାର, ଗାଁ ଲୋକ ଓ ଛାତ୍ର ସଂଗଠନ ପକ୍ଷରୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ୩ ସିନିଅର ଛାତ୍ରୀଙ୍କୁ ଗିରଫ କରିବା ସହ ସିବିଆଇ ତଦନ୍ତ ଦାବି ହେଉଛି । ଗତ ୨ ତାରିଖ ଦିନ କଲେଜ ହଷ୍ଟେଲରୁ ରୁଚିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.