Below header

କୁକୁର ଘରେ ରଖିଲେ କଣ ନିୟମ ମାନିବେ ଆପଣ, ନିଶ୍ଚୟ ଜାଣି ନିଅନ୍ତୁ ଏହିସବୁ ନିୟମ

ସୋସିଆଲ ମିଡିଆରେ ପାଳତ କୁକୁରଙ୍କୁ ନେଇ ଅନେକ କିଛି କଥା ସାମନାକୁ ଆସୁଛି । ଅନେକ ଭିଡିଓରେ ଦେଖିବାକୁ ମିଳୁଛି କି କୁକୁରଙ୍କୁ ପାଲୁଥିବା ମାଲିକଙ୍କ ପଡୋଶୀମାନେ ଆକ୍ରମଣର ଶୀକାର ହେଉଛନ୍ତି । ଏମିତିକି ସେମାନଙ୍କ ଭୁକିବାକୁ ନେଇ ମଧ୍ୟ ପଡୋଶୀମାନେ ବିରକ୍ତ ହୋଇଥାନ୍ତି । ଫଳରେ ବିବାଦ ଦେଖାଦେଇଥାଏ । ପଡିଶାଙ୍କ କହିବା କଥା କି ଅନ୍ୟ ଘର ମାନଙ୍କର କୁକୁରଙ୍କ ପାଇଁ ସେମାନେ ଅସୁବିଧାର ସାମନା କରୁଛନ୍ତି । ହେଲେ ବର୍ତ୍ତମାନ ପ୍ରାୟ ସ୍ଥାନରେ ଘରମାନଙ୍କରେ କୁକୁରଙ୍କୁ ରଖି ପାଳୁଥିବା ନଜର ଆସୁଛି । କିନ୍ତୁ ଏଥିପାଇଁ ବି କିଛି ନିୟମ ରହିଛି । ତାହା ଆପଣ ଜାଣନ୍ତି କି । ଏହି ନିୟମ ସହ ହିଁ ଆପଣ କୁକୁରଙ୍କୁ ରଖି ପାଳିପାରିବେ । ତା ସହିତ ସମସ୍ତ ନିୟମ ହିସାବରେ ଆପଣଙ୍କୁ ବ୍ୟବହାର ବି କରିବାକୁ ପଡିବ । ଜାଣିବା କଣ ସେହି ନିୟମ ।

କହିରଖୁଛୁ ଆନିମଲ ୱେଲଫେୟାର ବୋର୍ଡ ଅଫ ଇଣ୍ଡିଆ ତରଫରୁ ଏହାକୁ ନେଇ କିଛି ନିୟମ ରହିଛି । ବୋର୍ଡର କହିବା କଥା କି ଯଦି ପଶୁଙ୍କୁ ପାଳୁଥିବା ମାଲିକ କୌଣସି ନିୟମ ଉଲଙ୍ଘନ କରୁନାହାନ୍ତି ତେବେ ସେ ସୋସାଇଟିରେ ରହିପାରିବେ ଓ ପଶୁଙ୍କୁ ପାଳିପାରିବେ । ଯଦିଓ ଏହା ବି ଧ୍ୟାନ ରଖିବାକୁ ହେବ କି ଆପଣଙ୍କ କୁକୁର ପାଲିବାକୁ ନେଇ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସମସ୍ୟା ହେଉନଥିବ । ଆପଣଙ୍କ ପାଳିତ ପଶୁ ଅନ୍ୟ କାହାର ସମସ୍ୟାର କାରଣ ହେଉନଥିବ ।

ଏକ ରିପୋର୍ଟ୍ସ ଅନୁସାରେ ଭାରତୀୟ ସଂମ୍ବିଧାନର ଆର୍ଟିକିଲ ୫୧ଜି ଅନୁସାରେ ସବୁ ନାଗରିକର ଏହା ଦାୟିତ୍ୱ କି ସେ ଜିବୀତ ପ୍ରାଣୀ ଓ ପଶୁଙ୍କ ପ୍ରତି ଦୟାପୂର୍ଣ୍ଣ ବ୍ୟବହାର କରିବେ । ଏହା ଛଡା ପଶୁଙ୍କ ପ୍ରତି କ୍ରୁରତା ରୋଧକ ନିୟମ ୧୯୬୦ଧାରା ୧୧-୩ରେ କୁହାଯାଇଛି କି ହାଉସିଂ ସୋସାଇଟି ପାଇଁ ପାଳିତ ପଶୁଙ୍କୁ ପ୍ରତିବନ୍ଧିତ କରିବାର ପ୍ରସ୍ତାବ ପାରିତ କରିବା ଅବୈଧ । ଅର୍ଥାତ କୌଣସି ବି ସୋସାଇଟି ପାଳିତ କୁକୁର ବା ପଶୁଙ୍କୁ ରଖିବାକୁ ମନା କରିପାରିବେ ନାହିଁ । ଏମିତି ବି ନୁହେଁ କି କୌଣସି ସାଧାରଣ ସଭାରେ ବସି ଏହା ପାରିତ କରିବା ଦ୍ୱାରା ପାଳିତ ପଶୁଙ୍କ ଉପରେ ବ୍ୟାନ କରିଦିଆଯାଇପାରିବ । ଆପଣଙ୍କୁ ପଶୁ ପାଳିବାର ପୁରା ଅଧିକାର ରହିଛି । ଏମିତିକି ଜଣେ ଭଡାଟିଆ ମଧ୍ୟ ପଶୁକୁ ପାଳିପାରିବେ ଓ ରଖିପାରିବେ ।

ପ୍ରାୟତ ଦେଖାଯାଏ କି କୁକୁର ଭୁକିବାକୁ ନେଇ ସମସ୍ୟା ହେବା ଦ୍ୱାରା ବିବାଦ ସାମନାକୁ ଆସିଥାଏ କିନ୍ତୁ ଏହା ଦ୍ୱାରା ତାହା ବନ୍ଦ ହୋଇପାରିବ ନାହିଁ । କାରଣ ଏହି ନିୟମ ଆପଣଙ୍କ ମୌଳିକ ଅଧିକାର ପରି ଅଟେ । କିନ୍ତୁ ଏହା ମଧ୍ୟ ମାଲିକଙ୍କ କର୍ତ୍ତବ୍ୟ କି ଯଦି ଏଥିପାଇଁ ପଡୋଶୀଙ୍କୁ ସମସ୍ୟା ଅଧିକ ହେଉଛି ତେବେ ପଶୁଙ୍କୁ ଘରଭିତରେ ରଖିବା ଉଚିତ ଅବା ପଶୁର ଚିକିତ୍ସା କରିବା ଉଚିତ ।

ଯଦି ଅଧିକ ଏମିତି କିଛି ସମସ୍ୟା ହେଉଛି ତେବେ କଣ କରିବା ଉଚିତ । ଏଥିପାଇଁ ବୁଝାମଣା କରାଯାଇପାରିବ ଅବା ଆପଣ କୋର୍ଟରେ କେସ ମଧ୍ୟ କରିପାରିବେ । ତାହାର ଆଧାର ମଧ୍ୟ ରହିଛି । ଏଥିରେ ସେଠିକାର ଲୋକଲ ଧ୍ୱନି ପ୍ରଦୂଷଣ ନିୟମ ଲାଗୁ ହେଇଥାଏ । ଏଭଳି ଭାବରେ ସେହି ମାମଲାକୁ ସାମିଲ କରାଯାଏ । ଯେଉଁଥିରେ କାହାକୁ ଶାରୀରିକ ସମସ୍ୟା ଅଥବା ଧ୍ୱନି ପ୍ରଦୂଷଣ ଅବା ଦୁର୍ଗନ୍ଧର ସମସ୍ୟା ହେଉଥିବ ।

ନିୟମ ଆଧାରରେ ପାଳିତ ପଶୁଙ୍କୁ ବିଲ୍ଡିଂର ଲିଫ୍ଟ ବ୍ୟବହାର କରିବାକୁ ବି ମନା କରିପାରିବେ ନାହିଁ । କୋର୍ଟର ଅନେକ ନିଷ୍ପତ୍ତି ପରି ପାଳିତ ପଶୁ ହେଉଛନ୍ତି ଘରର ସଦସ୍ୟ । ଯେଉଁଥିପାଇଁ ଏମାନଙ୍କୁ ଲିଫ୍ଟରେ ନେବାରେ ରୋକାଯାଇପାରିବ ନାହିଁ । ଏହା ସହିତ କୌଣସି ସୋସାଇଟି ଏଥିପାଇଁ ଅଧିକ ଅର୍ଥ ମଧ୍ୟ ବସୁଲି କରିପାରିବେ ନାହିଁ । ଅନ୍ୟପଟେ ପାର୍କରେ ବି ପାଳିତ ପଶୁଙ୍କୁ ନେବାରେ କୌଣସି ମନା ନାହିଁ । ତେଣୁ ଆପଣ ବିନା ଦ୍ୱନ୍ଦରେ ପଶୁଙ୍କୁ ପାର୍କ ବି ନେଇପାରିବେ । ଏଭଳି ଭାବେ ଏମିତି ଭାବେ ଅନେକ ନିୟମ ରହିଛି ଯଦି ଆପଣ ପଶୁଙ୍କୁ ଘରେ ରଖି ପାଳୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.