Below header

ପଲିଗ୍ରାଫ ଟେଷ୍ଟ ବେଲେ କଣ ହୋଇଥାଏ, କିଭଳି ପ୍ରଶ୍ନ ପଚରାଯାଏ, ଜାଣନ୍ତୁ

ମଣିଷର ଭୁଲ ଧରୁଥିବା ପଲିଗ୍ରାଫ ଟେଷ୍ଟ ଉପରେ ପ୍ରଶ୍ନ ଉଠେ । ଆମେରୀକାର ସାଇଲୋଜିକାଲ ଏସୋସିଏସନର ବିଶେଷଜ୍ଞଙ୍କ କହିବା କଥା କି କେବଳ ଶରୀରରେ ହେଉଥିବା ପରିବର୍ତ୍ତନ ଆଧାରରେ ଏହା କୁହାଯାଇପାରିବ ନାହିଁ କି ମଣିଷ କିଛି ଲୁଚାଉଚି ଅଥବା ମିଛ କହୁଛି । ଏତିକି ନୁହେଁ ଆମେରୀକା ସମେତ ଅନେକ ଦେଶର ସରକାରଙ୍କର ବି ଏହା କହିବା କଥା କି ମିଛ ଧରିବା ପାଇଁ କେବଳ ପଲିଗ୍ରାଫ ଟେଷ୍ଟ ହି ଅଧିକ ନୁହେଁ । ଏହି ମାମଲାରେ ଆମେରୀକାର ନ୍ୟାସନାଲ ଏକାଡେମୀ ଓ ସାଇସେନ୍ସର କହିବା କଥା କି ୧୫ମିନିଟର ଟ୍ରେନିଙ୍ଗ ପରେ ଅଧିକାଂଶ ଲୋକ ଏହି ଟେଷ୍ଟ ମଧ୍ୟରେ ବ୍ୟବହାର ହେଉଥିବା ଲାଇ ଡିଟେକ୍ଟର ମେସିନକୁ ବି ଚଖମା ଦେଇପାରେ ।

କେହି ବି ମିଛ କହୁଛି ଅବା ନୁହେଁ ଏହା ଜାଣିବା ପାଇଁ ଲାଇ ଡଟେକ୍ଟର ଟେଷ୍ଟ କରାଯାଏ । ଏହାକୁ ପଲିଗ୍ରାଫ ଟେଷ୍ଟ ମଧ୍ୟ କୁହାଯାଏ । ଏହି ଟେଷ୍ଟ କରିବା ପାଇଁ ଏକ ମେସିନର ପ୍ରୟୋଗ କରାଯାଏ । ଯାହାକୁ ସାଧାରଣ ଭାଷାରେ ମିଛ ଧରୁଥିବା ମେସିନ କୁହାଯାଏ ।

ଏହା ଏକ ଏଭଳି ମେସିନ ଯାହା ଶରୀରରେ ପରିବର୍ତ୍ତନକୁ ରେକର୍ଡ କରିଥାଏ । ଏବଂ କହିଥାଏ ମଣିଷ ସତ କହୁଛି ଅବା ମିଛ କହୁଛି । ଏକ ରିପୋର୍ଟ ହିସାବରେ ଅନେକ ଏଭଳି ସ୍ଥିତି ହୋଇଥାଏ ଯାହାକୁ ମଣିଷର ପ୍ରମାଣ କରିବା ପାଇଁ ପ୍ରଭାବିତ କରିଥାଏ । ଯେମିତି ଲାଇ ଡିଟେକ୍ସନ ଟେଷ୍ଟ ମଧ୍ୟରେ ମଣିଷର ନିଶ୍ୱାସ ପ୍ରଶ୍ୱାସ ବଢିଯିବା । ଏହି ନିଶ୍ୱାସ ବଢିବାକୁ ମାତ ଦେବା ପାଇଁ ଏପରି କିଛି କରାଯାଇଥାଏ ଯେମିତିକି ଦେହରେ ଛୁ଼ଞ୍ଚି ଫୋଡି, ଚୁମୁଡିବା ଏଭଳି କିଛି ହେବ ନାହିଁ । ଯାହା ଦ୍ୱାରା ଯାଞ୍ଚ ପ୍ରଭାବିତ ହୋଇଥାଏ ।

କିଛି ଲୋକଙ୍କର ଦାବି କି ଯଦି ରାତିରେ ନିଦ ଭଲ ଭାବରେ ହେବ ତେବେ ଯାଞ୍ଚ ପ୍ରଭାବିତ ହୋଇପାରେ । ଏପରି ସ୍ଥଳରେ କ୍ସେପର୍ଟ ଅନେକ ଥର ଅଭିଯୁକ୍ତର ସତ କହିବା ପରେ ବି ତାକୁ ମିଛ କହିବା କଥା କହିଥାନ୍ତି । ଯାହା ଫଲରେ ସେ ନର୍ଭସ ହୋଇଥାଏ । ନର୍ଭସ ହେବା ଓ ମିଛ କହିବା ଏହାର ଅର୍ଥ ମାନାଯାଏ । ଏବଳି ଭାବେ ମଧ୍ୟ ଏହାର ପରିଣାମ ପ୍ରଭାବିତ ହୁଏ ଓ ଏହାର ବିଶ୍ୱସନୀୟତା ଉପରେ ପ୍ରଶନ୍‌ ଉଠେ ।

ଏମିତି ବି ଅନେକ ଏକ୍ସପର୍ଟ ଅଛନ୍ତି ଯେଉଁମାନେ ମିଛ ଧରିବାରେ ମାହିର । ଏମିତି ଜଣେ ପ୍ରଫେସର ହେଉଛନ୍ତି ଏଲ୍ଡର୍ଟ ବର୍ଜ । ତାଙ୍କର କହିବା କଥା କି ସାଧାରଣତ ମିଛ କହୁଥିବା ମଣିଷ ସିଧାସଳଖ ଆପଣଙ୍କୁ କି ଆପଣଙ୍କ ଆଖିକୁ ଦେକିନଥାଏ । ମିଛ ଧରୁଥିବା ଲୋକହ୍କ ମଧ୍ୟରେ କିଛି ଖାସ ଗୁଣ ରହିଥାଏ । ଯେମିତିକି ଏମାନେ କଥାବର୍ତ୍ତା ବେଲ େଏତେ ମାହିର ଥାନ୍ତି କି ମିଛ ଆଉ ସତ ବିତରେ ପୂର୍ବରୁ ହିଁ ଅନ୍ତର କରିପାରନ୍ତି । ଏମାନେ ମଣିଷର ବଡି ଲାଙ୍ଗୁଏଜକୁ ମାର୍କ କରିବା ସହ ଏଭଳି ପ୍ରଶ୍ନ କରନ୍ତି ଯେମିତିକି ମଣିଷକୁ ମିଛ କହିବାକୁ ସୁଯୋଗ ମିଳିବ ନାହିଁ । ଏମିତିକି ସେମାନଙ୍କୁ ଚ୍ୟାଲେଞ୍ଜ କରିବାକୁ ବି ସୁଯୋଗ ଦେଇନଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.