ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ, ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇଛି ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ (ମେନ୍) ସେସନ୍-୧ରେଜଲ୍ଟ । ଜୁନ୍ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି । ରେଜଲ୍ଟ jeemain.nta.nic.in କିମ୍ବା ntaresults.nic.in ୱେବସାଇଟରେ ଉପଲବ୍ଧ ହୋଇଛି । ପରୀକ୍ଷାର୍ଥୀମାନେ ଏହି ୱେବସାଇଟକୁ ଯାଇ ନିଜ ପରୀକ୍ଷାଫଳ ଦେଖିପାରିବେ ।

ୱେବସାଇଟରେ ଏପରି ଚେକ୍ କରନ୍ତୁ JEE Mains 2022 ରେଜଲ୍ଟ

୧: ଅଫିସିଆଲ୍ ୱେବସାଇଟ୍ jeemain.nta.nic.in କିମ୍ବା ntaresults.nic.in ଭିଜିଟ୍ କରନ୍ତୁ ।

୨: ହୋମପେଜରେ ‘JEE Main 2021 session 1 results’ଲିଙ୍କରେ କ୍ଲିକ୍ କରନ୍ତୁ ।

୩: ଆପଣଙ୍କର ଆପଲିକେଶନ ନମ୍ବର, ଜନ୍ମ ତାରିଖ ଏବଂ ସୁରକ୍ଷା କୋଡ୍ ପ୍ରବେଶ କରନ୍ତୁ ।

୪: ସବିଶେଷ ତଥ୍ୟ ପୂରଣ କରିବା ପରେ ‘ସବମିଟ୍’ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

୫ : JEE ମେନ୍ ସେଶନ ୧ ଫଳାଫଳ ଡାଉନଲୋଡ୍ କରନ୍ତୁ ଓ ଭବିଷ୍ୟତରେ ବ୍ୟବହାର ପାଇଁ ଏକ ପ୍ରିଣ୍ଟଆଉଟ୍ ନେଇ ରଖନ୍ତୁ ।

ତେବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ କଲେଜରେ ନାମଲେଖାଇବା ପାଇଁ କମନ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ସିୟୁଇଟି ଖୁବଶୀଘ୍ର ନିଟ୍ ଓ ଜେଇଇ ପରି ପରୀକ୍ଷା କ୍ଷେତ୍ରରେ ଲାଗୁ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ । ପୂର୍ବରୁ ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ୩୦ରୁ ଅଧିକ ରାଜ୍ୟ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ସିୟୁଇଟି କାର୍ଯ୍ୟ କରୁଛି ।

ନୂଆ ଶିକ୍ଷାନୀତିରେ ସିୟୁଇଟିକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯିବା ସହ ବିଭିନ୍ନ ସ୍ତରରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି । ନିକଟରେ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ପକ୍ଷରୁ ପଶ୍ଚିମବଙ୍ଗ, ତାମିଲନାଡ଼ୁ ଓ କେରଳ ପରି ରାଜ୍ୟର ବିଶ୍ୱବିଦ୍ୟାଳୟରେ ସିୟୁଇଟି ଲାଗୁ ନେଇ ଆଲୋଚନା ହୋଇଥିଲା । ତେବେ ଉକ୍ତ ଆଲୋଚନା ସକାରାତ୍ମକ ରହିଥିବା ୟୁଜିସି ପକ୍ଷରୁ କୁହାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.