ବେକାର ଗଲା ସୂର୍ଯ୍ୟକୁମାରଙ୍କ ଶତକ, ଭାରତ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍ ଜିତିଲା ଇଂଲଣ୍ଡ

କେନ୍ୟୁଜ୍: ବେକାର ଗଲା ସୂର୍ଯ୍ୟକୁମାରଙ୍କ ଶତକ । ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଶତକ ସତ୍ତ୍ୱେ ଭାରତ ବିପକ୍ଷ ଶେଷ ଟି-୨୦ ମ୍ୟାଚ ଜିତିଲା ଇଂଲଣ୍ଡ । ନଟିଂହମ୍‌ରେ ଶେଷ ଟି-୨୦ରେ ଭାରତକୁ ୧୮ ରନରେ ପରାସ୍ତ କରିଛି ବ୍ରିଟିସ ବାହିନୀ ।

ଇଂଲଣ୍ଡର ୨୧୬ ରନ ଟାର୍ଗେଟକୁ ପିଛା କରୁଥିବା ଟିମ ଇଣ୍ଡିଆ ୯ ଓ୍ଵିକେଟ ହରାଇ ୧୯୮ ରନ କରିଥିଲା । ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୧୧୭ ରନ କରିଥିଲେ । ଅଧିନାୟକ ରୋହିତ ଶର୍ମା ୧୧ ଓ ଶ୍ରେୟସ ଆୟାର ୨୮ ରନ କରିିଥିଲେ । ପୂର୍ବାରୁ ଇଂଲଣ୍ଡ ଟିମ ୭ ଓ୍ଵିକେଟ ହରାଇ ୨୧୫ ରନ କରିଥିଲା ।

ଦଳ ପକ୍ଷରୁ ଡେଭିଡ ମାଲାନ ୩୯ ବଲରେ ବିସ୍ଫୋରକ ୭୭ ଓ ଲିଭିଂଷ୍ଟୋନ ୨୯ ବଲରୁ ୪୨ ରନ କରିଥିଲେ । ଭାରତ ପକ୍ଷରୁ ରବି ବିଷ୍ଣୋଇ ଓ ହର୍ସଲ ପଟେଲ ୨ଟି ଲେଖାଏଁ ଓ୍ଵିକେଟ ନେଇଥିଲେ । ପରାଜୟ ସତ୍ତ୍ୱେ ୩ ମ୍ୟାଚ ବିଶିଷ୍ଠ ସରିଜିକୁ ଭାରତ ୨-୧ରେ ଜିତିନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.