କ’ଣ ଆପଣ ଜାଣନ୍ତି କି ? ନାସା କିପରି ରଖିଥାଏ ତାର ଅନ୍ତରୀକ୍ଷ ଯାନର ନାମ

କଲମ୍ବିଆ : ଆକ୍ୱା, ଗ୍ଲୋରୀ, ଆପୋଲୋ.. ଆଦି ନାସାର ଅତୀତ ଏବଂ ବର୍ତ୍ତମାନରେ ଛଡାଯାଇଥିବା ଅନ୍ତରୀକ୍ଷ ଯାନର ନାମ। କିନ୍ତୁ କ’ଣ ଆପଣ କେବେ ଭାବିଛନ୍ତି କି, ନାସା କିଭଳି ଏହି ଅନ୍ତରୀକ୍ଷ ଯାନର ନାମକରଣ କରିଥାଏ ? ଆପଣ କେବେ ଏହା ବିଷୟରେ ଚିନ୍ତା କରିନଥିବେ ନିଶ୍ଚିତ। କିନ୍ତୁ ଏହି ନାମକୁ ଏକ ସମୂହ ଦ୍ୱାରା ଏକ କଠୋର ପ୍ରକ୍ରିୟା ଜରିଆରେ ଚୟନ କରାଯାଏ। ଏହି ସମୂହ ନାସା ଭଳି ସେତିକି ପୁରୁଣା।

22

ନାସା ପଠାଇଥିବା ଆପୋଲୋ ୧୧ର ନାମ ୧୯୬୦ରେ ସ୍ପେସ ପ୍ଲାଇଟ ଡେଭେଲପମେଣ୍ଟର ନିର୍ଦ୍ଦେଶକ ସିଲଭରଷ୍ଟିନ ଦେଇଥିଲେ। ଧାର୍ମିକ ମାନ୍ୟତା ମୁତାବକ, ଆପୋଲୋ ହେଉଛନ୍ତି ଗ୍ରୀକ ଦେବତା, ଯିଏକି ଜୁସ୍‌ ଏବଂ ଲେଟୋଙ୍କ ପୁତ୍ର। ଓରିୟନ ଏବଂ ଜୁନୋ ଅନ୍ତରୀକ୍ଷ ଯାନର ନାମ ମଧ୍ୟ ଧାର୍ମିକ ମାନ୍ୟତା ଅନୁଯାୟୀ ରଖାଯାଇଥିଲା।

apolo

ସରଳ ଏବଂ ସହଜରେ ବୁଝି ହେଉଥିବା ନାମକୁ ଦିଆଯାଏ ପ୍ରାଥମିକତା :

୧୯୬୦ ପୂର୍ବରୁ ପ୍ରଥମ ନାମକରଣ ସମିତି ନାସା ମୁଖ୍ୟାଳୟରେ ସ୍ଥାପିତ ହୋଇଥିଲା। ଯେଉଁଥିରେ ନାସାର ଅଧିକାରୀଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ନାମର ତାଲିକା ଦେବା ପାଇଁ ସୁଯୋଗ ଦିଆଯାଉଥିଲା। ଏହି ନାମକୁ ନେଇ ସଂପୂର୍ଣ୍ଣ ପ୍ୟାନେଲ ଅଧ୍ୟୟନ କରିବା ପରେ ସବୁଠାରୁ ଭଲ ନାମକୁ ଚୟନ କରାଯାଉଥିଲା। ଏହା ପରେ ୨୦୦୦ ମସିହାରେ ନାସା ନିଜର ନାମକରଣ ନୀତି ପ୍ରସ୍ତୁତ କରିଥିଲା। ଏହା ଅନୁଯାୟୀ ଅନ୍ତରୀକ୍ଷ ଯାନ କିମ୍ବା ମିଶନର ନାମ ସରଳ ଏବଂ ସହଜ ଭାବେ ବୁଝି ହେଉଥିବା ନାମକୁ ପ୍ରାଥମିକତା ଦିଆଗଲା। ସେହି ଅନୁଯାୟୀ ନାସାର ଅନ୍ତରୀକ୍ଷ ଯାନର ନାମ ପ୍ରଦାନ କରାଯାଉଛି।