୨୦୨୦ ରେ ଆପଲ ଲଞ୍ଚ କରିବାକୁ ଯାଉଛି 5G iPhones

ଯଦି ଆପଣ ମଧ୍ୟ ଆପଲର 5G ଫୋନକୁ ଅପେକ୍ଷା କରିଛନ୍ତି ତାହେଲେ ଆସିଲା ଖୁସି ଖବର । କାରଣ ୨୦୨୦ରେ ଲଞ୍ଚ ହେବାକୁ ଥିବା ଆଇଫୋନରେ 5G ର ସପୋର୍ଟ ମିଳିପାରେ । 5G ଵାଲା ଆଇଫୋନକୁ ନେଇ ଏପରି ତଥ୍ୟ ଦେଇଛନ୍ତି ଆପଲ ଆନାଲିସିଷ୍ଟ ଡେନ ଇଭିସ ।
ଏହାସହ ପଢନ୍ତୁ ପୁଣି ଝଟକା ଦେଲା ରିଲାଏନ୍ସ ଜିଓ, ବନ୍ଦ ହେଲା ଏହି ଦୁଇଟି ଶସ୍ତା ଡାଟା ପ୍ୟାକ
ଡେନ ଇଭିସଙ୍କ ଦ୍ୱାରା 9to5Mac ଉପରେ ଏକ ରିପୋର୍ଟ ଆସିଛି ଯେଉଁଥିରେ ୨୦୨୦ ରେ 5G ଆଇଫୋନ ଲଂଚିଙ୍ଗକୁ ନେଇ ଦାବି କରାଯାଇଛି । ଏହାସହିତ ରିପୋର୍ଟରେ କୁହାଯାଇଛି ଯେ ୨୦୨୦ ରେ ଲଞ୍ଚ ହେବାକୁ ଥିବା ଆଇଫୋନରେ ରିୟର ପ୍ୟାନେଲ ଉପରେ 3D ସେଂସିଙ୍ଗ ସିଷ୍ଟମ ମଧ୍ୟ ମିଳିବ ।
ଚଳିତ ବର୍ଷ ଜୁଲାଇ ମାସରେ ଆପଲ ଟିପ୍ସଟର ମିଙ୍ଗ ଚି-କୁଓ ମଧ୍ୟ 5G ଆଇଫୋନ ବିଷୟରେ ସୂଚନା ଦେଇଥିଲେ । କୁଓଙ୍କ କହିବା ଅନୁଯାୟୀ ୨୦୨୦ ମସିହାରେ 5G ଆଇଫୋନର ତିନୋଟି ମଡେଲ ଲଞ୍ଚ କରାଯିବ । ଏହି 5G ଆଇଫୋନ ମଧ୍ୟରେ mmWave ଓ sub-6GHz ବ୍ୟାଣ୍ଡସର ସପୋର୍ଟ ମଧ୍ୟ ମିଳିବ । ଏହାସହିତ କୁଓ କହିଥିଲେ କି “ଆମେ ଆଶା କରୁଛୁ ଯେ ୨୦୨୦ ମସିହାର ପ୍ରଥମ ତ୍ରିମାସରେ iPhone 11 କାରଣରୁ ଆଇଫୋନ ବିକ୍ରୀ ଦଶ ପ୍ରତିଶତ ବଢ଼ିଯିବ ଏବଂ ୨୦୨୦ରେ ଆଇଫୋନର ସିପମେଣ୍ଟ 45-50 ମିଲିୟନ ପର୍ଯ୍ୟନ୍ତ ରହିବ, ଯେଉଁଥିରେ iPhone 11 Pro ଓ iPhone 11 ମଧ୍ୟ ଅନ୍ତର୍ଭୁକ୍ତ”।