Below header

ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଜଣେ ବ୍ୟକ୍ତିଙ୍କ କିଡନୀରୁ ବାହାରିଲା ୧୫୬ଟି ଷ୍ଟୋନ୍! ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର

ହାଇଦ୍ରାବାଦର ଏକ ଡାକ୍ତରଖାନାରେ ରୋଗୀର କିଡନୀରୁ ବାହାରିଲା ୧୫୬ଟି ପଥର, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦ୍ ର ଏକ ହସ୍ପିଟାଲରେ । ଏଠାରେ ଜଣେ ୫୦ ବର୍ଷିୟ ରେଗୀଙ୍କ କିଡନୀରୁ ଏତେ ସଂଖ୍ୟକ ଷ୍ଟୋନ୍ ବାହାର କରାଯାଇଛି । ଏହି ଅପରେସନ ପାଇଁ ଡାକ୍ତରମାନେ ସର୍ଜରୀ ଅପେକ୍ଷା ଲେପ୍ରୋସ୍କୋପୀ ଓ ଏଣ୍ଡୋସ୍କୋପିର ସାହାଯ୍ୟ ନେଇଥିଲେ। ଜଣେ ବ୍ୟକ୍ତିଙ୍କ କିଡନୀରୁ ଏତେ ମାତ୍ରାରେ ପଥର ବାହାରିବା ଦେଶର ପ୍ରଥମ ଘଟଣା । ଏହି ପ୍ରକ୍ରିୟାରେ ଅପରେସନ କରିବା ପାଇଁ ଡାକ୍ତରମାନଙ୍କୁ ପାଖାପାଖି ୩ ଘଣ୍ଟା ସମୟ ଲାଗିଥିଲା ବୋଲି ଡାକ୍ତରମାନେ କହିଛନ୍ତି।

ଖବର ଅନୁଯାୟୀ ଏହି ରୋଗୀର ନାମ ହେଉଛି ହେଉଛି ବସୱରାଜ ମଦୱଲାର୍, ଯିଏକି ପେଶାରେ ଜଣେ ଶିକ୍ଷକ। ତାଙ୍କ ପେଟରେ ହଠାତ୍ ଯନ୍ତ୍ରଣା ହେଉଥିବାର ସେ ଅନୁଭବ କରୁଥିଲେ। ଏହା ପରେ ପରୀକ୍ଷଣରୁ ଜଣାପଡିଥିଲା ଯେ କିଡନୀରେ ଅନେକ ପଥର ଜମି ରହିଛି । ତାଙ୍କୁ ପ୍ରୀତି ୟୁରୋଲୋଜି ଏବଂ କିଡଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଡାକ୍ତରଙ୍କ ସୂଚନା ଅନୁସାରେ, ଏହି ରୋଗୀଙ୍କର ଏକ୍ଟୋପିକ୍ କିଡନୀ ସମସ୍ୟା ରହିଥିଲା। କାରଣ ଏହା ସାଧାରଣ ପୋଜିସନ ୟୁରିନାରି ଟ୍ରାକ୍ଟ(ମୂତ୍ର ନିଳିକା) ନ ରହି ପେଟ ପାଖରେ ରହିଥିଲା। ଏବେ ତାଙ୍କ ଅବସ୍ଥା ପୂର୍ବ ଅପେକ୍ଷା ଭଲ ବୋଲି କୁହାଯାଉଛି। ଡାକ୍ତରମାନେ କହିଛନ୍ତି ଯେ କିଡନୀରୁ ପଥର ଗୁଡିକ କାଢ଼ିବା ଅନେକ ଜଟିଳ ଥିଲା ।

ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ତଥା ୟୁରୋଲୋଜିଷ୍ଟ ଡକ୍ଟର ଭି ଚନ୍ଦ୍ରମୋହନ କହିଛନ୍ତି ଯେ ଆମେ ଅନୁଭବ କରୁଛୁ ଯେ ଏହି ପଥର ଦୁଇ ବର୍ଷ ଧରି ରୋଗୀର ପେଟରେ ସୃଷ୍ଟି ହୋଇଥିଲା । କିନ୍ତୁ ସେ କୌଣସି ଲକ୍ଷଣ ଅନୁଭବ କରିପାରୁନଥିଲେ । କିନ୍ତୁ ହଠାତ୍ ଯନ୍ତ୍ରଣା ହେବାରୁ ସେ ଚେକ୍‌ କରାଇବା ପରେ ୧୫୬ ଷ୍ଟୋନ୍ ଥିବା ଜଣା ପଡ଼ିଥିଲା। ଆମେ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥାକୁ ପରଖି ବଡ଼ ବଡ଼ ଅସ୍ତ୍ରୋପଚାର ପରିବର୍ତ୍ତେ ଲାପାରୋସ୍କୋପି ଏବଂ ଏଣ୍ଡୋସ୍କୋପି ବ୍ୟବହାର କରିବାକୁ ସ୍ଥିର କଲୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.