ଶୀତଦିନରେ ଶିଶୁମାନଙ୍କୁ ଦିଅନ୍ତୁ ପୋଷକ ତତ୍ତ୍ୱରେ ଭରପୂର ଏହି ପରିବା, ମିଳିବ ଅନେକ ଫାଇଦା

ସବୁଜ ପନିପରିବାରେ ଏମିତି ଅନେକ ଗୁଣ ଭରି ରହିଛି ଯାହା ଶରୀର ପାଇଁ ଆବଶ୍ୟକ ହୋଇଥାଏ। ବିଶେଷ କରି ଛୋଟ ପିଲାଙ୍କ ପାଇଁ ସବୁଜ ପନିପରିବା ବେଶ ଲାଭକାରୀ ହୋଇଥାଏ ।ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହି ପନିପରିବା ଅନେକ ସହାୟକ ହୋଇଥାଏ। ତେବେ ଏହାରି ମଧ୍ୟରେ ଆପଣ ଶାକରକନ୍ଦା ବା କନ୍ଦମୂଳ କଥା ତ ନିହାତି ଶୁଣିଥିବେ। ଆଜି ଆମେ କନ୍ଦମୂଳର ଫାଇଦା ସମ୍ପର୍କରେ ଆପଣଙ୍କୁ କହିବୁ। ଯାହାକୁ ଖାଇବା ଆପଣଙ୍କ ପିଲାଙ୍କ ପାଇଁ ନିହାତି ଆବଶ୍ୟକ।

ଏହାର ସେବନ ବିଶେଷ କରି ଚାଟ୍‌, ତରକାରୀ ରେ କରାଯାଏ । ଏହି ପରିବାରେ କେବଳ ଭିଟାମିନ ଏ ନୁହେଁ ବରଂ ଭିଟାମିନ ସ, ଭିଟାମିନ ଇ, ଭିଟାମିନ କେ, ଭିଟାମିନ ବି୧, ଭିଟାମିନ ବି୬ ଏବଂ ଭିଟାମିନ ବି୯ ମଧ୍ୟ ରହିଛି। ତେଣୁ ଯେଉଁ ଶିଶୁର ଶାରୀରିକ ବିକାଶ ହେବାରେ ସମସ୍ୟା ଦେଖାଯାଏ, ସେମାନଙ୍କ ପାଇଁ ଏହି ପରିବା ଖୁବ ଫାଇଦାମନ୍ଦ ହୋଇଥାଏ। ଏହା ସେମାନଙ୍କ ପାଇଁ ବେଶି ଉପଯୁକ୍ତ ହୋଇଥାଏ।

sweet
pc: momjuction

କନ୍ଦମୂଳରେ ପୋଷକ ତତ୍ତ୍ୱ କଥା କହିଲେ ଏଥିରେ କ୍ୟାଲସିୟମ, ଆଇରନ, ମାଗ୍ନେସିୟମ, ଫସ୍‌ ଫରସ୍‌ , ପୋଟାସିୟମ ଓ ସୋଡିୟମ ଅଧିକ ମାତ୍ରାରେ ରହିଥାଏ । ଏଥିରେ ଜିଙ୍କ ମଧ୍ୟରହିଛି। ଏହି ସବୁ ପୋଷକ ତତ୍ତ୍ୱ ଶିଶୁ ମାନଙ୍କ ପାଇଁ ନିହାତି ଜରୁରୀ। ଏବେ ଜାଣନ୍ତୁ ଏହାର ଫାଇଦା:
-ଆଖି ପାଇଁ ଏହା ଲାଭକାରୀ ହୋଇଥାଏ। ଶିଶୁଙ୍କର ଭିଟାମିନ ଏ ଅଭାବ ଯୋଗୁଁ ଆଖି ସମସ୍ୟା ହୋଇଥାଏ। ତେଣୁ ଏହାକୁ ଖାଇବା ଦ୍ୱାରା ସେହି ସମସ୍ୟା ଦୂର ହୋଇଥାଏ।
-କନ୍ଦମୂଳରେ ମେଟାବୋଲିଜିମ ମହଜୁଦ ରହିଛି। ଏହାଦ୍ୱାରା ଓଜନ ମଧ୍ୟ କଣ୍ଟ୍ରୋଲ ରହିଥାଏ।
– କନ୍ଦମୂଳ ଶିଶୁମାନଙ୍କ ଶାରୀରିକ ବିକାଶ କରିବାରେ ସହାୟକ ହୋଇଥାଏ । ଏହାର ପୋଷକତତ୍ତ୍ୱ ପ୍ରତ୍ୟେକ ଅଙ୍ଗକୁ ବିକାଶ କରିବାରେ ସାହାଯ୍ୟ କରେ।

potato
pc: zee news

-ଏହି ପରିବାରେଥିବା ଭିଟାମିନ ସି ଏବଂ ଭିଟାମିନ ଇ ଇମ୍ୟୁନିଟିକୁ ମଜବୁତ କରିଥାଏ।
-କବ୍ଜ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।ଏଥିରେ ଡାଏଟାରୀ ଫାଇବର ରହିଥାଏ ।ଏହାକୁ ଛୋଟ ପିଲା ଖାଇବା ଦ୍ୱାରା ସେମାନଙ୍କ କବ୍ଜ ସମସ୍ୟା ଦୂର ହୁଏ ।
– ଏଥିରେ ଷ୍ଟାର୍ଚ ଏବଂ ଭିଟାମିନ୍ସ ଭରପୂର ରହିଥାଏ। ଯାହା ଶିଶୁକୁ ଏନର୍ଜିଟିକ କରିଥାଏ । ତେଣୁ ଏହାକୁ ସୁପରଫୁଡ କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.