୭୦ ଫୁଟ ଗଭୀର କୂଅରେ ଗଳି ପଡିଥିଲା କୁକୁର, ବଞ୍ଚାଇବା ପାଇଁ ୧୫୦ କିମିରୁ କାର ଭଡା କରି ପହଞ୍ଚିଥିଲେ ୫ ଜଣିଆ ଟିମ୍‌

ମଣିଷର ଅସଲି ଧର୍ମ ହେଉଛି ମାନବିକତା । କାହାର ଜୀବନ ବଞ୍ଚାଇବା ହିଁ ପ୍ରକୃତ ଧର୍ମ। ଯଦି କୌଣସି ନିର୍ବାକ କିମ୍ବା କଥା କହିପାରୁନଥିବା ଜୀବର ଜୀବନ ବଞ୍ଚାଇବା ପ୍ରକୃତ ଜୀବନର ସାର୍ଥକତା ଆଣିଦିଏ। ଆପଣଙ୍କର ଯେତେ ଧନ ଯୌବନ ରହିଥାଉ ନା କହିଁକି କିନ୍ତୁ ଯଦି କେବେ କାହାର ସାହାଯ୍ୟ କରିନାହାନ୍ତି, ତେବେ ସବୁକିଛି ନିରର୍ଥକ।

ଯେଉଁଠି ୭୦ ଫୁଟ ଗଭୀର କୂଅରେ ପଡିଯାଇଥିବା କୁକୁରକୁ ବଞ୍ଚାଇବା ପାଇଁ ୧୫୦ କିମି ଦୂରରୁ ଆସି ପହଞ୍ଚିଲେ ୫ ଜଣିଆ ଟିମ୍‌। ହାଇଦ୍ରାବାଦରୁ ୧୫୦ କି.ମି ଦୂର ବାରଙ୍ଗଲରେ ଘଟିଛି ଏଭଳି ଏକ ଘଟଣା । କୁକୁରକୁ ଉଦ୍ଧାର କରିବାକୁ ଚାହୁଁଥିଲେ ହେଁ କୂଅର ଗଭୀରତା ଦେଖି ଗାଁଲୋକ ସାହାସ ଜୁଟାଇପାରୁନଥିଲେ । ତେଣୁ ଗ୍ରାମବାସୀ କୁକୁର ଉଦ୍ଧାର ପାଇଁ ଆନିମଲ୍ ୱାରିୟର୍ କନଜରଭେସନ୍ ସୋସାଇଟି (ଏଡ଼ବ୍ଲ୍ୟୁସିଏସ୍ ) କୁ ଏହାର ସୂଚନା ଦେଲେ ।

ଖବର ପାଇବା ପରେ ଏହି ଟିମର ୫ ଜଣିଆ ସଦସ୍ୟ ଡେରି ନ କରି ତୁରନ୍ତ ଉକ୍ତ ସ୍ଥାନକୁ ବାହାରିଲେ । ସେମାନଙ୍କ ପାଖରେ କୌଣସି ବ୍ୟକ୍ତିଗତ ଗାଡି ନଥିବା ସତ୍ତ୍ୱେ ଏକ ଭଡ଼ା ଗାଡ଼ିରେ ଆବଶ୍ୟକୀୟ ସାମଗ୍ରୀ ଧରି ୧୫୦ କି.ମି ଯାତ୍ରା କରି ଏହି ଟିମ୍ ପହଁଚିଥିଲେ ବାରଙ୍ଗଲ । ରେସ୍କ୍ୟୁ ଟିମ୍ ସୂର୍ଯ୍ୟାସ୍ତ ପରେ ବାରଙ୍ଗଲରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କଲେ । ଗଭୀର କୂଅ ଭିତରୁ ଉଦ୍ଧାର ହେଲା କୁକୁର। ସେମାନଙ୍କର ଉଦ୍ଦେଶ୍ୟ ଥିଲା କିଭଳି ସେ କୁକୁରର ଜୀବନ ବଞ୍ଚାଇବେ। କୁକୁର ଉଦ୍ଧାର ହେବା ପରେ ତା’ ଆଖିରୁ ଲୁହ ଝରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.