ହୁତ ହୁତ ହୋଇ ଅନବରତ ଜଳୁଛି ସୂର୍ଯ୍ୟ, ଅତିନିକଟରୁ ଫଟୋ ସେୟାର କଲା ନାସା

ସୌରମଣ୍ଡଳ ତଥା ସୂର୍ଯ୍ୟଙ୍କ ବିଷୟରେ ଜାଣିବାକୁ ସମସ୍ତେ ଆଗ୍ରହୀ। ସୂର୍ଯ୍ୟ ଭିତରୁ କେମିତି ଦେଖାଯାଆନ୍ତି, କାହିଁକି ଏତେ ଗରମ ଆଦି ଜାଣିବାକୁ ସମସ୍ତଙ୍କର ଉତ୍ସାହ ରହିଛି। ଲୋକମାନେ ସୂର୍ଯ୍ୟଙ୍କ ପର୍ଯ୍ୟନ୍ତ ପହଞ୍ଚିପାରିନଥିଲେ ମଧ୍ୟ ବୈଜ୍ଞାନିକମାନେ ଲଗାତାର ସୂର୍ଯ୍ୟଙ୍କ ଉପରେ ଗବେଷଣା ଜାରି ରଖିଛନ୍ତି। ତେବେ ଇତି ମଧ୍ୟରେ ନାସାର ଅର୍ବିଟର କେତେକ ଫଟୋ ପଠାଇଛି। ଏହି ଫଟୋ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଥିବା ଦୂରତା ଭିତରେ ଉଠାଯାଇଛି। ଅର୍ଥାତ୍‌ ଅର୍ବିଟର ଏହି ଫଟୋ ସୂର୍ଯ୍ୟଙ୍କ ଠାରୁ ପ୍ରାୟ ୭ କୋଟି ୭ ଲକ୍ଷ କିଲୋମିଟର ଦୂରରୁ ନିଆଯାଇଛି। ଏହି ଅର୍ବିଟର ସୂର୍ଯ୍ୟଙ୍କର ୪ କୋଟି ୨୦ ଲକ୍ଷ କିଲୋମିଟର ପାଖ ଯାଏଁ ଯିବ।

Details of NASA's Parker Solar Probe and its historic mission to ...

ନାସାର ଅର୍ବିଟର ପଠାଇଥିବା ସୂର୍ଯ୍ୟଙ୍କ ଫଟୋରେ ଅଗଣିତ ନିଆଁର ଝୁଲ ଥିବା ଦେଖିବାକୁ ମିଳିଛି। ଗୁରୁବାର ଅର୍ବିଟରର ଏହି ଫଟୋ ଜାରି କରାଯାଇଛି। ନାସା ତରଫରୁ ଏହି ଅର୍ବିଟରକୁ ଫେବ୍ରୁଆରୀରେ ଲଞ୍ଚ୍‌ କରାଯାଇଥିଲା। ଏହି ସୋଲାର ଅର୍ବିଟରକୁ କେପ୍‌ କେନ୍‌ବେରଲରୁ ଉତ୍‌କ୍ଷେପଣ କରାଯାଇଥିଲା।

NASA's Parker Solar Probe

ଫଟୋରେ ଦେଖାଯାଇଛି ଯେ ନିଆଁରୁ ଗୋଲ ଗୋଲ ଆକାରର ଛୋଟ ଛୋଟ ଧାସ ଉଠୁଛି। ମହାକାଶ ବିଜ୍ଞାନୀ ତଥା ଏହି ପ୍ରୋଜେକ୍ଟର ମୁଖ୍ୟ ସଦସ୍ୟ ଡେନିୟଲ ମୁଲର ଏହି ନିଆଁ ହୁଳାର ନାଁ ‘କ୍ୟାମ୍ପଫାୟର’ ଦେଇଛନ୍ତି। ତେବେ ଆଗକୁ ଏଭଳି ଆହୁରି ରହସ୍ୟମୟ ଫଟୋ ଆସିବ ବୋଲି ନାସା ବୈଜ୍ଞାନିକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.