Below header

ଛୋଟ ପିଲାଟିକୁ ଏମିତି ଆଲିଙ୍ଗନ କରୁଛି କୁକୁର ଦେଖିଲେ ଆପଣ ବି ହୋଇଯିବେ ଇମୋସନାଲ, ଦେଖନ୍ତୁ ଭିଡିଓ

କୁକୁର ହେଉଛି ମଣିଷର ସବୁଠାରୁ ବିଶ୍ୱସ୍ତ । ପ୍ରାଚୀନ କାଳରୁ ମଣିଷ ନିଜର ସୁରକ୍ଷା ପାଇଁ କୁକୁର ପାଳୁଥିଲା । କୁକୁରମାନେ ଏତେ ବିଶ୍ୱସ୍ତ ଯେ ସେମାନେ ନିଜ ଜୀବନରେ ଖେଳି ନିଜ ମାଲିକଙ୍କ ଜୀବନ ରକ୍ଷା କରନ୍ତି । ଏହିପରି ଅନେକ ଖବର ଏବଂ ଭିଡିଓ ଆପଣ ଦେଖିଥିବେ । ତେବେ ଏଭଳି ଏକ ଭିଡିଓ ଏବେ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗୋଟିଏ କୁକୁର ଛୋଟ ପିଲାକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି ।


ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି । Simon BRFC Hopkins ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରାଯାଇଥିଲା । ଯାହାକୁ ସୋସିଆଲ ମିଡିଆରେ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ତାସହିତ ଅନେକ ଲୋକ ଅନେକ ପ୍ରକାର କମେଣ୍ଟ ମଧ୍ୟ ଦେଉଛନ୍ତି । ତେବେ ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ଛୋଟ ଶିଶୁ ଖେଳୁ ଖେଳୁ ହଠାତ ଯାଇ ଏକ କୁକୁରକୁ ଆଲିଙ୍ଗନ କରୁଛି ଏବଂ ତାପରେ କୁକୁରଟି ମଧ୍ୟ ଉକ୍ତ ପିଲାଟିକୁ ଆଲିଙ୍ଗନ କରୁଛି । ଜଣେ ୟୁଜର ଲେଖିଛନ୍ତି କୁକୁରଟି ଏପରି ପିଲାକୁ ସ୍ନେହ କରୁଛି ଯେପରି ସେ ତାର ମା , ତେବେ ଏହି ଭିଡ଼ିଓଟି ଇଣ୍ଟରନେଟରେ ଲୋକମାନଙ୍କୁ ଭାବବିହ୍ୱଳ କରିଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.