Below header

ଦ୍ୱିତୀବାହନ ଓଷାରେ ଭୁଲ୍‌ରେ ବି ମହିଳାମାନେ କରନ୍ତୁନି ଏହି ୮ଟି କାର୍ଯ୍ୟ, ପୁଅର ଆୟୁହାନି ହୋଇପାରେ

ପୁଅମାନଙ୍କର ଲମ୍ବା ଆୟୁଷ, ଆରୋଗ୍ୟ ଓ ସୁଖୀ ଜୀବନ କାମନା କରି ମା’ମାନେ ଦ୍ୱିତୀବାହନ ବା ଦ୍ୱିତୀୟା ଓଷା କରିଥାନ୍ତି। ଚଳିତବର୍ଷ ଆଜି ଦ୍ୱିତୀୟା ଓଷା ପାଳନ କରାଯାଉଛି। ମା’ମାନେ ପୁଅଙ୍କ ନିରୋଗ କାମନା କରି ଏହିଦିନ ନିର୍ଜଳା ଉପବାସ ରଖିଥାନ୍ତି। ସନ୍ଧ୍ୟାରେ ପୂଜା କରିବା ପରେ ସେମାନେ ଜଳ ସ୍ପର୍ଶ କରିଥାନ୍ତି। ତେବେ ଏହି ପୂଜା କରୁଥିବା ମହିଳାଙ୍କୁ କେତେକ ଜିନିଷ କରିବା ପାଇଁ ବାରଣ କରାଯାଇଛି। ଏହି ସମସ୍ତ ଦିଗ ପ୍ରତି ଧ୍ୟାନ ନ ଦେଲେ ପୁଅର ଜୀବନ ଉପରେ ବିପଦ ଆସିଥାଏ ବୋଲି ବିଶ୍ୱାସ କରାଯାଏ।

ଏହାସହ ପଢ଼ନ୍ତୁ: ମା ଚର୍ଚ୍ଚିକାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଳଦିନାତ୍ମକ ପୂଜା

୧.ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଥିବା ମହିଳାଙ୍କୁ ନିର୍ଜଳା ଉପବାସ କରିବାକୁ ବାରଣ କରାଯାଇଛି। ଉପବାସ ରହିବା ଦ୍ୱାରା ରୋଗ ଆହୁରି ବଢ଼ିପାରେ।
୨. ବ୍ରତ ପୂର୍ବ ଦିନ ଆମିଷ ଭୋଜନ କରନ୍ତୁନାହିଁ। ପିଆଜ, ରସୁଣ ଓ ମାଂସ ଆହାର ପୂଜା ପୂର୍ବଦିନ କରିବା ଅନୁଚିତ୍‌।
୩.ନିର୍ଜଳା ଉପବାସ ହୋଇଥିବାରୁ ଏହି ଦିନ ଆଦୌ ଖରାକୁ ଯାଆନ୍ତୁ ନାହିଁ। ନଚେତ୍‌ ଡିହାଇଡ୍ରେସନ୍‌ ସମସ୍ୟା ଦେଖାଦେଇପାରେ।
୪.ଶରୀରକୁ ଶୀତଳ ରଖିବା ପାଇଁ ଚେଷ୍ଟା କରନ୍ତୁ। ଶରୀର ଥଣ୍ଡା ରହିଲେ ପାଣିର ଅଭାବ ଜଣାପଡ଼ିବ ନାହିଁ।

୫.ଉପବାସ ବେଳେ ଅଧିକ କାମ କରନ୍ତୁ ନାହିଁ। ଶରୀର ଥକିଗଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଯିବ।
୬.ବ୍ରତର ଅନ୍ୟନାମ ସଂଯମ। ଏଣୁ ବ୍ରତ କରୁଥିବା ବେଳେ ମନ, ବଚନ ଓ କର୍ମରେ ସଂଯମତା ଓ ଶୁଦ୍ଧତା ରକ୍ଷା କରିବା ଜରୁରୀ।
୭.ବ୍ରତ ବେଳେ ଅନ୍ୟକୁ ଆକ୍ଷେପ କରି କୌଣସି ଖରାପ ଶବ୍ଦ ବ୍ୟବହାର କରନ୍ତୁ ନାହିଁ। ଏଭଳି କଲେ ବ୍ରତ ନିଷ୍ଫଳ ହେବ।
୮.ଗର୍ଭବତୀ ମହିଳା ଏହି ବ୍ରତ କରିବା ଅନୁଚିତ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.