ବିକ୍କି କୌଶଲଙ୍କୁ ହରର ମୁଭି ଦେଖିବା ପାଇଁ ଲାଗିଥାଏ ଡର, ‘ଭୂତ’ ବିଷୟରେ କହିଲେ ଏପରି କଥା

ଉରୀ ଦ ସର୍ଜିକାଲ ଷ୍ଟ୍ରାଇକ ଏବଂ ସଞ୍ଜୁ ଭଳି ବହୁଚର୍ଚ୍ଚିତ ଚଳଚ୍ଚିତ୍ର ପରେ ବଲିଉଡ ଆକ୍ଟର ବିକ୍କି କୌଶଲ ବର୍ତ୍ତମାନ ଆପଣଙ୍କୁ ଡ଼ରାଇବା ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି । ବିକ୍କି କୌଶଲ ନିଜ କ୍ୟାରିଅରର ପ୍ରଥମ ହରର ମୁଭି କରିବାକୁ ଯାଉଛନ୍ତି ଯାହାର ନାମ ରହିବ ‘ଭୁତ: ଦ ହଣ୍ଟେଡ ସିପ’ । ଏକ ରିପୋର୍ଟ ଅନୁଯାୟୀ ବିକ୍କି କୌଶଲ କହିଛନ୍ତି ଯେ ତାଙ୍କୁ ହରର ମୁଭି ଦେଖିବା ପାଇଁ ବହୁତ ଡର ଲାଗିଥାଏ ଏବଂ ସେ ଏହି ପ୍ରକାରର ମୁଭି ଦେଖନ୍ତି ନାହିଁ ।

ବିକ୍କିଙ୍କ କହିବା ଅନୁଯାୟୀ, ” ପ୍ରଥମଥର ପାଇଁ ମୁଁ ହରର ମୁଭିରେ କାମ କରୁଛି ଏବଂ ଏଠାରୁ ବହୁତ କିଛି ଶିଖିବାକୁ ମିଳୁଛି । ବିକ୍କିଙ୍କ ପାଖରେ ଚଳିତ ବର୍ଷ ଅନେକ ପ୍ରୋଜେକ୍ଟ ରହିଛି । ହରର ଫିଲ୍ମ ଦେଖିବା ବିଷୟରେ ସେ କହିଛନ୍ତି ଯେ “ମୋତେ ବହୁତ ଡର ଲାଗିଥାଏ । ମୋତେ ଲାଗୁଛି ‘ଭୁତ’ ପ୍ରଥମ ହରର ମୁଭି ହେବ ଯାହାକୁ ମୁଁ ଦେଖିବାକୁ ଯାଉଛି । କାରଣ ମୁଁ ନିଜେ ହିଁ ଏଥିରେ ଅଭିନୟ କରିଛି ଏବଂ ମୋତେ ଜଣାଅଛି ଯେ ଆଗକୁ କଣ ହେବ । ସେଥିପାଇଁ ମୋତେ ଡର ଲାଗିବ ନାହିଁ”।

ଏହାସହ ପଢନ୍ତୁ ୨୨ ବର୍ଷ ତଳ ଘଟଣାରେ ଫସିଗଲେ ସନି ଦେୱଲ ଏବଂ କରିସ୍ମା କପୁର, ଲାଗିଲା ଲୋକଙ୍କ ଜୀବନ ବିପଦରେ ପକାଇବାର ଆରୋପ

ବିକ୍କି ହସି ହସି କହିଛନ୍ତି ମୁଁ ସବୁବେଳେ ଭାବିଥାଏ ଯେ ଏବେ ମୁଁ ବଡ଼ ହୋଇଯାଇଛି ଆଉ ଏବେ ମୁଁ ହରର ମୁଭି ଦେଖିପାରିବି କିନ୍ତୁ ଏବେଯାଏଁ ସେପରି କିଛି ହୋଇପାରିଲା ନାହିଁ । ଯେତେବେଳେ ବିକ୍କିଙ୍କୁ ପଚରାଯାଇଥିଲା ଯେ, ବଲିଉଡ ଏବେ ପର୍ଯ୍ୟନ୍ତ ହରର ଜୋନରରେ କାହିଁକି ଭଲକାମ କରିପାରିଲା ନାହିଁ ? ସେ କହିଥିଲେ କି ବର୍ତ୍ତମାନ ଏହି କଥାରେ ନିଜର କିଛି ମତାମତ ଦେବାପାଇଁ ସେ ସମ୍ପୂର୍ଣ୍ଣ ନୂଆ ଅଟନ୍ତି ।

भूत के पोस्टर में विक्की कौशल

ଏହାସହିତ ବିକ୍କି ଏକଥା ମଧ୍ୟ କହିଛନ୍ତି ଯେ ଯଦି ଫ୍ୟାନ୍ସ ମାନେ ପ୍ରକୃତରେ ହରରକୁ ଅନୁଭବ କରିବାପାଇଁ ଚାଁହୁଥାନ୍ତି, ତାହେଲେ ଏହାକୁ ସ୍ୱତନ୍ତ୍ର ଭାବେ ଯାଇ ସିନେମା ହଲରେ ଦେଖିବା ଆବଶ୍ୟକ ଯାହାଦ୍ୱାରା ଦର୍ଶକ ଏହାର ବାସ୍ତବିକ ଥିଏଟ୍ରିକାଲ ଇଫେକ୍ଟକୁ ଅନୁଭବ କରିପାରିବେ । ବିକ୍କି କୌଶଲ ଅତିଶୀଘ୍ର ନିଜର ଅପକମିଙ୍ଗ ଫିଲ୍ମରେ ସ୍ୟାମ ଚରିତ୍ରରେ ନଜରକୁ ଆସିବେ । ଏହି ଫିଲ୍ମର ଫାଷ୍ଟ ଲୁକ ପୋଷ୍ଟର ରିଲିଜ ହୋଇସାରିଛି ।