ଜାଣନ୍ତୁ କିଏ ସେ ଯୁଙ୍କୋ ତାବେଇ, ଯାହାଙ୍କ ସ୍ମୃତିରେ ଗୁଗଲ କଲା ଡୁଡ଼ଲ

ଆଜି ଯୁଙ୍କୋ ତାବେଇଙ୍କ ଜନ୍ମଦିନ । ତାଙ୍କରି ସ୍ମୃତି ରେ ଗୁଗୁଲ ଆଜି ଡୁଡଲ କରି ତାଙ୍କୁ ସମ୍ମାନ ଜଣାଇଛି । ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି ପୃଥିବୀର ସର୍ବୋଚ୍ଚ ଗିରୀଶୃଙ୍ଗ ମାଉଣ୍ଟ ଏଭେରେଷ୍ଟ ଚଢ଼ିଥିଲେ। ତାଙ୍କର ପର୍ବତାରୋହଣ ଯାତ୍ରା ଥିଲା ଅନନ୍ୟ । ଏହା ସହ ସେ ପୃଥିବୀର ଭିନ୍ନ ଭିନ୍ନ ଦେଶର ୭୦ ଟି ଗିରୀଶୃଙ୍ଗ ଚଢ଼ି ପର୍ବତାରୋହଣ ଇତିହାସରେ ଅମର ହୋଇ ରହିଛନ୍ତି । ସେ ୧୯୭୫ ମସିହା ମେ ମାସ ୧୬ ତାରିଖରେ ହିଁ ମାଉଣ୍ଟ ଏଭେରେଷ୍ଟ ଚଢ଼ିଥିଲେ । ଜାଣନ୍ତୁ ତାଙ୍କ ସମ୍ବନ୍ଧରେ କିଛି ବିଶେଷ ତଥ୍ୟ:

୧. ଜାପାନର ମିହାରୁ, ଫୁକୁସୀମାରେ ହିଁ ଯୁଙ୍କୋ ତାବେଇଙ୍କ ଜନ୍ମ ହୋଇଥିଲା ।
୨. ନିଜର ୭ ଭାଇ ଭଉଣୀଙ୍କ ମଧ୍ୟରୁ ସେ ପଞ୍ଚମ ଥିଲେ ।
୩.ମାତ୍ର ୧୦ ବର୍ଷ ବୟସରେ ହିଁ ସେ ପ୍ରଥମ ଥର ଜାପାନର ଗିରିଶୃଙ୍ଗ ‘ମାଉଣ୍ଟ ନାଶୁ’ ଚଢ଼ିଥିଲେ ।
୪.ତାଙ୍କ ପତିଙ୍କ ନାମ ମାସାନେବୁ ତାବେଇ ଥିଲା ।
୫.ତାଙ୍କ ପତିବି ଜଣେ ପର୍ବତ ଆରୋହୀ ଥିଲେ ।
୬. ୧୯୬୫ ମସିହାରେ ଜାପାନର ଏକ ପର୍ବତ ଆରୋହଣ ସମାରୋହରେ ସେ ଜୁଙ୍କ ମାସାନେବୁଙ୍କ ସହ ଭେଟିଥିଲେ ।
୭.ତାଙ୍କର ୨ ଗୋଟି ସନ୍ତାନ ଅଛନ୍ତି ।

ଏହା ସହ ପଢନ୍ତୁ:

ମହାତ୍ମା ଗାନ୍ଧିଙ୍କ ପ୍ରେରଣା, ଯାହାକୁ ଆପଣାଇଲେ ଦୁନିଆର ପ୍ରମୁଖ ନେତା

୧୯୯୧ ମସିହାରେ ଏକ ସାକ୍ଷାତ୍କାରରେ ଯୁଙ୍କୋ କହିଥିଲେ କି ସେ ଆହୁରି କେତେ ପର୍ବତ ଚଢ଼ିବାକୁ ଚାହୁଁଛନ୍ତି । ଏହି ଯାତ୍ରାକୁ ସେ ନିଜ ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ଜାରି ରଖିବାକୁ ଚାହୁଁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏମିତି ଏକ ଦେଶରେ ସେ ଏହି କାମର ଆରମ୍ଭ କରିଥିଲେ ଯେଉଁଠି ମହିଳା ମାନଙ୍କୁ ସେତେଟା ପ୍ରାଧାନ୍ୟ ଦିଆଯାଇ ନଥାଏ । କିନ୍ତୁ ତାଙ୍କ ଅନୁସାରେ ଜୀବନକୁ ସମ୍ପୂର୍ଣ ରୂପେ ବଂଚିବା ନିହାତି ଆବଶ୍ୟକ । ସେ ଏହା ମଧ୍ୟ କହିଥିଲେ କି ତାଙ୍କ ଅଂଚଳର ଲୋକେ ମହିଳାଙ୍କ ଉନ୍ନତିକୁ ସେତେଟା ପ୍ରାଧାନ୍ୟ ଦିଅନ୍ତି ନାହିଁ । ସେମାନଙ୍କ ଅନୁସାରେ ମହିଳା ମାନେ ଘର କୋଣରେ ହିଁ ପଡି ରହିବା ଉଚିତ । ୧୯୬୯ ମସିହାରେ ସେ ଏକ ‘ଲେଡ଼ିଜ କ୍ଳାଇବିଙ୍ଗ କ୍ଲବ’ର ସ୍ଥାପନା କରିଥିଲେ । ୧୯୯୨ ମସିହାରେ ସେ ୭ଟି ମହାଦ୍ଵୀପର ସବୁଠୁ ଉଚ୍ଚତମ ଶୃଙ୍ଗ ଚଢିବାରେ ସେ ହେଉଛନ୍ତି ପ୍ରଥମ ମହିଳା । ଦୁଃଖର ବିଷୟ ୭୭ ବର୍ଷ ବୟସରେ କାନ୍ସର ରୋଗରେ ପୀଡିତ ହୋଇ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା । ନିଜର ଅନନ୍ୟ ପର୍ବତାରୋହଣ ପ୍ରତିଭା ପାଇଁ ସେ ଚିର ଦିନ ପାଇଁ ଅମର ହୋଇ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.