ଆନ୍ଧ୍ର ପ୍ରଦେଶ ଗ୍ରେହାଉଣ୍ଡ ଟିମକୁ ସଫଳତା, ଏନକାଉଣ୍ଟରରେ ନିହତ କଲା ୫ ମାଓବାଦୀଙ୍କୁ

ମାଲକାନଗିରି(କେନ୍ୟୁଜ୍): ଗଡ଼ିଲା ୫ ମାଓବାଦୀଙ୍କ ମୁଣ୍ଡ। ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଏନକାଉଣ୍ଟର। ବିଶାଖାପାଟଣା ମାଡିକାମାଲୁ ଜଙ୍ଗଲରେ ଆନ୍ଧ୍ର ଗ୍ରେହାଉଣ୍ଡ ଏହି ଏନକାଉଣ୍ଟର କରିଥିଲା। ଏତିକିବେଳେ ଉଭୟ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ଭିତରେ ଚାଲିଥିଲା ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଆଉ କିଛି ଆହତ ହୋଇଥିବା ସୂଚନା ମିଳିଛି। ମାଡିକାମାଲୁ ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ନେଇ ଖବର ମିଳିଥିଲା। ଏହାପରେ ଆରମ୍ଭ ହୋଇଥିଲା ଅପରେସନ୍‌। ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.