Below header

ଆଶ୍ଚର୍ଯ୍ୟ ! ଏଠି ପ୍ରତ୍ୟେକ ବୁଲା କୁକୁର କୋଟିଏ ସମ୍ପତ୍ତିର ମାଲିକ, ସତ ଜାଣିଲେ ଆପଣ ବି ହୋଇଯିବେ ତାଜୁବ

କିଛି ଲୋକ ମରିବା ଆଗରୁ ନିଜର ପୂରା ସମ୍ପତ୍ତି ନିଜ ପୋଷା ଜୀବଙ୍କ ନାଁରେ କରିଦେଇଥାନ୍ତି। ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ଏଣ୍ଟରଟେନମେଣ୍ଟ’ରେ ମଧ୍ୟ ଏମିତି କିଛି ଅଂଶ ଦେଖିବାକୁ ମିଳିଥିଲା। ଏଠାରେ ଏକ କୁକୁର ପୂରା ସମ୍ପତ୍ତିର ମାଲିକ ଥିଲା। କିନ୍ତୁ ଆମ ଦେଶରେ ଏମିତି ଏକ ଗାଁ ଅଛି, ଯେଉଁଠି ପୋଷା ଜାଗାରେ ରାସ୍ତାର ବୁଲା କୁକୁର କୋଟି କୋଟି ଟଙ୍କାର ମାଲିକ ହୋଇ ବୁଲୁଛନ୍ତି।

11

ଏହି ଗାଁର ନାଁ ‘ପଞ୍ଚୋଟ’, ଯାହାକି ଗୁଜରାଟରେ ପଡ଼ିଥାଏ। ଗୁଜରାଟର ମେହସାଣା ଜିଲ୍ଲାରେ ଥିବା ଏହି ଛୋଟିଆ ଗାଁରେ ଏମିତି ଅନେକ ବୁଲା କୁକୁର ଅଛନ୍ତି, ଯେଉଁମାନେ କୋଟିପତି ଅଟନ୍ତି। କୁହାଯାଉଛି କି, ‘Madhi’ର Pati Kutariya Trust ନାମକ ସଂସ୍ଥା କୁକୁରମାନଙ୍କ ଦେଖାଶୁଣା ଏବଂ ସେମାନଙ୍କ ଭଲ ପାଇଁ ଦାନରେ ମିଳିଥିବା 21 ବିଘାରୁ ଅଧିକ ଜମିକୁ କୁକୁରଙ୍କ ନାମରେ କରିଦେଇଛି।

ଏଠାରେ ବାଇପାସ ରୋଡ ଅଛି, ସେଥିପାଇଁ ଜମିର ଦାମ ପ୍ରତି ବିଘା ପାଖାପାଖି 3.5 କୋଟି ଟଙ୍କା। ଟ୍ରଷ୍ଟ ପାଖରେ ପାଖାପାଖି 70 କୁକୁର ଅଛନ୍ତି। ଏମିତିରେ ଦେଖିବାକୁ ଗଲେ, ପ୍ରତ୍ୟେକ କୁକୁରର ଭାଗ ପାଖାପାଖି 1 କୋଟି ଟଙ୍କା। କୁକୁର ନାଁରେ ଏତେ ସମ୍ପତ୍ତି ଥିବା କାରଣରୁ କେହି ବି ସେମାନଙ୍କୁ କ୍ଷତି ପହଞ୍ଚାଇ ନ ଥାନ୍ତି।

66

ସେପଟେ ଟ୍ରଷ୍ଟ ତରଫରୁ ସେମାନଙ୍କର ବହୁତ ଧ୍ୟାନ ରଖାଯାଇଥାଏ। ସେମାନଙ୍କୁ ଭଲ ଖାଇବାକୁ ଦିଆଯାଇଥାଏ। ଏହାସହିତ ସବୁ ଆଶା ପୂରଣ କରାଯାଇଥାଏ। ଲୋକେ ଟ୍ରଷ୍ଟକୁ ନିଜ ଜମି ଏବଂ କ୍ଷେତ ଦାନରେ ଦେଇଥାନ୍ତି। କିଛି ଜମି ଉପରେ ଦୋକାନ ଆଦି କରାଯାଇଛି। ଏଥିରୁ ଆସୁଥିବା ଆୟରେ କୁକୁରଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.