Below header

ଆତ୍ମାର ମଧ୍ୟ ଓଜନ ରହିଛି, ଜାଣନ୍ତୁ ଆତ୍ମା ସହିତ ଜଡିତ କିଛି ରହସ୍ୟ

ଆତ୍ମା ! ନାମ ଶୁଣି ଆପଣମାନେ ଡରି ଯାଉଥିବେ ନିଶ୍ଚିତ। କିନ୍ତୁ ଆତ୍ମା ଯାହା ଈଶ୍ୱରଙ୍କର ଏକ ସ୍ୱରୂପ ଅଟେ। ଏହା ବିଷୟରେ ଆମେ ସମସ୍ତେ ନିଶ୍ଚିତ ଭାବେ ଶୁଣିଥିବେ। ଯାହା କିଛି ଅସ୍ତିତ୍ୱ ନାହିଁ ବୋଲି ଆମ୍ଭେମାନେ ଜାଣିଛେ କିମ୍ବା ଶୁଣିଛେ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହାର କୌଣସି ଆକାର ନାହିଁ କି ରୂପ ମଧ୍ୟ ନାହିଁ। କିନ୍ତୁ ବୈଜ୍ଞାନିକ ତଥ୍ୟ ଅନୁସାରେ ଆତ୍ମାକୁ ଶରୀରର ଅନ୍ୟ ଅଙ୍ଗ ସହିତ ସମାନ ବୋଲି କୁହାଯାଏ। ତେଣୁ ଏହାର ଓଜନ ରହିଛି ଏବଂ ଶରୀର ତ୍ୟାଗ କରିବା ପରେ ଏଥିରେ ଅନେକ ପରିବର୍ତ୍ତନ ମଧ୍ୟ ଆସିଥାଏ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ତେବେ ଆସନ୍ତୁ ଜାଣିବା ଆତ୍ମା ସହିତ ଜଡିତ କିଛି ରହସ୍ୟ ବିଷୟରେ.. 

-ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆତ୍ମା ଶରୀରରେ ବାସ କରିଥାନ୍ତି। କିନ୍ତୁ ମୃତ୍ୟୁ ପରେ ଆତ୍ମା ଶରୀରକୁ ତ୍ୟାଗ କରି ଅନ୍ୟ ଶରୀର ଧାରଣ କରିଥାଏ। କିନ୍ତୁ ଏହାକୁ କେହି ଦେଖିପାରନ୍ତି ନାହିଁ।

678

-ବୈଜ୍ଞାନିକମାନେ ଆଧ୍ୟାତ୍ମିକ ବିଚାରଧାରା ଭିନ୍ନ ଏକ ରିସର୍ଚ୍ଚ କରିଛନ୍ତି। ଯେଉଁଥିରେ ଆତ୍ମାର ଅସ୍ତିତ୍ୱକୁ ନେଇ ପ୍ରମାଣ ପ୍ରଦାନ କରାଯାଇଛି। ଡ. ଡଙ୍କନ ମେକ ଡାଙ୍ଗଲ କରିଥିବା ଏକ ରିସର୍ଚ୍ଚରେ ଆତ୍ମାର ଓଜନ ରହିଛି, ଯାହା ଶରୀରର ଅନ୍ୟ ଅଙ୍ଗ ସହିତ ସମାନ ବୋଲି ଏଥିରେ କୁହାଯାଇଛି।

-ନିଜର ରିସର୍ଚ୍ଚକୁ ପ୍ରମାଣିତ କରିବା ପାଇଁ ଡଙ୍କନ ନିଜର ଚାରିଜଣ ସହଯୋଗୀଙ୍କ ସହିତ ଆତ୍ମାର ଓଜନ ମାପିବା ପାଇଁ ମୃତବ୍ୟକ୍ତିଙ୍କୁ ଫାୟାରବ୍ୟାଙ୍କ ସ୍କେଲରେ ରଖିଥିଲେ। ଏହି ସ୍କେଲ ଏକ ସ୍ୱତନ୍ତ୍ର ଟେକନିକ୍‌ରେ ପ୍ରସ୍ତୁତ କରାଯାଇଥିଲା। ଯାହାଦ୍ୱାରା ମୃତ୍ୟୁପରେ ଶରୀରରେ ହେଉଥିବା ପରିବର୍ତ୍ତନକୁ ପରିଲଖିତ କରାଯାଇପାରୁଥିଲା। ଏହି ରିସର୍ଚ୍ଚ ସେ ୧୯୦୧ ମସିହାରେ କରିଥିଲେ।

ଏହାସହ ପଢ଼ନ୍ତୁ ; ରହସ୍ୟରେ ପରିପୂର୍ଣ୍ଣ ଏହି ଗାଁ, ଯାହା ବି ଛୁଇଁବେ ଦେବେ ଜରିମାନା

-ଆମେରିକାରେ ଯେଉଁ ବ୍ୟକ୍ତିଙ୍କର ଶୀଘ୍ର ମୃତ୍ୟୁ ହେବାର ଥିଲା ଡ. ଡଙ୍କନ ଏହି ପରୀକ୍ଷଣ ସେମାନଙ୍କୁ ନେଇ କରିଥିଲେ। ଏହି ରିସର୍ଚ୍ଚରେ ଚାରିଜଣ ପୁରୁଷ ଏବଂ ଜଣେ ମହିଳା ସାମିଲ ରହିଥିଲେ। ସେମାନଙ୍କ ହୃଦସ୍ପନ୍ଦନ କମ୍‌ ହେବା ମାତ୍ରେ ସେମାନଙ୍କୁ ସେହି ସ୍କେଲ ମେଶିନରେ ରଖାଯାଇଥିଲା।

123

-ଏହି ରିସର୍ଚ୍ଚରୁ ଜଣାପଡିଥିଲା କି ଆତ୍ମାର ଓଜନ ମାତ୍ର ୨୧ ଗ୍ରାମ ରହିଛି। ଏଥିପାଇଁ ଆତ୍ମା ଶରୀର ତ୍ୟାଗ କରିବା ପରେ ଶରୀର ହାଲ୍‌କା ହୋଇଯାଏ। ମୃତ୍ୟୁ ଆସିବା ସମୟରେ ଶରୀରର ଭିନ୍ନ ଭିନ୍ନ ଅଂଶ କାମ କରିବା ବନ୍ଦ କରିଦିଏ। ଇତିମଧ୍ୟରେ ଆତ୍ମା ମଧ୍ୟ ବିଘଟିତ ହେବାକୁ ଲାଗିଥାଏ।

– ଡ. ଡଙ୍କନ କେବଳ ମଣିଷ ନୁହେଁ ବରଂ ଜୀବଜନ୍ତୁଙ୍କ ଉପରେ ମଧ୍ୟ ଏହି ରସର୍ଚ୍ଚ କରିଥିଲେ। କିନ୍ତୁ କେବଳ ମଣିଷମାନଙ୍କର ଆତ୍ମା ରହିଥାଏ ବୋଲି ରିସର୍ଚ୍ଚରେ ଜଣାପଡିଥିଲା। ଏହାଛଡା ଅନ୍ୟ କୌଣସି ଜୀବଙ୍କର ମୃତ୍ୟୁ ପରେ ସେମାନଙ୍କର ଆତ୍ମା ନ ଥାଏ ବୋଲି ଜଣାପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.