କେବେ ଦେଖିଛନ୍ତି କି ପଶୁ ମାନଙ୍କ କ୍ଷେତ୍ରରେ ଏପରି ବିକୃତି ! ତାହେଲେ ଦେଖନ୍ତୁ ଏହି ପଶୁକୁ ..

ଭଗବାନ ଯେଉଁଭଳି ଭାବେ ମଣିଷକୁ ବନାଇଛନ୍ତି ଠିକ ସେହିଭଳି ସେ ପଶୁ ମାନଙ୍କୁ ମଧ୍ୟ ବନାଇଛନ୍ତି । ପୃଥିବୀରେ ପଶୁ ମାନଙ୍କର ଅନେକ ପ୍ରକାର ପ୍ରଜାତି ଅଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ ହେଉଛି କଇଁଛ । କଇଁଛ ଏକ ଛୋଟ ପଶୁ ଅଟେ ଯାହାକି ବହୁତ ଧୀରେ ଧୀରେ ଚାଲିଥାଏ । ସାଧାରଣତଃ କଇଁଛମାନେ ବହୁତ ବର୍ଷ ଧରି ବଞ୍ଚିଥାଆନ୍ତି କିନ୍ତୁ କଣ ଆପଣ କେବେ ଦେଖିଛନ୍ତି ଯେ ଗୋଟିଏ କଇଁଛର ଦୁଇଟି ମୁଣ୍ଡ ରହିଛି । ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ଯେପରି ମଣିଷ ଶରୀରରେ ବେଳେବେଳେ ବିକୃତି ଦେଖାଯାଇଥାଏ ଠିକ ସେହିପରି ପଶୁ ମାନଙ୍କ କ୍ଷେତ୍ରରେ ମଧ୍ୟ ଏପରି ଦେଖାଯାଇଥାଏ । ନିକଟରେ ଏପରି ଏକ କଇଁଛ ସାମ୍ନାକୁ ଆସିଛି ଯାହାର ଦୁଇଟି ମୁଣ୍ଡ ରହିଛି ।

Image result for /turtle-patrol-group-finds-two-headed-hatchling

ସୂଚନା ଅନୁଯାୟୀ ଏକ ଗୋଷ୍ଠୀ ଯିଏକି ହିଲଟନ ହେଡ଼ ଆଇଲ୍ୟାଣ୍ଡର ଦକ୍ଷିଣ ପାର୍ଶ୍ଵରେ ସାମୁଦ୍ରିକ କଇଁଛ ମାନଙ୍କର ଦେଖାଶୁଣା କରନ୍ତି ନିକଟରେ ତାଙ୍କୁ ଏକ ଦୁଇଟି ମୁଣ୍ଡଥିବା କଇଁଛ ନଜରକୁ ଆସିଥିଲା ଯିଏକି ଜୀବିତ ମଧ୍ୟ ଥିଲା । ତାଙ୍କର କହିବା ଅନୁଯାୟୀ ଗତ କିଛିଦିନ ତଳେ ସେ ଏକ ଅଜୀବ ପ୍ରକାରର କଇଁଛ ଦେଖିଲେ ଯାହାରକି ଦୁଇଟି ମୁଣ୍ଡ ଥିଲା ଏବଂ ସେ ଚାଲୁଥିଲା ମଧ୍ୟ ଏହାପରେ ସେ ତାକୁ ସମୁଦ୍ରରେ ଛାଡି ଦେଇଥିଲେ । ବର୍ତ୍ତମାନ ଏହାର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

Image result for /turtle-patrol-group-finds-two-headed-hatchling

ଏହାସହ ପଢନ୍ତୁ ବେଶ ବଦଳାଇ ୩୫ ବର୍ଷ ପର୍ଯ୍ୟନ୍ତ ପୋଲିସକୁ ଦେଲେ ଚକମା, ଜାଣନ୍ତୁ ଏହି ସାଧୁଙ୍କ ସମ୍ପୂର୍ଣ୍ଣ କାହାଣୀ

ସେହି ଗୋଷ୍ଠୀର ନେତା ଏବଂ ସମୁଦ୍ର ଜୀବ ବିଜ୍ଞାନୀଙ୍କ କହିବା ଅନୁଯାୟୀ ବଂଶାନୁକ୍ରମିକ ଆକୃତିକ ପରିବର୍ତ୍ତନ କାରଣରୁ ସେହି କଇଁଛର ଦୁଇଟି ମୁଣ୍ଡ ବାହାରକୁ ଆସିଛି ଯାହାର ନାମ ହେଉଛି ସ୍କୋର୍ଟ ଏବଂ କ୍ରସ । ସେ ଫେସବୁକରେ କଇଁଛର ଫଟୋକୁ ସେୟାର କରିବା ସହ ତାକୁ ଶୁଭକାମନା ମଧ୍ୟ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.