ଆଧୁନିକ ଯୁଦ୍ଧରେ ଭାରତର ବିମାନ କେତେ ପ୍ରସ୍ତୁତ ? ଜାଣନ୍ତୁ ଭାରତୀୟ ବାୟୁସେନାର ଶକ୍ତି

୧୨ଟି ମିରାଜ ୨୦୦୦ ଧରି ବାଲାକୋଟ୍ରେ ସର୍ଜିକାଲ ଷ୍ଟ୍ରାଇକ କଲା ଭାରତୀୟ ବାୟୁସେନା । ଏହାର ପର ଦିନ ଭାରତୀୟ ବାୟୁସେନାର ମିଗ୍-୨୧ ଆମେରିକା ନିର୍ମିତ ଏଫ-୧୬କୁ ମାରି ଧରାଶାୟୀ କଲା। ଏହାପରଠାରୁ ଚର୍ଚ୍ଚାରେ ରହିଛି ଭାରତୀୟ ବାୟୁସେନା । ଆଧୁନିକ ଯୁଦ୍ଧରେ ଭାରତର ବିମାନ କେତେ ପ୍ରସ୍ତୁତ ତାର ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ଭାରତ ପାଖରେ ରହିଛି ମିରାଜ-୨୦୦୦, ମିଗ୍, ଜାଗୁଆର, ତେଜେସ୍, ସୁଖୋଇ ଭଳି ବିମାନ।
ମିରାଜ-୨୦୦୦ :
ଭାରତର ଅନ୍ୟତମ ବିଧ୍ୱଂସକାରୀ ଯୁଦ୍ଧ ବିମାନ। ୧୯୮୫ରୁ ଭାରତୀୟ ବାୟୁସେନାର ଅଭିନ୍ନ ଅଙ୍ଗ। ଭାରତୀୟ ନାଁ ବଜ୍ର। ରାଫେଲ ତିଆରି କରୁଥିବା ଫ୍ରାନ୍ସର ଦାସଲ୍ଟ କଂପାନୀ ମିରାଜର ନିର୍ମାତା। ୧୯୮୨ରେ ଭାରତ ୪୦ଟି ମିରାଜ କିଣିବାକୁ ଦେଇଥିଲା ଅର୍ଡର। ୧୯୯୯ ଯୁଦ୍ଧରେ ମିରାଜ ୨୦୦୦ର ସଫଳତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହାପରେ ୨୦୦୪ରେ ଆଉ ୧୦ଟି ମିରାଜ କିଣିଥିଲା ଭାରତ। ବାଲୋକାଟ ସର୍ଜିକାଲ ଷ୍ଟ୍ରାଇକ୍ରେ ବ୍ୟବହାର ହୋଇଥିଲା ମିରାଜ-୨୦୦୦।
ତେଜସ୍ :
ଭାରତର ନିଜସ୍ୱ। ୧୯୮୦ରୁ ନିଜସ୍ୱ ବିମାନ ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ କରିଥିଲା ଭାରତ। ଏଚ୍ଏଲ ତିଆରି ଆରମ୍ଭ କରିଥିଲା ଲାଇଟ୍ କମ୍ବାକ୍ଟ ଏୟାର କ୍ରାଫ୍ଟ LCA । ଏହାର ନାଁ ରହିଛି ତେଜେସ୍। ୨୦୧୬ରେ ପ୍ରଥମ ତେଜେସ୍ ସ୍କ୍ଵାର୍ଡନ ଗଠନ କରାଯାଇଥିଲା।
ମିଗ୍-୨୧ :
ଏଭିଏସନ ଇତିହାସରେ ପ୍ରଥମ ସୁପରସୋନିକ୍ ଜେଟ୍। ବିଶ୍ୱର ସବୁଠାରୁ ପରିଚିତ ଏୟାର କ୍ରାଫ୍ଟ। ୬୦ଟି ଦେଶ ଏହାର ବ୍ୟବହାର କରୁଛନ୍ତି। ବାୟୁସେନା ୧୯୬୧ରେ ମିଗ୍-୨୧କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲା। ୧୯୭୧ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ମିଗ୍-୨୧। ବର୍ତ୍ତମାନ ଏହା କେବଳ ଇଣ୍ଟରସେପ୍ଟର ଭାବେ ବ୍ୟବହାର କରାଯାଉଛି। ଭାରତ ମିଗ୍-୨୧କୁ ଅପଗ୍ରେଡ୍ କରି ମିଗ୍ ୨୧ବିସନ କରିଛି। ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଏହି ବିମାନ ଧରି ପାକ୍ର ଏଫ୍-୧୬କୁ ଇଣ୍ଟରସେପ୍ଟ କରିଥିଲେ। ଏଫ ୧୬କୁ ମାରି ତଳ ପକାଇ ଦେଇଥିଲେ। ସିଙ୍ଗଲ ସିଟର ମିଗ୍-୨୧ ଘଣ୍ଟାକୁ ୧୩ଶହ କିଲୋମିଟର ବେଗରେ ଗତି କରିପାରିବ।
ସୁଖୋଇ-୩୦ MKI :
ଦେଶରେ ସବୁଠାରୁ ଅତ୍ୟାଧୁନିକ ଯୁଦ୍ଧ ବିମାନ। ଏୟାରୁ ଟୁ ଏୟାର, ଏୟାର ଟୁ ଗ୍ରାଉଣ୍ଡ ଷ୍ଟ୍ରାଇକ୍ ମେସିନ। ଋଷଠାରୁ ଅନୁମତି ଆଣି ଭାରତର ଏଚ୍ଏଏଲ୍ ଏହାର ନିର୍ମାଣ କରୁଛି। ୨୦୦୨ରେ ଏହା ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା ସୁଖୋଇ। ବର୍ତ୍ତମାନ ଏହାର ୨୯୦ଟି ବିମାନ ବ୍ୟବହାରରେ ଥିବା ଜଣା ପଡିଛି। ଏହା ୩୮ ହଜାର କିଲୋଗ୍ରାମ ବହନ କରିପାରିବ। ଘଣ୍ଟାକୁ ୨ ହଜାର ୧୨୦ କିଲୋମିଟର ବେଗରେ ଗତି କରିପାରିବ।
ମିଗ-୨୭ :
ସୋଭିଏସ୍ ଏରା ବିମାନ। ଲାଇସେନ୍ସ ଆଣି, ଭାରତ ଏହାର ନିର୍ମାଣ କରୁଛି। ଭାରତରେ ଏହାର ନାଁ ବାହାଦୁର। ଭାରତ ହିଁ ଏକମାତ୍ର ଦେଶ ମିଗ-୨୭ର ଅପଗ୍ରେଡ୍ ଭର୍ସନକୁ ବ୍ୟବହାର କରୁଛି। ମିଗ୍-୨୩କୁ ରିଡିଜାଇନ୍ କରି ମିଗ୍-୨୭ କରାଯାଇଛି। ୨୦୧୭ରୁ ମିଗ୍-୨୩ ସେବାରୁ ନିବୃତ୍ତ ହୋଇ ସାରିଛି। ବର୍ତ୍ତମାନ ମିଗ୍-୨୭ ବିମାନ ବାରମ୍ବାର ଦୁର୍ଘଣାଗ୍ରସ୍ତ ହେଉଥିବା ଖବର ଆସୁଛି।
ଜାଗୁଆର :
ବ୍ରିଟିସ ରୟାଲ ଏୟାର ଫୋର୍ସ ଏବଂ ଫ୍ରେଞ୍ଚ୍ ଏୟାର ଫୋର୍ସ ଦ୍ୱାରା ଏହାର ବିକାଶ କରାଯାଇଛି। କେବଳ ଭାରତ ହିଁ ଏକମାତ୍ର ଦେଶ ବର୍ତ୍ତମାନ ଜାଗୁଆରର ଅପ୍ଗ୍ରେଡେଡ୍ ଭର୍ସକୁ ବ୍ୟବହାର କରୁଛି। ଭାରତରେ ଏହାର ନାଁ ସମ୍ସେର। ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍ ଏହାର ନିର୍ମାଣ କରୁଛି। ଜାଗୁଆରର ସମସ୍ୟା, ଅଧିକ ଲୋଡ୍ ଧରି ବହୁ ଉଚ୍ଚରେ ଉଡି ପାରିବ ନାହିଁ।
ମିଗ-୨୯ :
ଅନ୍ୟ ମିଗ୍ ଭଲି ଏହାର ଡିଜାଇନ୍ ମଧ୍ୟ ଋଷ କରିଛି। ଆମେରିକାର ଏଫ ୧୫ ଓ ଏଫ ୧୬କୁ ଟକ୍କର ଦେବାକୁ ଋଷ ନିର୍ମାଣ କରିଥିଲା ମିଗ୍-୨୯। ୧୯୭୦ରେ ଏହାର ବ୍ୟବହାର ଆରମ୍ଭ ହୋଇଥିଲା। ଭାରତରେ ଏହାର ନାଁ ବାଜ୍। ସୁଖୋଇ ପରେ ସେକେଣ୍ଡ ଲାଇନ୍ ଅଫ ଡିଫେନ୍ସ ଭାବେ ଏହାର ବ୍ୟବହାର ହୁଏ। ଭାରତ ଏହାର ଅପଗ୍ରେଡ୍ କରିଛି। କାରଗିଲ୍ ଯୁଦ୍ଧ ସମୟରେ ଏହାର ବହୁଳ ବ୍ୟବହାର ହୋଇଥିଲା। ମିରେଜ ୨୦୦୦କୁ କଭର ଦେବାକୁ ଏହାର ବ୍ୟବହାର ହୋଇଥିଲା।