ଡବଲ ଇଂଜିନ୍‌ ସରକାର ହେଲେ ବିକାଶ ତ୍ୱରିତ ହେବ : ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା

କେନ୍ଦ୍ରରେ ଯେଉଁ ଦଳର ସରକାର ରାଜ୍ୟରେ ସେହି ଦଳର ସରକାର ଆସିଲେ ବିକାଶ ତ୍ୱରିତ ହେବ । ଏହି ଫଣ୍ଡା ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମସ୍ତେ କହୁଛନ୍ତି । ଓଡ଼ିଶା ଗସ୍ତରେ ଆସି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି ଝାଡ଼ଖଣ୍ଡରେ ବିଜେପି ସରକାର ଓ କେନ୍ଦ୍ରରେ ବିଜେପି ସରକାର ଥିବାରୁ ଝାଡ଼ଖଣ୍ଡରେ ଅଧିକ ବିକାଶ ହେଉଛି । ସେହିପରି ଓଡ଼ିଶାରେ ବିଜେପି ସରକାର ଆସିଲେ ଅଧିକ ବିକାଶ ହେବ ।

ପୂର୍ବରୁ ଡବଲ ଇଂଜିନ୍‌ ସରକାର ମନ୍ତବ୍ୟ ଉପରେ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ଜୟନ୍ତ ସିହ୍ନା ପ୍ରଶ୍ନ ଉଠାଇଥିଲେ । କହିଥିଲେ, କେନ୍ଦ୍ର ଓ ରାଜ୍ୟରେ ସମାନ ଦଳର ସରକାର ରହିଲେ ସଂପୃକ୍ତ ରାଜ୍ୟରେ ଅଧିକ ବିକାଶ ହେବ ତାହା ଠିକ୍‌ ନୁହେଁ । କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ଅନ୍ୟ ଦଳର ସରକାର ଥିଲେ ବି କେନ୍ଦ୍ର ସରକାର ସଂପୂର୍ଣ୍ଣ ସହଯୋଗ କରିବା ଉଚିତ ।

ବିଜେପିରେ ପୁଅ ଜୟନ୍ତ ସିହ୍ନା ଥିବା ବେଳେ ତାଙ୍କ ବାପା ଯଶୱନ୍ତ ସିହ୍ନା ଏବେ ବିଜେପିରେ ନାହାନ୍ତି । ଏଥିପାଇଁ ଉଭୟଙ୍କ ମତ ଭିନ୍ନ ବୋଲି ଶୁଣିବାକୁ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.