କରେଣ୍ଟ ଲାଗିଲେ, କଟିଗଲେ, ପୋଡିଗଲେ, ବିଷ ଖାଇଥିଲେ ଏବଂ ପାଣିରେ ବୁଡି ଗଲେ ତୁରନ୍ତ କରନ୍ତୁ ଏହି କାମ : ବଂଚିଯିବ ବ୍ୟକ୍ତିର ଜୀବନ

କଟିବା, ଖଣ୍ଡିଆ ହେବା, ପୋଡିଯିବା, ବେହୋସ୍ ହେବା କିମ୍ବା ଅଣନିଶ୍ବାସୀ ନିତିଦିନିଆ ଘଟଣା । ତେବେ ଯଦି କୌଣସି ବ୍ୟକ୍ତିଙ୍କ ସହ ଏସବୁ ହୋଇଥାଏ ସେତେବେଳେ ଚିକିତ୍ସା କରିବାର ପ୍ରଥମ ସମୟ ବେଶ୍ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଏହା ସେହି ସମୟ ହୋଇଥାଏ ଯେତେବେଳେ ପୀଡିତକୁ ପୁରା ଧ୍ୟାନ ଦିଆଯିବା ଉଚିତ୍ । ଏହାକୁ ମେଡିକାଲ୍ ଭାଷାରେ ଫାଷ୍ଟ ଏଡ୍ ବା ପ୍ରାଥମିକ ଉପଚାର କୁହାଯାଏ । ସମସ୍ତଙ୍କୁ ଏହି ପ୍ରାଥମିକ ଉପଚାର ବିଷୟରେ ଜ୍ଞାନ ରହିବା ନିହାତି ଜରୁରୀ । କାରଣ ଦୁର୍ଘଟଣା ସବୁବେଳେ ହଠାତ୍ ହିଁ ହୋଇଥାଏ । ଆଉ କେତେବେଳେ କାହାର କଣ ହୋଇଯିବ କୁହାଯାଇପାରିବନି । ଆଜି ଆମେ ନିତିଦିନ ହେଉଥିବା ଏଭଳି ଦୁର୍ଘଟଣାର ପ୍ରଥମିକ ଉପଚାର ଜଣାଇବୁ । ଯାହା ଫଳରେ ସମୟ ଥାଉ ଥାଉ ପୀଡିତକୁ ବଡ଼ ସମସ୍ୟାରୁ ରକ୍ଷା କରାଯାଇପାରିବ ।

କଟିବା କିମ୍ବା ଖଣ୍ଡିଆ ହେବା :

first-aid-wounds-ଶରୀରର ଯେଉଁ ଅଂଶ କଟିଯାଇଛି ବା ଖଣ୍ଡିଆ ହୋଇଛି ତାକୁ ହଲକା ଉଷୁମ ପାଣି କିମ୍ବା ଡେଟଲରେ ଧୋଇଦିଅନ୍ତୁ । ଯାହା ଫଳରେ ଧୂଳି ଥିଲେ ହଟିଯିବ । ଏହା ପରେ ଘା ଉପରେ ସେପର‌୍ୟ୍ୟନ୍ତ ଚାପ ଦିଅନ୍ତୁ ଯେପର‌୍ୟ୍ୟନ୍ତ ରକ୍ତ ବାହାରିବା ବନ୍ଦ ନହୋଇଛି । ଏହା ପରେ ଏକ ଧଳା ଏବଂ ସଫା କପଡା ବାନ୍ଧନ୍ତୁ । ଯଦି ଘା ଗଭୀର ହୋଇଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ପୋଡିଯିବା :

first-aid-on-burnsପୋଡି ଯାଇଥିବା ଅଂଶରେ ଥଣ୍ଡା ପାଣି ଢାଳନ୍ତୁ । ପୋଡି ଯାଇଥିବା ଅଂଶକୁ ଅତି କମରେ ୧୫ ମିନିଟ୍ ଯାଏଁ ଥଣ୍ଡା ପାଣିରେ ରଖନ୍ତୁ । ଯଦି ପୋଡି ଯାଇଥିବା ଅଂଶରେ ମୁଦି, ହାର, ଯୋତା କିମ୍ବା ଫିଟିଙ୍ଗ୍ ଥିବା କପଡା ଅଛି ତେବେ ତୁରନ୍ତ ଖୋଲିଦିଅନ୍ତୁ । ନଚେତ୍ ପରେ ବାହାର କରିବାକୁ ସମସ୍ୟା ହେବ । ଯେତେବେଳେ କଷ୍ଟ ଟିକେ କମିବ ସେତେବେଳେ ପୋଡି ଯାଇଥିବା ଅଂଶକୁ ସାବଧାନପୂର୍ବକ ଧଳା ଏବଂ ସଫା କପଡାରେ କଭର କରନ୍ତୁ । ଏହା ପରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ବେହୋସ୍ ହେଲେ :

faint.ଯଦି କୌଣସି ବ୍ୟକ୍ତି ମୁର୍ଛା ହୋଇଯାଏ ତେବେ ତୁରନ୍ତ ତାକୁ ସାମ୍ନା ପଟକୁ ନୁଆଁଇ ଦିଅନ୍ତୁ । ଯେପରି ମୁଣ୍ଡ ଆଣ୍ଠୁ ଯାଏଁ ଲାଗି ପାରିବ । ଏପରି କଲେ ହୃଦୟ ତଳକୁ ହୋଇଯିବ ମୁଣ୍ଡ । ଯାହା ଫଳରେ ମସ୍ତିସ୍କକୁ ରକ୍ତ ପ୍ରବାହିତ ହୋଇପାରିବ । ଏହା ସହ ରୋଗୀ ପିନ୍ଧିଥିବା କପଡାକୁ ଢିଲା କରିବା ସହ ଚେହେରା ଏବଂ ବେକରେ ଥଣ୍ଡା ଏବଂ ଓଦା କପଡା ରଖନ୍ତୁ । ଅଧିକାଂଶ ମାମଲାରେ ଏପରି କଲେ ରୋଗୀକୁ ହୋସ୍ ଆସିଯାଏ । ଏହାପରେ ଯଦି ଅବଶ୍ୟକ ପଡେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ବିଷ ଖାଇଲେ :

suicide.ଯଦି ପୀଡିତ ହୋସରେ ଅଛି ତେବେ ତାକୁ ପଚାରିବାକୁ ଚେଷ୍ଟା କରନ୍ତୁ ସେ କଣ ଏବଂ କେତେ ମାତ୍ରାରେ ଖାଇଛନ୍ତି । ପେଟ ମଧ୍ୟରୁ ବିଷକୁ ବାହାର କରିବା ପାଇଁ ପୀଡିତ ବ୍ୟକ୍ତିକୁ ପାଣି କିମ୍ବା କ୍ଷୀର ପିଇବାକୁ ଦେଇ ବାନ୍ତି କରାନ୍ତୁ। ଯେତେ ଶ୍ରୀଘ୍ର ହୋଇପାରିବ ହସ୍ପିଟାଲ୍ ନେବାକୁ ଚେଷ୍ଟା କରନ୍ତୁ। ଯଦି ପୀଡିତଙ୍କ ଆଖପାଖରେ କୌଣସି ଟାବଲେଟ୍, ଖାଲି ବୋତଲ କିମ୍ବା ଖାଲି ଡବା ଅଛି ତେବେ ତାକୁ ଯାଂଚ ପାଇଁ ରଖନ୍ତୁ ।

ବିଜୁଳି ଝଟକା ଲାଗିବା :

electricଯଦି କୌଣସି ବ୍ୟକ୍ତିକୁ ବିଜୁଳି ଝଟକା ଲାଗିଛି ତେବେ ତୁରନ୍ତ ମେନ୍ ସ୍ବିଚ୍ ଅଫ୍ କରନ୍ତୁ । ଏହାପରେ ତାକୁ ଏକ କାଠ ସାହାଯ୍ୟରେ ଅଲଗା କରନ୍ତୁ । ଯଦି ପୀଡିତ ନିଶ୍ବାସ ନେଉଛି ତେବେ ତାକୁ ରିକଭରୀ ପୋଜିସନରେ ଶୁଆଇ ଦିଅନ୍ତୁ । ଯଦି ପୀଡିତ ନିଶ୍ବାସ ନେବା ବନ୍ଦ କରିଦେଇଛି ତେବେ ତାକୁ ମୁହଁରେ ତୁରନ୍ତ ନିଶ୍ବାସ ଦିଅନ୍ତୁ । ଏହା ପରେ ଆମ୍ବୁଲାନ୍ସ ଡାକନ୍ତୁ ।

ପାଣିରେ ବୁଡିଗଲେ :

waterପାଣିରେ ବୁଡିଯାଇଥିବା ବ୍ୟକ୍ତିର ଛାତିକୁ ବାରମ୍ବାର ଚାପନ୍ତୁ । ଯଦି ବ୍ୟକ୍ତି ଜଣକ ନିଶ୍ବାସ ନେବା ବନ୍ଦ କରିଦେଇଛି ତେବେ ମୁହଁ ପଟେ ପବନ ଦିଅନ୍ତୁ । ଯଦି ପୀଡିତ ଜଣକ କେବଳ ବେହୋସ୍ ହୋଇଛି ତେବେ ପାଣି ବାହାର କରି ତାକୁ ରିକଭରୀ ପୋଜିସନରେ ଶୁଆଇ ଦିଅନ୍ତୁ । ଏହାପରେ ତୁରନ୍ତ ଡାକ୍ତରଙ୍କୁ ଡାକନ୍ତୁ ।

Leave A Reply

Your email address will not be published.