Below header

ଆଗକୁ ଆସୁଛି ୫ଟି ପରାଗ, ଜାଣନ୍ତୁ କେବେ ଏବଂ କେଉଁଦିନ

ଆସନ୍ତା ମାସ ଜୁନରେ ସୂର୍ଯ୍ଯ ପରାଗ ଏବଂ ଚନ୍ଦ୍ର ଗ୍ରହଣ ହେବ। ଚଳିତ ବର୍ଷ ୨୦୨୦ରେ ସମୁଦାୟ ୬ ଗ୍ରହଣ ଲାଗିବ, ଯେଉଁଥିରେ ପୂର୍ବରୁ ୧୦ ଜାନୁଆରୀରେ ଗୋଟିଏ ଗ୍ରହଣ ଲାଗିସାରିଛି। ଧାର୍ମିକ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ଗ୍ରହଣର ଅଧିକ ମହତ୍ବ ରହିଛି। ତେବେ ଆସନ୍ତୁ ଜାଣିବା ଆଗକୁ କେବେ ପଡୁଛି ସୂର୍ଯ୍ଯ ପରାଗ ଏବଂ ଚନ୍ଦ୍ର ଗ୍ରହଣ।

eclipseଚଳିତ ବର୍ଷ ଦ୍ବିତୀୟ ଚନ୍ଦ୍ର ଗ୍ରହଣ ଆସନ୍ତା ମାସ ୫ ଜୁନ୍ ଶୁକ୍ରବାର ଦିନ ଲାଗିବ। ଏହି ଚନ୍ଦ୍ର ଗ୍ରହଣ ୫ ଜୁନରେ ରାତି ୧୧.୧୫ ମିନିଟରେ ଆରମ୍ଭ ହୋଇ ୬ ଜୁନ୍ ୨.୪୩ ମିନିଟ୍ ପର୍ଯ୍ଯନ୍ତ ରହିବ। ଭାରତରେ ଏହି ଚନ୍ଦ୍ର ଗ୍ରହଣ ଦେଖାଯିବ। ଭାରତ ବ୍ଯତୀତ ଏହି ଗ୍ରହଣ ୟୁରୋପ, ଆଫ୍ରିକା, ଏସିଆ ଏବଂ ଅଷ୍ଟ୍ରେଲିଆରେ ଦେଖାଯିବ। ଏଥିସହ ଆସନ୍ତା ଜୁନ୍ ମାସରେ ସୂର୍ଯ୍ଯ ପରାଗ ମଧ୍ଯ ରହିଛି। ଏହି ପରାଗ ଜୁନ୍ ୨୧ ରବିବାରରେ ଲାଗିବ। ଏହି ଗ୍ରହଣ ସକାଳ ୯.୧୫ ମିନିଟରୁ ଆରମ୍ଭ ହୋଇ ୩.୦୩ ମିନିଟ ପର୍ଯ୍ଯନ୍ତ ରହିବ। ଭାରତରେ ଏହି ସୂର୍ଯ୍ଯପରାଗ ଦୃଶ୍ୟମାନ ହେବ। ଭାରତ ବ୍ଯତୀତ ଆମେରିକା, ଦକ୍ଷିଣ ପୂର୍ବ ୟୁରୋପ ଏବଂ ଆଫ୍ରିକାରେ ଦେଖାଯିବ।

eclipse-sunସେହିଭଳି ଆସନ୍ତା ୫ ଜୁଲାଇରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେବନାହିଁ। ଭାରତ ସମୟ ଅନୁସାରେ ଏହି ଗ୍ରହଣ ସକାଳ ୮.୩୭ ମିନିଟରୁ ଆରମ୍ଭ ହୋଇ ସକାଳ ୧୧.୨୨ ମିନିଟ ପର୍ଯ୍ଯନ୍ତ ରହିବ। ଏହି ଚନ୍ଦ୍ର ଗ୍ରହଣ ଆମେରିକା, ଦକ୍ଷିଣ ପୂର୍ବ ୟୁରୋପ ଏବଂ ଆଫ୍ରିକାରେ ଦେଖାଯିବ। ଜ୍ଯୋତିଷଶାସ୍ତ୍ର ଅନୁଯାୟୀ ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ ଭାରତରେ ଦେଖାଯିବ ନାହିଁ।

moonଏହାବ୍ଯତୀତ ଆସନ୍ତା ୩୦ ନଭେମ୍ବରରେ ଲାଗିବାକୁ ଥିବା ଚନ୍ଦ୍ର ଗ୍ରହଣ ଭାରତ, ଆମେରିକା, ପ୍ରଶାନ୍ତ ମହାସାଗର, ଏସିଆ ଏବଂ ଅଷ୍ଟ୍ରେଲିଆରେ ଦୃଶ୍ୟମାନ ହେବ। ସେହିଭଳି ୧୪ ଡିସେମ୍ବରରେ ଲାଗିବାକୁ ଥିବା ସୂର୍ଯ୍ଯ ପରାଗ ଭାରତରେ ଦେଖାଯିବ ନାହିଁ। ପ୍ରଶାନ୍ତ ମହାସାଗର, ଦକ୍ଷିଣ ଆମେରିକା ଏବଂ ଆର୍ଣ୍ଟାକଟିକାରେ ଏହି ଗ୍ରହଣ ଦେଖାଯିବ। ଜ୍ଯୋତିଷଶାସ୍ତ୍ର ଅନୁଯାୟୀ ଏହି ସୂର୍ଯ୍ଯ ଗ୍ରହଣର ପ୍ରଭାବ ଭାରତରେ ପଡିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.