ଅପରାହ୍ନ ୪ଟାରେ ଲ୍ୟାଣ୍ଡଫଲ କରିବ ଅମ୍ଫନ, ଜାଣନ୍ତୁ ଏ ସମ୍ପର୍କିତ ଅପଡେଟ

ଭୁବନେଶ୍ୱର(କେନ୍ୟୁଜ ବ୍ୟୁରୋ): ଅପରାହ୍ନ ୪ଟାରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଭାରତୀୟ ପାଣିପାଗ କେନ୍ଦ୍ରର କହିବା ଅନୁଯାୟୀ ସାଗର ଦ୍ୱୀପରୁ ହାତିଆ ଦ୍ୱୀପରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି । ୪ ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ। ପାରାଦ୍ୱୀପରେ ୧୧୦ ରୁ ୧୨୦ କିଲୋମିଟର ଓ ଧାମରାରେ ୧୦୦ ରୁ ୧୧୦ ପବନ ବହିବ । ବାଲେଶ୍ୱରରେ ପବନର ବେଗ ବଢ଼ିଛି ।

ପ୍ରାଥମିକ ତଥ୍ୟ ଅନୁଯାୟୀ ଗଛ ଉପୁଡିଛି, ଇଲେକ୍ଟ୍ରିକ ଖୁଣ୍ଟି ତାର ଛିଡିଛି। ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକରେ ଗଛ କାଟି ରାସ୍ତା ସଫା କାମ ଆରମ୍ଭ ହୋଇଛି। ଓଡ୍ରାଫ ଏନ୍ଡ଼ିରଫର ୩୬ଟି ଟିମ ପଠାଯାଇଛି । ଜିଲ୍ଲା ପ୍ରଶାସନକୁ ଏମାନେ ସାହାଯ୍ୟ କରିବେ। କେନ୍ଦ୍ରାପଡା କୁ ୬ ଟିମ, ୩ ଓଡ୍ରାଫ ୩ ଏନ୍ଡ଼ିରଫ ଟିମ ପଠାଯାଇଥିବା ବେଳେ ଜଗତସିଂହପୁରକୁ ୫ ପୁରୀ ୩, ବାଲେଶ୍ୱର ୧୦, ଭଦ୍ରକ ୭, ଓ ମୟୁରଭଞ୍ଜକୁ ୨ଟା ଟିମ ପାଠ ଯାଇଛି।

ଏହାସହିତ ଓଏଫଡ଼ିସିର ମଧ୍ୟ ୧୦୦ ଟିମ ପଠାଯାଇଛି । ସୂଚନା ଅନୁଯାୟୀ ୨୯୨୧ଟି କେନ୍ଦ୍ରକୁ ୧ ଲକ୍ଷ ୪୮ହଜାର ୪୮୬ ଲୋକଙ୍କୁ ୯୨୧ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ରଖାଯାଇଛି ଏବଂ ୧୮୮୫ ଜଣ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.