Below header

ନିଜେ ଗଛ ଉପରେ ଚଢି ଚିତାବାଘକୁ ଉଦ୍ଧାର କଲେ ବନ ଅଧିକାରୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ବଡ ବିଲେଇ ଅଥବା ବିଗ କ୍ୟାଟ୍ସ ଭାବେ ବାଘ, ସିଂହ, ହେଟା ବାଘ, କାଲରାପତରିଆ ବାଘ, ହେଟା ବାଘ, ସ୍ନୋ ଲିଓପାର୍ଡ଼ ଆଦିକୁ ଧରାଯାଏ । ଏମାନଙ୍କ ଠାରୁ ବର୍ତ୍ତିବା ବା ରକ୍ଷା ପାଇବା ଯେମିତି ଅସମ୍ଭବ ହୋଇଥାଏ । ମଣିଷ ପରି ସାଧାରଣ ଜୀବ ମାନେ ଏମାନଙ୍କ ଠାରୁ ଦୁରେଇ ରହିଥାନ୍ତି । କିନ୍ତୁ ଆଜିକା ସମୟରେ ଦିନ କୁ ଦିନ ବଢିଚାଲିଥିବା କଂକ୍ରିଟ ଜଙ୍ଗଲ ପ୍ରାକୃତିକ ସବୁଜିମାକୁ ଯେମିତି ନଷ୍ଟ କରିଚାଲିଛି । ଆଉ କିଛି ଚାରା ନପାଇ ବନ୍ୟଜନ୍ତୁ ମାନେ ଜନବସତିକୁ ପଶି ଆସୁଛନ୍ତି । ଯାହାଦ୍ୱାରା ଉଭୟ ମଣିଷଙ୍କ ସମେତ ବନଜନ୍ତୁ ମାନେ ବି ପ୍ରଭାବିତ ହେଉଛନ୍ତି । ନିକଟରେ ଆସାମ ବନ ବିଭାଗ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଫରେଷ୍ଟ ଅଧିକାରୀ ଗୁଆହାଟିର ପାଣ୍ଡୁ ଲକ କଲୋନୀରେ ଭଟକୁ ଥିବା ଏକ ଚିତା ବାଘକୁ ରକ୍ଷା କରୁଥିବା ନଜର ଆସିଛନ୍ତି ।

 

ନିଜେ ଘଞ୍ଚ ଗଛ ଉପରେ କଳେ ବଳେ କୌଶଳେ ଚଢ଼ି ଚିତା ବାଘ ଟିକୁ ରକ୍ଷା କରୁଛନ୍ତି ଫରେଷ୍ଟ ଅଫିସର ଜଣକ । ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି । କାରଣ ଯେଉଁଭଳି ଭାବରେ ଏହି ଅଧିକାରୀ ଜଣଙ୍କ ଗଛ ଉପରେ ଚଢି ଚିତା ବାଘଟିକୁ ତଳକୁ ଆଣୁଛନ୍ତି । ସେ ଦୃଶ୍ୟ ସହଜରେ ଦେଖାଯାଇନଥାଏ । ଚିତା ବାଘଟିକୁ ରକ୍ଷା କରାଯାଉଥିବା ନେଇ ଏହି ଭିଡିଓ ଟିକୁ @assamforest ଟ୍ୱିଟର ହ୍ୟାଣ୍ଡଲରୁ ଏପ୍ରିଲ ୧୯ ତାରିଖରେ ସେୟାର କରାଯାଇଛି । ଆଉ ଏହାର କ୍ୟାପ୍ସନରେ ଲେଖାଯାଇଛିକି, “ଏକ ଚିତା ବାଘ ଗୁଆହାଟୀ ର ଲୋକୋ କଲୋନୀ ଅଫ ପାଣ୍ଡୁ”ରେ ଭଟକୀ ଯାଇଛି । ଯାହାକୁ ସଫଳତାର ସହ ଉଦ୍ଧାର କରାଯାଇଛି । ଏହି କ୍ଲିପଟିକୁ ଖବର ଭାବେ ଲେଖାଯିବା ଭିତରେ ଦୁଇ ଶହରୁ ଅଧିକ ଥର ଦେଖାଯିବା ସହ ଅନେକ ଲାଇକ୍ସ ବି ମିଳିସାରିଲାଣି ।

ଏହା ସହିତ ଫରେଷ୍ଟ ବିଭାଗ ପକ୍ଷରୁ ଆଉ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି । ଯେଉଁଥିରେ ଆପଣ ଦେଖିପାରିବେଯେ ଏହି ରେସକ୍ୟୁ ଅପରେସନକୁ ଦେଖିବା ପାଇଁ ଲୋକଙ୍କ ଭିଡ ଦିନ କୁ ଦିନ ଜମିବାରେ ଲାଗିଥିଲା । ଗଛ ତଳେ ଶହ ଶହ ଲୋକ ଛିଡା ହୋଇ ଏମିତି ଏକ ଦୃଶ୍ୟର ଭରପୁର ମଜା ନେଇଥିଲେ | ଆଉ ତଳେ କିଛି ଜଙ୍ଗଲ ବିଭାଗ ଅଧିକାରୀ ଜାଲ ନେଇ ଛିଡାହୋଇଥିଲେ । ଆଉ ଏହି ସମୟରେ ଗଛ ଉପରେ ଚଢିଥିବା ବ୍ୟକ୍ତି ଜଣଙ୍କ ଚିତାକୁ ଧକକା ଦେବାରୁ ଚିତାଟି ଆସି ତଳେ ପଡିଥିଲା ଆଉ ତାକୁ କଳେ ବଳେ କୌଶଳେ ଉଦ୍ଧାର କରାଯାଇ ତା ଜୀବନ ବଞ୍ଚାଯାଇ ପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.