ଖୁବଶୀଘ୍ର ହୋଇପାରେ ଆଇପିଏସ ସ୍ତରରେ ଅଦଳବଦଳ, ନଜର ପକାନ୍ତୁ କିଏ କିଏ ଏବେ ଡେପୁଟେସନରୁ ଆସିବେ ଆଉ ଯିବେ

କଟକ(କେନ୍ୟୁଜ୍): ଖୁବଶୀଘ୍ର ହୋଇପାରେ ଆଇପିଏସ ସ୍ତରରେ ଅଦଳବଦଳ। କେନ୍ଦ୍ରୀୟ ଡେ଼ପୁଟେସନରୁ ଫେରୁଛନ୍ତି ଅତିରିକ୍ତ ଡିଜି ସଞ୍ଜୟ କୁମାର। ଆଇଜି ଯତୀନ୍ଦ୍ର କୋଏଲ ୫ ବର୍ଷ ପାଇଁ କେନ୍ଦ୍ରୀୟ ଡେ଼ପୁଟେସନକୁ ଯାଉଛନ୍ତି। ଅତିରିକ୍ତ ଡିଜି ଆର ପି କୋଚେ ଏବେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି। ତାଙ୍କର ମୂଳ ଦାୟିତ୍ୱ ସ୍ପେଶାଲ ଆର୍ମଡ଼ ପୋଲିସର ଅତିରିକ୍ତ ଡିଜି ଦାୟିତ୍ୱ ସହ ଏହି ଦାୟିତ୍ୱ ତାଙ୍କୁ ଗତ ୧୧ ତାରିଖରୁ ମିଳିଛି।

ସେହିପରି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାସ ଡ଼ିଆଇଜି ପାହ୍ୟାକୁ ପଦୋନ୍ନତି ପାଇଥିଲେ ମଧ୍ୟ ଏସପି ଦାୟିତ୍ୱରେ ଅଛନ୍ତି। ସେହିପରି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ମଧ୍ୟ ଦୁଇଟି ଦାୟିତ୍ୱରେ ଅଛନ୍ତି। କ୍ରାଇମବ୍ରାଞ୍ଚ ସହ ଓଡିଶା ପୋଲିସ ହାଉସିଂ କର୍ପୋରେସନର ସିଏମଡି ଦାୟିତ୍ୱରେ ଅଛନ୍ତି ସଞ୍ଜୀବ ପଣ୍ଡା। ତେଣୁ ଆଇପିଏସ ସ୍ତରରେ ଖୁବଶୀଘ୍ର ଅଦଳବଦଳ ହେବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.