Below header

ଗୋଟିଏ ପରିବାରର ଚାରି ଭାଇ ଭାରତମାତାର ସେବାରେ, ନିଜ ସୁପୁତ୍ରଙ୍କୁ ନେଇ ଆଜି ମା’ ଭାରି ଗର୍ବିତ

କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ରତାପାଟ ଗ୍ରାମର ସ୍ୱର୍ଗତ ନବିନା ମଲ୍ଲିକ । ଯାହାଙ୍କର ଚାରି ସୁପୁତ୍ର । ଚାରି ଜଣ ଯାକ ଆଜି ଭାରତୀୟ ସ୍ଥଳ ସେନାରେ କାର୍ଯ୍ୟରତ । ଯେଉଁଥି ପାଇଁ ତାଙ୍କ ମାଆ ଆଜି ଭାରି ଗର୍ବିତ।

ନରସିଂହପୁର(କେନ୍ୟୁଜ୍): ଦେଶ ଆଜି ପାଳୁଛି ୭୭ ତମ ସ୍ୱାଧିନତା ଦିବସ । ଭାରତ ମାତା ଆଜି ଉଲ୍ଲାସିତ । ସାଧାରଣ ଜନତା ଶାନ୍ତି ନିଦ୍ରାରେ ଶୋଉଥିବାବେଳେ, ଏଥିରେ ଯାହାଙ୍କ ବରଦାନ ଅତୁଳନୀୟ ସେମାନେ ହେଲେ ଆମ ବୀର ଯବାନ । ସେଥିପାଇଁ ମନେ ପଡ଼ିଯାଏ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କର ସ୍ଲୋଗାନ ଜୟ ଯବାନ ଜୟ କିଷାନ । ସେହି ଯବାନଙ୍କଙ୍କୁ ନେଇ ଆଜି ଏକ ଭିନ୍ନ କାହାଣୀ ସାମ୍ନାକୁ ଆସିଛି କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ରତାପାଟ ଗ୍ରାମରୁ ।

ଏହି ଗ୍ରାମର ସ୍ୱର୍ଗତ ନବିନା ମଲ୍ଲିକଙ୍କ ଚାରି ସୁପୁତ୍ର । ଚାରି ଜଣ ଯାକ ଆଜି ଭାରତୀୟ ସ୍ଥଳ ସେନାରେ କାର୍ଯ୍ୟରତ । ଯେଉଁଥି ପାଇଁ ତାଙ୍କ ମାଆ ଆଜି ଭାରି ଗର୍ବିତ। ଗତ ୨୦୧୮ ମସିହାରେ ନବୀନା ମଲ୍ଲିକ ସବୁ ଦିନ ପାଇଁ ପିଲା ମାନଙ୍କୁ ଏବଂ ସ୍ତ୍ରୀ ଙ୍କୁ ଛାଡ଼ି ଆରପାରିକି ଚାଲିଯାଇଥିଲେ । ତଥାପି କେବେ ମନ ଉଣା କରି ନାହାନ୍ତି ନବୀନାଙ୍କ ପତ୍ନୀ । ଚାରି ପୁଅ ପ୍ରବୀଣ ମଲ୍ଲିକ , ସୂର୍ଯ୍ୟମଣି ମଲ୍ଲିକ , ବିକାଶ ମଲ୍ଲିକ , ବଳଭଦ୍ର ମଲ୍ଲିକ ସମସ୍ତେ ନିଜ ଅଧ୍ୟୟନ ପରେ ମନ ବଳାଇଥିଲେ ଭାରତୀୟ ସ୍ଥଳ ସେନା ମିଲିଟାରୀରେ ଯୋଗ ଦେବା ପାଇଁ । ଏହାକୁ ପାଥେୟ କରି ଜଣଙ୍କ ପରେ ଜଣେ ଯୋଗ ଦେଇଥିଲେ ଚାକିରି କ୍ଷେତ୍ରରେ ।

ଯାହା କେବଳ ରତାପାଟ ନୁହେଁ ବଡ଼ମ୍ବା ସହିତ ଓଡ଼ିଶା ଏବଂ ସାରା ଭାରତ ବର୍ଷ ପାଇଁ ଗର୍ବ ର ବିଷୟ । ଏ ନେଇ ତାଙ୍କର ଜନ୍ମ ଦାତ୍ରୀ ମା ତୁଳସୀ ମଲ୍ଲିକ କହିଛନ୍ତି ସେ ଚାରି ସୁଯୋଗ୍ୟ ସନ୍ତାନ ଜନ୍ମ ଦେଇଛନ୍ତି । ସତରେ ଏ କଥା କହିଲା ବେଳକୁ ସେ ଭାବବିହ୍ଵଳ ହୋଇଉଠିଥିଲେ ସ୍ୱାମୀ ମଲା ପରେ ପାଖରେ ପିଲା ମାନେ କେତେବେଳେ ଛୁଟି ରେ ଯାହା ଆସ କରନ୍ତି । କିନ୍ତୁ ସେ ଟିକିଏ ମନ ଉଣା କରିନାହାନ୍ତି । ସବୁବେଳେ ଦେଶ ସେବାରେ ନିୟୋଜିତ ଥିବାରୁ ସେ ବହୁତ ଗର୍ବ ଅନୁଭବ କରନ୍ତି ।

ଏପଟେ ଆମେ ଖବର ସଂଗ୍ରହ ବେଳେ ଶାଶୁଙ୍କ ସହିତ ସାନ ପୁଅ ବଳଭଦ୍ର ମଲ୍ଲିକଙ୍କ ସ୍ତ୍ରୀ ଉପସ୍ଥିତ ଥିବା ଦେଖିବାକୁ ପାଇଥିଲୁ । ସେ କହିଥିଲେ ତାଙ୍କ ଦେଢଶୁର ମାନେ ଏବଂ ତାଙ୍କ ସ୍ଵାମୀ ଦେଶ ସେବାରେ ନିୟୋଜିତ ଅଛନ୍ତି । ତେଣୁ ସେ ବହୁତ ଖୁସି । ଆଗାମୀ ଯୁବପୀଢ଼ିଙ୍କୁ ଭାରତ ମାତାର ସେବା କରିବାକୁ ସେ ଉତ୍ସାହତ କରିଥିଲେ । ଖାଲି ସେତିକି ନୁହେଁ ସେମାନେ ଅଧ୍ୟୟନ କରିଥିବା ରତାପାଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଗ୍ରାମବାସୀ ଚାରି ଭାଇଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ଏପଟେ ସ୍ଥାନୀୟ ବିଧାୟକ ଏହି ଚାରି ଭାଇଙ୍ଏକୁ ନେଇ ଖୁବ୍ ଖୁସିବ୍ୟକ୍ତ କରିଛନ୍ତି ।

ତେବେ ରତାପାଟ ଏକ ପୁରାତନ ଗଡ଼ ଯେଉଁଠି ରାଜୁଡ଼ା ଅମଳ ରୁ କ୍ଷତ୍ରିୟଙ୍କ ବଂଶ ଏଠାରେ ଅଧିକ ବସବାସ କରନ୍ତି । ସେହି ରତାପାଟ ଆଜି ଗୋଟିଏ ଗ୍ରାମ ଗୋଟିଏ ପଞ୍ଚାୟତ ଭାବେ ଦଣ୍ଡାୟମାନ ତେଣୁ ସେହି ଗ୍ରାମରୁ ଗୋଟିଏ ପରିବାରର କ୍ଷତ୍ରିୟ ଯୁବକ ଚାରି ଭାଇ ଆଜି ଭାରତୀୟ ସ୍ଥଳ ସେନାରେ ଦେଶ ମାତୃ ସେବାରେ ନିୟୋଜିତ ଯାହା ଅତି ଗର୍ବର ବିଷୟ ଯାହାକୁ ନେଇ ଅଞ୍ଚଳବାସୀ ବହୁତ ଖୁସି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.